ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜ୍ୱର ମାପିବାକୁ ଆଉ ଦରକାର ନାହିଁ ଥର୍ମୋମିଟର, ଏବେ ମୋବାଇଲରେ ମାପିହେବ ତାପମାତ୍ରା...

ନୂଆଦିଲ୍ଲୀ, ୨୭।୨: ଜ୍ୱର ମାପିବା ଲାଗି ଆମେ ସାଧାରଣତଃ ଥର୍ମୋମିଟର ବ୍ୟବହାର କରିଥାଉ । ସମସ୍ତ କାର୍ଯ୍ୟକୁ ସୁବିଧା ଓ ସହଜ କରିବା ଲାଗି ବର୍ତ୍ତମାନ ନୂଆ ନୂଆ ଟେକ୍ନୋଲୋଜି ଆସୁଥିବାର ଦେଖାଯାଉଛି । ଠିକ୍ ସେହିପରି ଏବେ ଜ୍ୱର ମାପିବା ଲାଗି ଆଉ ଥର୍ମୋମିଟରର ଆବଶ୍ୟକତା ପଡ଼ିବ ନାହିଁ । କାରଣ ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି ଏକ ଫୋନ୍, ଯାହା ସାହାଯ୍ୟରେ ଆପଣ ଜ୍ୱରର ମାପିପାରିବେ ଶରୀରର ତାପମାତ୍ରା । ଏହି ଫୋନର ନାଁ ପିକ୍ସେଲ ପ୍ରୋ ସ୍ମାର୍ଟଫୋନ । ଯାହା ମାନବ ଶରୀରର ତାପମାତ୍ରା ମାପିବାରେ ସାହାଯ୍ୟ କରିବ । ଏହି ସୁବିଧା ପ୍ରଦାନ କରିଛି ଗୁଗଲ । ଏହି ଫିଚର୍ସ କିପରି କାର୍ଯ୍ୟ କରେ ଏବଂ ଏହା କେଉଁ ପ୍ରକାରର ସୁବିଧା ଯୋଗାଏ ଆସନ୍ତୁ ଜାଣିବା ସେ ବିଷୟରେ । 

ତେବେ ଶରୀର ତାପମାତ୍ରା ମାପିଲା ଲାଗି ପିକ୍ସେଲ ପ୍ରୋ ସ୍ମାର୍ଟଫୋନ୍‌ରେ ଏକ ଆପ୍ ରହିଛି । ଯାହାର ନାଁ ଇନଫ୍ରାଡ୍ ସେନ୍ସର ଆପ୍ । ଏହି ଆପ୍ ସାହାଯ୍ୟରେ ତାପମାତ୍ରା ମାପ କମାଯାଇପାରେ । ଏଥିରେ ଥିବା ସେନ୍ସର ଏକ ବସ୍ତୁ କିମ୍ୱା ମାନବ ଶରୀରରୁ ନିର୍ଗତ ଇନଫ୍ରାଡ୍ ରେଡିଏସନ୍‌କୁ ଟ୍ରାକ୍ କରିଥାଏ । ଏହି ରେଡିଏସନ୍‌କୁ ଟ୍ରାକ୍ କରି ତାପମାତ୍ରା ମାପିଥାଏ । ଏହି ସେନ୍ସର ୩୯୨ ଡିଗ୍ରୀ ଫାରେନ୍‌ହାଇଟ୍ ରୁ -୪ ଡିଗ୍ରୀ ଫାରେନ୍‌ହାଇଟ୍ ତାପମାତ୍ରା ମାପ କରିପାରିବ । ତେବେ ପ୍ରଶ୍ନ ଆସୁଥିବ ତାପମାତ୍ରା ମାପିବା ପାଇଁ ଏହି ଫୋନ୍‌ଟିକୁ ବ୍ୟବହାର କରିବେ କେମିତି ? କହିରଖୁ କି, ଏହି ଫୋନ୍‌କୁ କପାଳରେ ରଖି ତାପମାତ୍ରା ସ୍କାନ୍ କରାଯାଇଥାଏ । ପରେ ଫୋନ୍‌ର ସ୍କ୍ରିନ୍‌ରେ ଶରୀରର ତାପମାତ୍ରା ଦର୍ଶାଏ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.