ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଚମତ୍କାର ନା ରହସ୍ୟ…ଶାକାହାରୀ କୁମ୍ଭୀରର ମୃତ୍ୟୁ ପରେ ମନ୍ଦିର ପୋଖରିରେ ନୂଆ କୁମ୍ଭୀର

କେରଳ ୧୫/୧୧: କେରଳର କାସରଗୋଡ ସ୍ଥିତ ଶ୍ରୀ ଅନନ୍ତପଦ୍ମନାଭ ସ୍ୱାମୀ ମନ୍ଦିର ପୋଖରି ଏବେ ପୁଣି ଥରେ ଚର୍ଚ୍ଚାରେ । ଏହି ପୋଖରିରେ ରହୁଥିବା ଏବଂ ମନ୍ଦିର ପରିସରରେ ବିଚରଣ କରୁଥିବା ଏକମାତ୍ର ମାଈ କୁମ୍ଭୀର ବବିୟାର ମୃତ୍ୟୁକୁ ୧ ବର୍ଷରୁ ଅଧିକ ସମୟ ବିତିଗଲାଣି । ଏବେ ପୋଖରିରେ ଏକ ନୂଆ କୁମ୍ଭୀର ଦେଖିବାକୁ ମିଳିଛି । 

ବବିୟା କୁମ୍ଭୀର ସମ୍ପୂର୍ଣ୍ଣ ରୂପେ ଶାକାହାରୀ ଥିଲା ବୋଲି ମନ୍ଦିରକୁ ଆସୁଥିବା ଲୋକେ ଦାବି କରନ୍ତି । ପୋଖରୀରେ ନୂଆ କୁମ୍ଭୀରର ଆଗମନ ପରେ କିଛି ଲୋକ ଚମତ୍କାର ବୋଲି କହୁଛନ୍ତି, ଆଉ କିଛି ଏହାକୁ ମୃତ ବବିୟାର ନୂଆ ଅବତାର ବୋଲି କହୁଛନ୍ତି । ଜଣେ ମନ୍ଦିର ଅଧିକାରୀଙ୍କ ଅନୁସାରେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । କାରଣ ପୋଖରିରେ ସର୍ବଦା ଗୋଟିଏ କୁମ୍ଭୀର ବିଚରଣ କରେ । 

୨୦୨୦ ମସିହାରେ ବବିୟାର ମୃତ୍ୟୁ ପରେ ନିକଟରେ ୪ର୍ଥ କୁମ୍ଭୀର ଦେଖିବାକୁ ମିଳିଛି । ମନ୍ଦିର ୱେବ୍‌ସାଇଟ୍‌ ଅନୁସାରେ, ଗୋଟିଏ କୁମ୍ଭୀରର ମୃତ୍ୟୁ ପରେ ଆଉ ଏକ କୁମ୍ଭୀର ମନ୍ଦିର ପୋଖରିରେ ପ୍ରକଟ ହୁଏ । ଏପରି କାହିଁକି ହୁଏ, ଅଦ୍ୟାବଧି ଜଣାପଡ଼ି ନାହିଁ । ଗତ ୮ ତାରିଖରେ ପୋଖରିକୁ ଲାଗିଥିବା ଏକ ଗୁମ୍ପାରେ କିଛି ଶ୍ରଦ୍ଧାଳୁ କୁମ୍ଭୀରକୁ ଦେଖିବା ପରେ ଏହାର ସୂଚନା ମନ୍ଦିର ପ୍ରଶାସନକୁ ଦେଲେ । ମନ୍ଦିର ପ୍ରଶାସନ ଏବେ କୁମ୍ଭୀରର ଉପସ୍ଥିତିକୁ ସ୍ପଷ୍ଟ କରିଛି ।

Copyright © 2022 - Summa Real Media Private Limited. All Rights Reserved.