ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ

ନୂଆଦିଲ୍ଳୀ,୦୩/୧୨: ସୋମବାରରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଆସନ୍ତା ଲୋକସଭା ନିର୍ବାଚନ  ପୂର୍ବରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ।  ଏହି ଅଧିବେଶନରେ ବିଜେଡି ଓଡ଼ିଶା ବିଧାନ  ପରିଷଦରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମଏୱାଇ) ସମେତ ୧୦ଟି ପ୍ରସଙ୍ଗ  ଜୋରଦାର ଉଠାଇବ ବୋଲି ସ୍ଥିର କରିଛି । ଆସନ୍ତାବର୍ଷ ଜାନୁଆରୀ ଶେଷର ଏକ ସ୍ୱଳ୍ପକାଳୀନ  କାମଚଳା ବଜେଟ ଅଧିବେଶନ ଅନୁଷ୍ଠିତ ହେବ । ପରେ ମାର୍ଚ୍ଚ ମାସ ମଧ୍ୟ ଭାଗରେ ଲୋକସଭା  ନିର୍ବାଚନ ଘୋଷଣା ହେବାକୁ ଥିବାରୁ ଆସନ୍ତା  ଶୀତ ଅଧିବେଶନରେ ବିଜେଡି ରାଜ୍ୟର ବିଭିନ୍ନ  ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କଠାରୁ  ଜବାବ ଲୋଡିବ ବୋଲି ସୂଚନା ମିଳିଛି ।  

ଓଡ଼ିଶାର କାମ ଚାଲିଥିବା ବିଭିନ୍ନ ଜାତୀୟ  ରାଜପଥ ଗୁଡିକର ବର୍ତ୍ତମାନ ସୁଦ୍ଧା ସ୍ଥିତି,  ଓଡ଼ିଶାର ଆଦିବାସୀ ତାଲିକାରେ ୧୬୯ ପ୍ରସ୍ତାବକୁ ସାମିଲ କରିବା, ହୋ ମୁଣ୍ଡାରି ଭୂମିଜ୍‌, ସରୋରା  ଏବଂ କୁଇ ଅଦିବାସୀ ଭାଷାକୁ ସମ୍ବିଧାନର ୮ମ  ଅନୁଚ୍ଛେଦରେ ସାମିଲ କରିବା, କେନ୍ଦୁପତ୍ର ଉପରୁ  ଜିଏସ୍‌ଟି ହଟାଇବା, ଫସଲବୀମା, ଖାଦ୍ୟଶସ୍ୟର  ସର୍ବନିମ୍ନ ସହାୟକ ମୂଲ୍ୟ, ସ୍ୱାମୀନାଥନ କମିଶନର  ରିପୋର୍ଟ ସୁପାରିସକୁ ଲାଗୁ କରିବା ଓ ସମ୍ବିଧାନର  ମୁଖବନ୍ଧରେ ଅହିଂସାକୁ ସାମିଲ କରିବା ପ୍ରମୁଖ  ପ୍ରସଙ୍ଗକୁ ବିଜେଡି ଉଠାଇବ । ତେବେ ଶୀତ ଅଧିବେଶନ ଆରମ୍ଭ ହେବା ଗୋଟିଏ ଦିନ ପୂର୍ବରୁ  କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ ଶନିବାର  ଡାକିଥଲେ । ଏହି ବୈଠକରେ ଲୋକସଭାରେ  ବିଜେଡି ନେତା ପିନାକୀ ମିଶ୍ର ଓ ରାଜ୍ୟସଭାରେ  ଦଳର ନେତା ସସ୍ମିତ ପାତ୍ର ଯୋଗ ଦେବାକୁ ଥିଲା ।  କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ଏହି ବୈଠକୁ ଉଭୟ  ନେତା ଆସିପାରିନଥିଲେ । ସସ୍ମିତ ଏବେ ଭାଇରାଲ  ଜ୍ୱରରେ ଆକ୍ରାନ୍ତ । 

ସେହିପରି ପିନାକୀ ମଞ୍ଚ  ସ୍ୱାସ୍ଥ୍ୟଗତ କାରଣରୁ ସର୍ବଦଳୀୟ ବୈଠକରେ ଯୋଗ  ଦେଇପାରିନଥିଲେ ବୋଲି ସୂଚନା ମିଳିଛି । ସସ୍ମିତ  ପ୍ରମେୟ ପ୍ରତିନିଧିଙ୍କୁ କହିଥିଲେ, ବିଜେଡି ଆସନ୍ତା  ଶୀତ ଅଧିବେଶନରେ ୧୦ଟି ପ୍ରସଙ୍ଗ ଉଠାଇବ  ବୋଲି ସ୍ଥିର କରିଛି । ଏହି ବିଷୟ ଗୁଡିକ ଦଳ ପାଇଁ  ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ଏହି ପ୍ରସଙ୍ଗଗୁଡିକରେ କେନ୍ଦ୍ର  ସରକାର କ’ଣ ପଦକ୍ଷେପ ନେଇଛନ୍ତି ବା କ’ଣ  ନେବାକୁ ଯାଉଛନ୍ତି, ସେ ନେଇ ଦଳ ପକ୍ଷରୁ ଜବାବ  ମଗାଯିବ । ଏହି ପ୍ରସଙ୍ଗଗୁଡିକୁ ଉଭୟ ଗୃହରେ  ଜୋରଦାର ଉଠାଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.