ପ୍ରମୂଖ ଖବର
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ତୃତୀୟ ଗନ୍ଧରାଡ଼ି ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ

Published By : Prameya | January 28, 2024 11:06 PM

ଜହ୍ନାପଙ୍କ,୨୮/୧ : ବୌଦ୍ଧ ବ୍ଲକ ଅନ୍ତର୍ଗତ ଜଗତି ହାଇସ୍କୁଲ ପଡିଆରେ ରବିବାର ସନ୍ଧ୍ୟାରେ  ତୃତୀୟ ଗନ୍ଧରାଡ଼ି ଲୋକ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦଘାଟିତ ହୋଇଯାଇଛି । ଏହି ତୃତୀୟ ଲୋକ ମହୋତ୍ସବ ଅବସରରେ ପ୍ରଥମେ ଅଞ୍ଚଳର ଐତିହାସିକ ଗନ୍ଧରାଡ଼ି ପୀଠ ହର, ହରି ଓ ପଶ୍ଚିମ ସୋମନାଥଙ୍କ ମନ୍ଦିରରୁ ପାରମ୍ପରିକ ରୀତିନୀତିରେ  ପୂଜା ଅର୍ଚ୍ଚନା କରି ଠାକୁରଙ୍କ ଦିବ୍ୟ ଜ୍ୟୋତି ମଶାଲ ଶୋଭାଯାତ୍ରା ଏକ ବିରାଟ ପଟୁଆରରେ ପାରମ୍ପରିକ ନାଚ ଗୀତ, ବାଦ୍ୟ  ଶଙ୍ଖ, ଘଣ୍ଟ, ଢୋଲ, ନିଶାନ, ନାମ ସଂକୀର୍ତନ, ହରିବୋଲ ହୁଳହୁଳିରେ ମହୋତ୍ସବ ପଡିଆରେ ପହଞ୍ଚ୍ ମଞ୍ଚରେ ଠାକୁରଙ୍କ  ପ୍ରତିମାକୁ ପୂଜା ପାଠ କରି ଅବସ୍ଥାପିତ କରାଯାଇଥିଲା I 

ସନ୍ଧ୍ୟାରେ ସନ୍ଧ୍ୟା ଆଳତି ପରେ ମହୋତ୍ସବ ମଞ୍ଚରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ, ପାନୀୟ ଜଳ, ପଞ୍ଚାୟତ ରାଜ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ତୃତୀୟ ଗନ୍ଧରାଡ଼ି ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଲ।କୁ ଉଦଘାଟନ କରିଥିଲେ । ପରେ ମଞ୍ଚ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ସମ୍ମାନିତ ଅତିଥିଭାବେ  ପୂର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ରାଜ୍ୟ ବୟନିକା ସଭାପତି ପ୍ରକାଶ ମେହେର, ୬ ନଂ ଜିଲ୍ଲା ପରିଷଦ ସଭ୍ୟା, ଲକ୍ଷ୍ମୀପ୍ରସାଦ ସରପଞ୍ଚ ଭାରତୀ ପୁରୋହିତ, ମୁଖ୍ୟବକ୍ତା ଭାବେ ଆଧ୍ୟାତ୍ମିକ ଗୁରୁ ଗଗନ ଗୁରୁଜୀ ମଞ୍ଚାସିନ ଥିଲୋ ତତ୍ ପରେ ଅତିଥି ଗଣଙ୍କୁ ବ୍ୟାଚ, ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । 

ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ସ୍ଵାଗତସଂଗୀତ ଗାନ ପରେ ଉପ ସଭାପତି ମନୋରଂଜନ ପୁରୋହିତ ସ୍ୱାଗତ ଭାଷଣ ଦେଇଥିଲେ। ସମ୍ପାଦକ ଶମ୍ଭୁ ଗିରି ମହୋତ୍ସବର ବିବରଣୀ ପଠନ କରି ମଞ୍ଚ କାର୍ଯ୍ୟ ସମାପନ କରିଥିଲେ । ସନ୍ତୋଷ କୁମାର କର୍ଣ୍ଣ ମଞ୍ଚ ପରିଚାଳନା କରିଥିବାବେଳେ ସହ ସମ୍ପାଦକ ସ୍ଵାଧୀନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଅତିଥି ଗଣ ମିନ।ବଜାର ଓ ପଲ୍ଲୀଶ୍ରୀ ମେଳାର ବିଭିନ୍ନ ଷ୍ଟଲ ପରିଦର୍ଶନ କରିଥିଲେ | ମଞ୍ଚ କାର୍ଯ୍ୟ ପରେ ଜହ୍ନ। ପଙ୍କ, ଜଗତି, କମିରା, ମେଣ୍ଢିମାଲ ସ୍କୁଲ ଓ ଗନ୍ଧରାଡ଼ି କଲେଜର, ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା କଳାକାର ମାନେ ତାଙ୍କର କଳା ପ୍ରଦର୍ଶନ କରିଥିଲେ। ବିଶ୍ୱଜିତ ସାହୁ ଓ  ସୁଧୀର ଦୀପ ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ I

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.