ବାଙ୍କୀ, ୨୯/୦୧ : ପରୀକ୍ଷା-ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଓଡ଼ିଆ ଝିଅଙ୍କ ପ୍ରଶ୍ନ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ ପଚାରିଲେ ବାଙ୍କୀ ଝିଅ ରାଜଲକ୍ଷ୍ମୀ ଆଚାର୍ଯ୍ୟ। ପରୀକ୍ଷା ହଲ୍ରେ କିପରି ଚାପ ମୁକ୍ତ ରହିବୁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପରୀକ୍ଷା ହଲରେ ପ୍ରବେଶ ପରେ ନିଜ ଭିତରେ ହଜି ଯାଆନ୍ତୁ। ପରୀକ୍ଷା ଆରମ୍ଭ ପୂର୍ବରୁ ପାଖରେ ଥିବା ବନ୍ଧୁଙ୍କ ସହ କଥାବାର୍ତ୍ତା ହୁଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
Instead of focusing on others,try to focus on yourself. It will help you to concentrate on question paper, which will gradually lead to finding answers & ultimately bring positive results:PM @narendramodi while answering a question of Rajalaxmi from #Odisha#ParikshaPeCharcha2024 pic.twitter.com/Y1s01tnXAo
— PIB in Odisha (@PIBBhubaneswar) January 29, 2024
ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ପରୀକ୍ଷାରେ ଚାପ ମୁକାବିଲା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଟିପ୍ସ ଦେଉଛନ୍ତି। ମୋଦି କହିଛନ୍ତି ଯେ, ନଜ ପାଇଁ ଛୋଟ ଛୋଟ ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ। ପ୍ରଥମରୁ ବଡ଼ ଲକ୍ଷ୍ୟ ନିର୍ଦ୍ଧାରଣ କରି ଚାପ ନିଅନ୍ତୁ ନାହିଁ। ପ୍ରତିଯୋଗିତା ରହିବା ଜରୁରୀ, ବିନା ପ୍ରତିଯୋଗିତା ଓ ଆହ୍ଵାନରେ ଜୀବନ ପ୍ରେରଣାହୀନ। ଛୁଆଁଙ୍କ ତୁଳନା ପିତାମାତା କାହାସହ କରିବା ଉଚିତ୍ ନୁହେଁ। ତୁଳନା ଦ୍ଵାରା ପିଲାଙ୍କ ଭିତରେ ବିକୃତ ମନୋଭାବ ଆସିଥାଏ। ଇର୍ଷା, ଦ୍ଵେଷ ମନୋଭାବ ଆଣିବା ଆଦୌ ଉଚିତ୍ ନୁହେଁ। ପ୍ରତିଯୋଗିତା ବନ୍ଧୁ ସହ ନୁହେଁ ନିଜ ସହ କରନ୍ତୁ। ବନ୍ଧୁଙ୍କ ଠାରୁ ପ୍ରେରଣା ନିଅନ୍ତୁ, ଆଗକୁ ବଢନ୍ତୁ।