ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହିନ୍ଦୀ ଗୀତରେ ଜାହ୍ନବୀଙ୍କ ସହ ଦେଶୀ ଠୁମକା ଲଗାଇଲେ ରିହାନା , ଅମ୍ୱାନୀ ପାର୍ଟିର ଭିଡ଼ିଓ ଭାଇରାଲ

ମୁମ୍ୱାଇ : ଚର୍ଚ୍ଚାରେ ଅନନ୍ତ ଅମ୍ୱାନୀ ଓ ରାଧିକା ମର୍ଚେଣ୍ଟଙ୍କର ପ୍ରି-ୱେଡି ଉତ୍ସବ। ଦେଶରୁ ନେଇ ବିଦେଶ ସବୁଠି ଏହାକୁ ନେଇ ଆଲୋଚନା। ଦେଶ-ବିଦେଶରୁ ଆସିଥିବା ଅନେକ ସେଲିବ୍ରିଟିଜ୍‌ ଗୋଟିଏ ସ୍ଥାନରେ ହୋଇଛନ୍ତି ଏକାଠି । ଗୁଜରାଟର ଜାମନଗରରେ ଏହି ମହାଆଡ଼ମ୍ୱରପୂର୍ଣ୍ଣ ଉତ୍ସବର ଚାଲଛି ଆୟୋଜନ । ପ୍ରଥମ ଦିନ ଇଣ୍ଟରନ୍ୟାସନାଲ ପପ୍‌ ଷ୍ଟାର ରିହାନାଙ୍କୁ ନେଇ ବାତାବରଣ ପୂରା ସରଗରମ୍‌। ରିହାନା ଏଠାରେ ଷ୍ଟେଜ୍‌ରେ ପରଫର୍ମେନ୍ସ କରିଛନ୍ତି ଏବଂ ସମସ୍ତଙ୍କୁ ଗୀତର ତାଳେ ତାଳେ ଝୁମିବାକୁ ବାଧ୍ୟ କରି ଦେଇଛନ୍ତି। ଏହାପରେ ପାର୍ଟିରେ ବଲିଉଡ୍‌ ଷ୍ଟାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଜାହ୍ନବୀ କପୁର ରିହାନାଙ୍କ ସହ ଏକ ଭିଡ଼ିଓ ସେୟାର କରିଛନ୍ତି , ଯେଉଁଥିରେ ଉଭୟ ଧଡ଼କର ‘ଝିଙ୍ଗାଟ’ ଗୀତରେ ଠୁମକା ଲଗାଉଛନ୍ତି।  

ଅନନ୍ତ–ରାଧିକାଙ୍କ ପ୍ରି-ୱେଡିଂ : ରିହାନଙ୍କ ପ୍ରଦର୍ଶନ ପାଇଁ ଅମ୍ୱାନୀ ଦେଲେ କୋଟି କୋଟି ଟଙ୍କା

ରିହାନା ପିଙ୍କ୍‌ କଲରର ଡ୍ରେସ୍‌ ପିନ୍ଧିଛନ୍ତି , ଜାହ୍ନବୀ ସିଲଭର ରଙ୍ଗର ଶିମରୀ ଆଉଟ୍‌ଫିଟ୍‌ରେ ଅଛନ୍ତି। ବ୍ରାକ୍‌ଗ୍ରାଉଣ୍ଡରେ ଝିଙ୍ଗାଟ  ଗୀତ ଚାଲୁଛି, ଯାହାର ତାଳେ ତାଳେ ଉଭୟ ସେଲିବ୍ରିଟି ପରସ୍ପରକୁ ଠୁମକାରେ କମ୍ପିଟିସନ ଦେଉଛନ୍ତି। ଉଭୟ ପାର୍ଟିରେ ଖୁବ୍‌ ଏନଜୟ କରୁଛନ୍ତି ଏବଂ ନିଜର ଡ୍ୟାନ୍ସରେ ଯେମିତି ହଜି ଯାଇଛନ୍ତି। ତାଙ୍କ ଆଖପାଖର ଲୋକେ ତାଙ୍କୁ କେବଳ ଦେଖୁଛନ୍ତି। ଜାହ୍ନବୀଙ୍କ ପ୍ରଶଂସକ ତାଙ୍କର ଖୁବ୍‌ ପ୍ରଶଂସା କରୁଛନ୍ତି । ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି , ରିହାନା କୁମାରୀ ଝା। ଜଣେ ଲେଖିଛନ୍ତି , ହ୍ୱାଇଟ୍‌ ଏ ମୋମେଣ୍ଟ। ଜଣେ ୟୁଜର କହୁଛନ୍ତି ,ଆଇକନିକ୍‌ ମୋମେଣ୍ଟ । 


ଉଲ୍ଲେଖନୀୟ ଯେ, ରିହାନା ଅମ୍ୱାନୀ ପରିବାରକୁ ଧନ୍ୟବାଦ ଦେଇଛନ୍ତି , ଯିଏ ତାଙ୍କର ପାରିବାରିକ ଫଙ୍କସନରେ ସାମିଲ ହୋଇଛନ୍ତି। ସେ କହିଛନ୍ତି , ଅମ୍ୱାନୀ ପରିବାରକୁ ଧନ୍ୟବାଦ,ମୁଁ ଆଜି ରାତି ଅନନ୍ତ ଓ ରାଧିକାଙ୍କ ସମ୍ମାନରେ ଏଠାରେ ଉପସ୍ଥିତ ଅଛି। ମୋତେ ଏଠାକୁ ଆଣିବାକୁ ଧନ୍ୟବାଦ । ଭଗବାନ ଆପଣଙ୍କୁ ଆଶୀର୍ବାଦ ଦିଅନ୍ତୁ । ମୋ ତରଫରୁ ଆପଣଙ୍କୁ ଶୁଭକାମନା। 

ପୁଅର ବିବାହ ପୂର୍ବରୁ ନୀତା ଅମ୍ୱାନୀ ଜଣାଇଲେ ନିଜର ଦୁଇଟି ଇଚ୍ଛା , କହିଲେ ପ୍ରିୱେଡିଂ ପାର୍ଟି ହେବ ଖୁବ୍‌ ସ୍ୱତନ୍ତ୍ର

ସୂଚନା ଅନୁସାରେ , ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ପାର୍ଟିରେ ପାଖାପାଖି ୧୨୦୦ ଅତିଥିଙ୍କୁ ନିମନ୍ତ୍ରଣ ହୋଇଛି। ଏଥିରେ ବିଲ୍‌ ଗେଟ୍ସ, ମାର୍କ ଜୁକରବର୍ଗ , ସୁନ୍ଦର ପିଚାଇ , ଇଭାଙ୍କା ଟ୍ରମ୍ପ ଓ ବଲିଉଡ୍‌ ଷ୍ଟାର ଶାହରୁଖ ଖାନଙ୍କ ସହ ଅନ୍ୟ ଲୋକେ ବି ସାମିଲ ଅଛନ୍ତି। ଅନନ୍ତ ଓ ରାଧିକାଙ୍କ ବିବାହ ଜୁଲାଇରେ ଅନୁଷ୍ଠତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.