ନୂଆଦିଲ୍ଲୀ,୧୪/୦୯: ଜି-୨୦ ସମ୍ମିଳନୀବେଳେ ସୁରକ୍ଷା ଦାୟିତ୍ୱରେ ଥିବା ଦିଲ୍ଲୀ ପୁଲିସର ୪୫୦ ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୈଶ୍ୟଭୋଜି କରିବେ । ଆସନ୍ତା ୧୬ ତାରିଖରେ ଏହି ଡିନର କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀଙ୍କ ତରଫରୁ ସେମାନଙ୍କୁ ନିମନ୍ତ୍ରଣ କରାଯାଇଛି ।
ଏଥିନିମନ୍ତେ ଦିଲ୍ଲୀ ପୁଲିସ କମିଶନର ସଞ୍ଜୟ ଅରୋରା ଜି-୨୦ରେ ଡ୍ୟୁଟି କରିଥିବା ପ୍ରତି ଜିଲ୍ଲାର କନଷ୍ଟେବଳ ଏବଂ ଇନ୍ସପେକ୍ଟରଙ୍କ ତାଲିକା ମାଗିଛନ୍ତି । ଭାରତ ମଣ୍ଡପମ୍ରେ ହିଁ ଏହି ଡିନର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀ ମୋଦି କୌଣସି ବଡ଼ ଧରଣର କାର୍ଯ୍ୟକ୍ରମର ସଫଳତା ପରେ ଏହା ପଛରେ ଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ନୂଆ ନୁହେଁ । ଗତ ମେ’ରେ ନୂଆ ସଂସଦ ଭବନ ଉଦ୍ଘାଟନ ପୂର୍ବରୁ ଏଥିଲାଗି ଶ୍ରମଦାନ କରିଥିବା ଶ୍ରମିକଙ୍କୁ ମୋଦି ସମ୍ମାନିତ କରିଥିଲେ ।