ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ରାୟପୁର-ବିଶାଖାପାଟ୍ଟନମ ରେଲୱେ ଲାଇନ୍: ରେଲୱେ ଭୂତଳ ପୋଲରେ ଜମୁଛି ପାଣି, ଲୋକେ ହଟହଟା

କେସିଙ୍ଗା,୦୧/୦୩: ସମ୍ବଲପୁର ଡିଭିଜନ ଅଧିନସ୍ଥ କେସିଙ୍ଗା-କାଣ୍ଡେଲ ରୋଡ଼ ରେଲୱେ  ଷ୍ଟେସନ ମଧ୍ୟରେ ଥିବା ୧୮୧ ନମ୍ବର ଏଲ୍‌ଏଚ୍‌ଏସ୍‌  (ଲିମିଟେଡ ହାଇ ସ୍ପିଡ) ବା ଭୂତଳ ପୋଲ  ସମସ୍ୟାକୁ ନେଇ ଅଞ୍ଚଳବାସୀ ମଧ୍ୟରେ ଅସନ୍ତାଷ  ପ୍ରକାଶ ପାଇଛି । ଭୂତଳ ପୋଲ ନିର୍ମାଣରେ  ତ୍ରୁଟି ରହିଥିବା ଯୋଗୁଁ ବାହାରକୁ ପାଣି ନିଷ୍କାସନ  ହୋଇନପାରି ସେଠାରେ ଜମି ରହୁଛି । ହେଲେ  ରେଳ ବିଭାଗ ପକ୍ଷରୁ ତାହାର କୌଣସି ସ୍ଥାୟୀ  ପ୍ରତିକାର କରାଯାଇନଥିବା ଅଭିଯୋଗ ହେଉଛି ।  

ପ୍ରକାଶ ଯେ, କେସିଙ୍ଗା ବ୍ଲକ ବାଲସି ପଞ୍ଚାୟତ  ଅଧିନରେ ଥିବା ମଶାଣିବନ୍ଦ ଓ କୋକୋଡ଼ମାଲ  ଗ୍ରାମକୁ ରାସ୍ତାକୁ ପୂର୍ବତଟ ରେଳପଥ ରାୟପୁର-ବିଶାଖାପଟ୍ଟନମ ରେଳ ଲାଇନ ଅତିକ୍ରମ କରିଛି ।  ତେବେ ସେହି ଅଞ୍ଚଳବାସୀଙ୍କ ଗମନାଗମନର  ସୁବିଧାକୁ ବିଚାର କରି ଗତ କିଛିବର୍ଷ ତଳେ ରେଳ  ବିଭାଗ ତରଫରୁ ସେଠାରେ ଏକ ଏଲ୍‌ଏଚ୍‌ଏସ୍‌  ବା ଭୂତଳ ପୋଲ ନିର୍ମାଣ କରାଯାଇଛି । ଯାହାକି  ସମ୍ବଲପୁର ଡିଭିଜନର ୧୮୧ ନମ୍ବର ଏଲ୍‌ଏଚ୍‌ଏସ୍‌  ବା ଭୂତଳ ପୋଲ ବୋଲି କୁହାଯାଉଛି । ହେଲେ  ଏଲ୍‌ଏଚ୍‌ଏସ୍‌ର ନିର୍ମାଣ କରିବାରେ ଉପଯୁକ୍ତ ସ୍ଥାନ ଚିହ୍ନଟ ନକରି ଭୂତଳ ପୋଲ ହୋଇଥିବା  ଅଭିଯୋଗ ହେଉଛି । ଫଳରେ ସ୍ୱଳ୍ପ ବର୍ଷାରେ ଉକ୍ତ  ପୋଲ ମଧ୍ୟରେ ୨ରୁ ୩ଫୁଟ ପାଣି ଜମା ହେବା  ସହ ଜଳ ନିଷ୍ପାସିତ ହୋଇପାରୁନାହିଁ । ବିଭାଗ  ପକ୍ଷରୁ ଏହାର ପ୍ରତିକାର କରାନଯାଇ ଏକ ପମ୍ପ  ସାହାଯ୍ୟରେ ଜମି ରହୁଥିବା ପାଣିକୁ ଶୁଖାଯାଉଛି ।  

ଗତ ମଙ୍ଗଳବାର ରାତିରେ ହୋଇଥିବା ବର୍ଷା ପାଣି  ଭୂତଳ ପୋଲରେ ଜମି ରହିବା ଦ୍ୱାରା ଲୋକଙ୍କ  ଯାତାୟାତରେ ସମସ୍ୟା ଦେଖାଯାଇଥିଲା । ଏପରିକି  ବର୍ଷା ଋତୁରେ ହେଉଥିବା ଲଗାଣ ବର୍ଷାରେ ଉକ୍ତ  ପୋଲର ଅବସ୍ଥା ନକହିବା ଭଲ ବୋଲି ଅଞ୍ଚଳବାସୀ  ମତପ୍ରକାଶ କରିଛନ୍ତି । ଏନେଇ ଟିଟିଲାଗଡ଼ ସବ୍‌  ଡିଭିଜନର ଏଡିଇଙ୍କୁ ପଚାରିବାରୁ ଭୂତଳ ପୋଲର  ପାଣି ନିଷ୍କାସନ ପାଇଁ ଅନ୍ୟ କୌଣସି ସୁବିଧା  ନଥିବାରୁ ପମ୍ପ ଜରିଆରେ ପାଣି ଶୁଖାଯାଉଛି ।  ଏହାର କୌଣସି ସ୍ଥାୟୀ ପ୍ରତିକାର ନାହିଁ ବୋଲି  ସେ କହିଥିଲେ । ଏ ସମସ୍ୟାର ସମାଧାନ  ପାଇଁ ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ  ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.