ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କ୍ୟାନସରରେ ପୀଡିତ ବ୍ରିଟେନ୍‌ କିଙ୍ଗ ଚାର୍ଲ୍ସ ତୃତୀୟ, ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୬।୨: ବ୍ରିଟେନ୍‌ର କିଙ୍ଗ ଚାର୍ଲ୍ସ ତୃତୀୟଙ୍କୁ କ୍ୟାନସର। ସେ କ୍ୟାନସରରେ ପୀଡିତ ଥିବା ନେଇ ବ୍ରିଟେନ ବଙ୍କିଙ୍ଗହାମ ପ୍ୟାଲେସ ପକ୍ଷରୁ ସ୍ପଷ୍ଟ କରାଯାଇଛି। କିଙ୍ଗ ଚାର୍ଲ୍ସଙ୍କୁ କ୍ୟାନସର ହୋଇଥିବା ଖବର ଜାଣିବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ମୋଦି ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରିବା ସହ ଲେଖିଛନ୍ତି, ଭାରତବାସୀଙ୍କ ସହ ମୁଁ ମଧ୍ୟ ଚାହୁଁଛି ଆପଣ ଶୀଘ ସୁସ୍ଥ ହୁଅନ୍ତୁ। ଆପଣଙ୍କ ଭଲ ସ୍ବାସ୍ଥ୍ୟ ପାଇଁ କାମନା କରୁଛି।

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ୬ ମୃତ, ୬୦ରୁ ଅଧିକ ଆହତ, ଅନେକ ଫଶି ରହିଥିବା ଆଶଙ୍କା

୭୫ ବର୍ଷୀୟ କିଙ୍ଗସ୍‌ ଚାର୍ଲସ୍-୩ଙ୍କ ବଢ଼ିଥିବା ପ୍ରୋଷ୍ଟେଟକୁ ଚିକିତ୍ସା ସମୟରେ ସେ କର୍କଟ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି। ତେବେ କିଙ୍ଗ ଚାର୍ଲ୍ସଙ୍କୁ କେଉଁ ପ୍ରକାରର କ୍ୟାନସର ଓ କେଉଁ ଷ୍ଟେଜ୍ ସହ ତାହା ଶରୀରର ଏହା କେଉଁ ଅଂଶରେ ଅଛି ସେ ନେଇ କିଛି ସୂଚନା ମିଳିନି। ବକିଙ୍ଗହାମ୍ ପ୍ୟାଲେସ ପକ୍ଷରୁ କୁହାଯାଇଛି କିଙ୍ଗ ଚାର୍ଲ୍ସ ନିଜର ଚିକିତ୍ସାକୁ ନେଇ ସମ୍ପୂର୍ଣ୍ଣ ପଜିଟିଭ ଅଛନ୍ତି। ଖୁବ୍ ଶୀଘ୍ର ସେ ନିଜ ସାର୍ବଜନୀନ ଦାୟିତ୍ୱକୁ ଫେରିବେ। କିଙ୍ଗ ଚାର୍ଲ୍ସଙ୍କୁ ହସ୍ପିଟାଲ ବଦଳରେ  ଘରେ ଚିକିତ୍ସା କରାଯାଉଛି। ଏପଟେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ଆରୋଗ୍ୟ କାମନା କରିଛନ୍ତି। 

ଲୋକସଭା ନିର୍ବାଚନ ପୂର୍ବରୁ ଭୋଟର ଲିଷ୍ଟରୁ କଟିଲା ୧.୬୬ କୋଟି ନାଁ, ସୁପ୍ରିମକୋର୍ଟରେ ଏହି କାରଣ ରଖିଲେ ନିର୍ବାଚନ କମିଶନ୍

ଉଲ୍ଲେଖନୀୟ   ଯେ, ସେପ୍ଟେମ୍ବର ୨୦୨୨ରେ ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ କିଙ୍ଗସ୍‌ ଚାର୍ଲ୍ସ-୩ ରାଜା ହୋଇଥିଲେ। ଗତ ବର୍ଷ ମେ ମାସରେ ତାଙ୍କର ରାଜ୍ୟାଭିଷେକ ହେବା ସହ ସେ ବ୍ରିଟେନର ରାଜ ମୁକୁଟ ପିନ୍ଧିଥିଲେ। ଏହା ପରେ ତାଙ୍କୁ ରାଜା ଚାର୍ଲ୍ସ ତୃତୀୟ ଭାବରେ ସମ୍ବୋଧିତ କରାଯାଇଥିଲା। ହେ‌ଲେ ଏବେ ତାଙ୍କୁ କ୍ୟାନସର ହୋଇଥିବାର ଜଣାପଡିଛି। 

  • prameyanews
  • pm narendra modi
  • Britain
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.