ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ୟୁକ୍ରେନ୍‌କୁ ବିପୁଳ ଅସ୍ତ୍ର ବିକିଛି ପାକ୍‌, ପାକିସ୍ତାନ ପାଇଛି ୩୬୪ ନିୟୁତ ଡଲାର

ନୂଆଦିଲ୍ଲୀ, ୧୫/୧୧ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌କୁ ୩୬୪ ନିୟୁତ ଡଲାର(ପ୍ରାୟ ୩୦,୨୬,୮୨,୫୬,୨୦୦ ଟଙ୍କା)ର ଅସ୍ତ୍ରଶସ୍ତ୍ର ଗୋଳାବାରୁଦ ବିକ୍ରି କରିଛି । ଏଥିପାଇଁ ପାକିସ୍ତାନ ଗତ ବର୍ଷ ଆମେରିକାର ଦୁଇ ଘରୋଇ କମ୍ପାନୀ ସହ ଡିଲ୍‌ କରିଥିଲା ବୋଲି ବ୍ରିଟିଶ ଗଣମାଧ୍ୟମ ବିବିସି ଉର୍ଦ୍ଦୁରେ ରିପୋର୍ଟ ପ୍ରକାଶ ପାଇଛି । ଏହି ଅସ୍ତ୍ରଶସ୍ତ୍ରକୁ ୟୁକ୍ରେନ୍‌ ରୁଷ୍‌ ବିରୋଧରେ ବ୍ୟବହାର କରିଛି । ବ୍ରିଟେନର ଏକ ସୈନ୍ୟ ମାଲବାହୀ ବିମାନ ୟୁକ୍ରେନ୍‌କୁ ଅସ୍ତ୍ରଯୋଗାଣ ପାଇଁ ରାୱଲପିଣ୍ଡିରେ ପାକିସ୍ତାନ ବାୟୁସେନାର ନୁର୍‌ ଖାନ୍‌ ଆଡ୍ଡାରୁ ସାଇପ୍ରସ୍‌, ଅକ୍ରୋତିରି ଏବଂ ପରେ ରୋମାନିଆକୁ ପ୍ରାୟ ୫ ଥର ଉଡ଼ାଣ ଭରିଥିଲା । ହେଲେ ରୋମାନିଆର ପଡ଼ୋଶୀ ଦେଶ ୟୁକ୍ରେନକୁ ଅସ୍ତ୍ର ଯୋଗାଇଥିବା ଅଭିଯୋଗକୁ ପାକିସ୍ତାନ ବାରମ୍ବାର ଖଣ୍ଡନ କରିଛି । 

ବିବିସି ରିପୋର୍ଟରେ ଦାବି କରାଯାଇଛି ଯେ, ପାକିସ୍ତାନ ଦୁଇ ଆମେରିକୀୟ କମ୍ପାନୀ ଗ୍ଲୋବାଲ ମିଲିଟାରୀ ଏବଂ ନର୍ଥରୋପ୍‌ ଗ୍ରୁମାନ୍‌ ସହ ୧୫୫ ଏମ୍‌ଏମ୍‌ ତୋପ ଗୋଳା ବିକ୍ରି ପାଇଁ ଚୁକ୍ତିରେ ସ୍ୱାକ୍ଷର କରିଥିଲା । ୨୦୨୨ ଅଗଷ୍ଟ ୧୭ରେ ଏହି ଡିଲ୍‌ ହୋଇଥିଲା । ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ପାକିସ୍ତାନ ତଥ୍ୟରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ୨୦୨୨-୨୩ ଆର୍ଥିକ ବର୍ଷରେ ପାକିସ୍ତାନର ଅସ୍ତ୍ରଶସ୍ତ୍ର ରପ୍ତାନୀ ୩ ହଜାର ପ୍ରତିଶତ ବଢ଼ିଛି । ପାକିସ୍ତାନ ୨୦୨୧-୨୨ରେ ୧ କୋଟି ୩୦ ଲକ୍ଷ ଆମେରିକୀୟ ଡଲାରର ଅସ୍ତ୍ରଶସ୍ତ୍ର ରପ୍ତାନୀ କରିଥିଲା । ୨୦୨୨-୨୩ରେ ତାହା ୪୧ କୋଟି ୫୦ ଲକ୍ଷ ଡଲାରରେ ପହଞ୍ଚିଥିବା ବିବିସି ଦାବି କରିଛି । ଏହି ଚୁକ୍ତି ପାକିସ୍ତାନ ଡେମୋକ୍ରାଟିକ୍‌ ମୁଭମେଣ୍ଟ(ପିଡିଏମ୍‌)ର ଶାସନକାଳରେ ହୋଇଥିବା କୁହାଯାଇଛି । ବିଭିନ୍ନ ଦଳକୁ ନେଇ ଗଠିତ ପିଡିଏମ୍‌ ମେଣ୍ଟ ଗତବର୍ଷ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ ଇମ୍ରାନ୍‌ ଖାନ୍‌ଙ୍କ ସରକାରକୁ ଭାଙ୍ଗି ଦେଇଥିଲା । ୟୁକ୍ରେନ୍‌କୁ ଅସ୍ତ୍ର ବିକ୍ରି ଅଭିଯୋଗ ଉପରେ ପାକ୍‌ ବିଦେଶ ମନ୍ତ୍ରଣାଳୟ କହିଛି, ପାକିସ୍ତାନ ନିଜ ନିରପେକ୍ଷ ଆଭିମୁଖ୍ୟ ଜାରି ରଖିଛି । ଅସ୍ତ୍ର ବିକ୍ରି କରାଯାଇନାହିଁ ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.