ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିରାଟ ପୁଣି ଥରେ ବାପା ହେବା ଖବର ମିଛ, ଭୁଲ ମାଗିଲେ ଡିଭିଲିୟର୍ସ

Image Courtesy: scroll.in

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବୋଲି ଖବର ସାମ୍ନାକୁ ଆସିଥିଲା । ଅନୁଷ୍କା ଏବଂ ବିରାଟ କୋହଲି ଦ୍ବିତୀୟ ଥର ଲାଗି ମା-ବାପା ହେବାକୁ ଯାଉଥିବା ନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସ ସୂଚନା ଦେଇଥିଲେ । ନିଜ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଡିଭିଲିୟର୍ସ କହିଥିଲେ ଯେ, ଅନୁଷ୍କା ମା ହୋବକୁ ଯାଉଛନ୍ତି । ତେଣୁ ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ସାମିଲ ହୋଇପାରି ନାହାନ୍ତି । ହେଲେ ଏବେ ମିଥ୍ୟା ଖବର ଦେଇଥିବାରୁ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି ଡିଭିଲିୟର୍ସ ।

ସେ ଦୈନିକ ଭାଷ୍କରକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ଖବର ମିଛ ଥିଲା ।  ୟୁଟ୍ୟୁବ ଚ୍ୟାନେଲରେ ଭୁଲ ତଥ୍ୟ ଦେଇଥିଲି ଯାହା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି । ପରିବାର ପାଇଁ ଯାହା ଠିକ୍‌ ବିରାଟ ସେୟା କରୁଛନ୍ତି ବୋଲି ଡିଭିଲିୟର୍ସ କହିବା ସହ ପ୍ରକୃତରେ ବିରାଟଙ୍କ ଘରେ କଣ ହୋଇଛି ତାହା ଜଣାନାହିଁ ବୋଲି କହିଛନ୍ତି । 

ସେ ଆହୁରି କହିଛନ୍ତି, କେବଳ ସବୁକିଛି ଠିକ୍‌ ଥାଉ ବୋଲି କାମନା କରିପାରିବି । ଯାହା ବି କାରଣ ଥାଉ ନା କାହିଁକି ସେ ପୁଣି ଥରେ ମଜବୁତ ହୋଇ ଆସନ୍ତୁ ବୋଲି କାମନା କରିଛନ୍ତି ଡିଭିଲିୟର୍ସ । ତେବେ ବିରାଟ ଏବଂ ଅନୁଷ୍କାଙ୍କ ଦ୍ବିତୀୟ ପିଲା ହେବା ଖବର ଶୁଣିବା ପରେ ପ୍ରଶଂସକଙ୍କ ମହଲରେ ଖୁସି ଦେଖିବାକୁ ମିଳିଥିଲା । ଡିଭିଲିୟର୍ସଙ୍କ ସୂଚନା ପରେ ଷ୍ଟାର ଦମ୍ପତିଙ୍କୁ ଲୋକେ ଶୁଭେଚ୍ଛା ଜଣାଇଥିଲେ । ହେଲେ ଏସବୁ ମିଛ ବୋଲି ଡିଭିଲିୟର୍ସ ସ୍ପଷ୍ଟ କରିଛନ୍ତି ।

  • virat kohli
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.