ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଦଳିଲେ ନୀଳଗିରି ଏଆରସିଏସ; ଈଶ୍ୱରପୁର ସେବା ସମବାୟ ସମିତି ଦୁର୍ନୀତି ପାଇଁ ହୋଇ ପଡ଼ିଥିଲେ ବିବାଦୀୟ

ନୀଳଗିରି,୧/୩ : ବଦଳିଲେ ବିବାଦରେ ଛନ୍ଦି ହୋଇଥିବା ନୀଳଗିରିର ଭାରପ୍ରାପ୍ତ ଏଆରସିଏସ ଲକ୍ଷ୍ମୀଧର ରାଉତ। ଈଶ୍ୱରପୁର ସେବା ସମବାୟ ସମିତିର ଦୁର୍ନୀତି ପାଇଁ ସେ ବିବାଦୀୟ ହୋଇପଡିଥିଲେ । ତାଙ୍କ ବିରୁଦ୍ଧରେ ଚାଷୀମାନେ ଆନ୍ଦୋଳନ କରି ଶେଷରେ ତାଙ୍କର ବଦଳି ପରେ ଦୀର୍ଘ ଦିନ ଲାଗି ରହିଥିବା ବିବାଦ ସାମୁହିକ ଭାବେ ସ୍ଥଗିତ ହୋଇଛି। 

ସୂଚନାଯୋଗ୍ୟ ଯେ, ଔପଦା ବ୍ଲକ ଅଧିନ ଈଶ୍ୱରପୁର ସେବା ସମବାୟ ସମିତିରେ ଚାଷୀଙ୍କ ନାମରେ କର୍ମଚାରୀମାନେ ଅର୍ଥ ଆତ୍ମସାତ କରିବା ଅଭିଯୋଗ ଆସିଥିଲା। ପରେ ଜଣେ କର୍ମଚାରୀଙ୍କୁ ପରିଚାଳନା ପରିଷଦ ବହିଷ୍କାର କରିଥିବା ବେଳେ ଏଆରସିଏସ ଲକ୍ଷ୍ମୀଧର ରାଉତ ଏହି ନିର୍ଦେଶକୁ ବେଆଇନ ଦର୍ଶାଇ ଏକ ଧମକପୂର୍ଣ୍ଣ ଚିଠି ଲେଖିଥିଲେ। ଏପରିକି ସମିତିର ଋଣ ଖିଲାପ କରିଥିବା ଚାଷୀମାନଙ୍କୁ ଉସୁକାଇ ସେ ଆନ୍ଦୋଳନ କରାଉଥିବାବେଳେ ସର୍ବଦା ଈଶ୍ୱରପୁର ସେବା ସମବାୟ ସମିତିରେ ବିବାଦ ଲାଗି ରହୁଥିଲା । ଏଭଳି ଅଭିଯୋଗକୁ ସେ ଖଣ୍ଡନ କରୁଥିବାବେଳେ ବୋର୍ଡ଼ର ସଭାପତି ଭାଗବତ ଖିଲାର ବାରମ୍ବାର ତାଙ୍କର ଏଭଳି ମନମୁଖୀ କାର୍ଯ୍ୟ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ କରି ଆସୁଥିଲେ। ପରେ ରାଜ୍ୟ ସରକାରଙ୍କ ୨୨୪୦ ପତ୍ରସଂଖ୍ୟା ଆଧାରରେ ତାଙ୍କୁ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କୁ ବଦଳି କରାଯାଇଥିବା ଜଣାପଡିଛି। ସର୍ବଦା ବିବାଦ କରି ସମିତିକୁ ବଦନାମ କରୁଥିବା ଏଭଳି ଅଧିକାରୀଙ୍କୁ ବଦଳି କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ବୋର୍ଡର ସଭାପତି ଭାଗବତ ଖିଲାର ସାଧୁବାଦ ଜଣାଇଛନ୍ତି।ସେପଟେ ଏଭଳି ଅଭିଯୋଗ କୁ ଏଆରସିଏସ ଖଣ୍ଡନ କରିଥିବା ବେଳେ ସମିତିରେ କଣ ହେଉଛି ସବୁ ଜାଣିଛନ୍ତି ଆଉ ବଦଳି ଗୋଟେ ସରକାରୀ ପ୍ରକ୍ରିୟା ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.