ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ପବନ ସିଂହ ନିର୍ବାଚନ ଲଢିବାକୁ କରି ଦେଲେ ମନା, କାଲି ବିଜେପି ତାଙ୍କୁ କରିଥିଲା ପ୍ରାର୍ଥୀ

ନୂଆଦିଲ୍ଲୀ : ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଷ୍ଟାର ପବନ ସିଂହ ଆସନସୋଲ୍‌ ଲୋକସଭା ସିଟ୍‌ରୁ ନିର୍ବାଚନ ଲଢିବାକୁ ମନା କରି ଦେଇଛନ୍ତି। ସେ ଏକ୍ସରେ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି। ସେ ନିଜର ମେସେଜରେ ଲେଖିଛନ୍ତି , ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ପାର୍ଟି ମୋ ଉପରେ ବିଶ୍ୱାସ କରି ଆସନସୋଲର ପ୍ରାର୍ଥୀ ଘୋଷିତ କରିଛି, କିନ୍ତୁ କୌଣସି କାରଣ ବଶତଃ ମୁଁ ଆସନସୋଲରୁ ନିର୍ବାଚନ ଲଢି ପାରିବି ନାହିଁ। 

ପବନ ସିଂହଙ୍କ ନିର୍ବାଚନ ଲଢିବାରେ ମନା କରିବାକୁ ନେଇ ତୃଣମୂଳ କଂଗ୍ରେସର ମହାସଚିବ ତଥା ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ନାବାର୍ଜୀ ଟାର୍ଗେଟ୍‌ କରିଛନ୍ତି। ସେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ପବନ ସିଂହଙ୍କ ପୋଷ୍ଟକୁ ରିପୋଷ୍ଟ କରି ଲେଖିଛନ୍ତି, ଏହା ପଶ୍ଚିମବଙ୍ଗର ଲୋକଙ୍କ ଅଦମ୍ୟ ଭାବନା ଓ ଶକ୍ତି।

 

ବିଜେପି ଦ୍ୱାରା ଗତକାଲି ୧୯୫ ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରାଯାଇ ଥିଲା। ଯେଉଁଥିରେ ପବନ ସିଂହଙ୍କର ମଧ୍ୟ ନାମ ସାମିଲ ଥିଲା। ବିଜେପି ତାଙ୍କୁ ପଶ୍ଚିମବଙ୍ଗର ଆସନସୋଲ ସିଟ୍‌ରୁ ପ୍ରାର୍ଥୀ କରିଥିଲା, ଯେଉଁଠାରୁ ଟିଏମସି ଶତ୍ରୁଘ୍ନ ସିହ୍ନା ସାଂସଦ ଅଛନ୍ତି। 

ଆପଣଙ୍କୁ କହି ରଖୁଛୁ କି, ବିଜେପିର ପ୍ରାର୍ଥୀଙ୍କ ତାଲିକା ଜାରି ହେବା ପୂର୍ବରୁ ପବନ ସିଂହଙ୍କ ଲୋକସଭା ନିର୍ବାଚନ ଲଢିବାର ଅଟକଳ ଚାଲୁଥିଲା। ତାଙ୍କୁ ବିହାରର ଆରା ସିଟ୍‌ରୁ ମଧ୍ୟ ପ୍ରାର୍ଥୀ କରିବାର ଆଲୋଚନା ହେଉଥିଲା। ବିଜେପି ତାଙ୍କୁ ବିହାର ପରିବର୍ତ୍ତେ ପଶ୍ଚିମବଙ୍ଗରୁ ନିର୍ବାଚନ ମୈଦାନରେ ଓହ୍ଲାଇ ଥିଲା। ଆସନସୋଲ ଲୋକସଭା କ୍ଷେତ୍ର ଝାଡ଼ଖଣ୍ଡରୁ ନିକଟରେ ରହିଛି ଏବଂ ଏଠାରେ ବିହାରୀ ମତଦାତାଙ୍କ ସଂଖ୍ୟା ବହୁତ ଅଧିକ। ପବନ ସିଂହ ଏଠାରେ ବିଜେପି ପାଇଁ ବଡ଼ ଫ୍ୟାକ୍ଟର ସାବ୍ୟସ୍ତ ହୋଇଥିଲେ। ଏବେ ଯେବେ ସେ ପ୍ରାର୍ଥୀ ହେବାକୁ ମନା କରିଦେଇଚନ୍ତି , ବିଜେପିକୁ ନୂଆ ପ୍ରାର୍ଥୀ ତଲାସ କରିବାକୁ ପଡ଼ିପାରେ । 

ଉଲ୍ଲେଖନୀୟ ଯେ, ୨୦୧୯ର ଲୋକସଭା ନିର୍ବାଚନରେ ଆସନସୋଲ ଲୋକସଭା ସିଟ୍‌ରୁ ବିଜେପିର ବାବୁଲ ସୁପ୍ରିୟୋ ଜିତି ସାଂସଦ ହୋଇଥିଲେ। ପରେ ସେ ଇସ୍ତଫା ଦେଇ ଟିଏମସିରେ ସାମିଲ ହେବାକୁ ନିଷ୍ପତ୍ତି ନେଲେ। ଏହାପରେ ୨୦୨୨ରେ ଉପନିର୍ବାଚନ ହେଲା। ଟିଏମସି ଏହି ସିଟ୍‌ରେ ଶତ୍ରୁଘ୍ନ ସିହ୍ନାଙ୍କୁ ପ୍ରାର୍ଥୀ କଲା। ସେ ବିଜେପି ପ୍ରାର୍ଥୀ ଅଗ୍ନିମିତ୍ରା ପଲ୍‌ଙ୍କୁ ପାଖାପାଖି ୩ ଲକ୍ଷ ଭୋଟର ଏକ ବଡ଼ ବ୍ୟବଧ୍ୟାନରେ ହରାଇ ଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.