ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

କେନ୍ଦ୍ରାପଡ଼ାରେ ରାଜପରିବାର ରାଜନୀତି: ଆଳି ରାଜା-କନିକା ରାଣୀ ଲଢ଼େଇ !

କେନ୍ଦ୍ରାପଡ଼ା ୧୪/୧୧: ୨୦୨୪ ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲ୍ଲାବାସୀ ରାଜପରିବାରର ଲଢ଼େଇ ଦେଖିବାକୁ ପାଇପାରନ୍ତି । କନିକା ରାଜପରିବାର ବୋହୂ ଦୁର୍ଗାଦେବୀ ପଦ୍ମ ଧରିବା ପରେ ଆଳି ନିର୍ବାଚନମଣ୍ଡଳୀରେ ଏଭଳି ଚର୍ଚ୍ଚା ବଢ଼ିଛି ।  ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ଅନ୍ୟ ନେତୃବୃନ୍ଦଙ୍କ ସହ ସେ ବିଜେପିରେ ସାମିଲ ହୋଇଛନ୍ତି । 

ଆଳିରୁ ବିଜେଡିର ହେଭିୱେଟ୍‌ ନେତା ତଥା ରାଜ୍ୟ କ୍ୟାବିନେଟ୍‌ର ବରିଷ୍ଠ ମନ୍ତ୍ରୀ ଆଳି ରାଜା ପ୍ରତାପ କେଶରୀ ଦେବ ପ୍ରତିନିଧିତ୍ୱ କରୁଛନ୍ତି । ଗତ ନିର୍ବାଚନରେ ସେ କଂଗ୍ରେସର ବରିଷ୍ଠ ନେତା ଦେବେନ୍ଦ୍ର ଶର୍ମାଙ୍କୁ ୫୫ ହଜାର ୬୦୧ ଭୋଟ୍‌ରେ ହରାଇ ବିଜୟୀ ହୋଇଥିଲେ । ଶ୍ରୀ ଦେବଙ୍କୁ ୯୯ ହଜାର ୪୨୬ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଦେବେନ୍ଦ୍ରଙ୍କୁ ୪୩ ହଜାର ୮୨୫ ଖଣ୍ଡ ଭୋଟ୍‌ରେ ସନ୍ତୁଷ୍ଟ ଦେବାକୁ ପଡ଼ିଥିଲା । ବିଜେପିକୁ ପ୍ରତିନିଧିତ୍ୱ କରିଥିବା ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ମାତ୍ର ୨୬ ହଜାର ୩୯୩ ଭୋଟ୍‌ ପାଇଥିଲେ । 

ଦୁର୍ଗା ଦେବୀ ବିଜେପିରେ ମିଶିବା ପରେ ଏଥର ସେ ନିର୍ବାଚନ ମଇଦାନକୁ ଓହ୍ଲାଇ ପାରନ୍ତିି ବୋଲି ଚର୍ଚ୍ଚା ହେଉଛି । ଯଦି ତାଙ୍କୁ ବିଜେପିରୁ ଟିକେଟ୍‌ ମିଳେ ତେବେ ଆଳି ବିଧାନସଭା ନିର୍ବାଚନମଣ୍ଡଳୀରେ ଆଳି ରାଜା ଓ କନିକା ରାଣୀଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ । 

ଦୁର୍ଗାଦେବୀଙ୍କ ପାଇଁ ମଧ୍ୟ ବିଜେପି ନୂଆ ନୁହେଁ । ତାଙ୍କ ବାପା ଗୁଜରାଟ ଭୀରପୁର ରାଜପରିବାରର ସଦସ୍ୟ ରାଜା ସାହେବ ପୁଷ୍ପେନ୍ଦ୍ର ସିଂହ ଜାଡେଜା ଭାରତୀୟ ଜନସଂଘରୁ ୭୦ ଦଶକରେ ନିର୍ବାଚନ ଲଢ଼ିଥିଲେ । ତେଣୁ ସେ ରାଜନୀତିକୁ ଖୁବ୍‌ ପିଲା ବେଳୁ ଦେଖି ଆସିଛନ୍ତି । ପୂର୍ବରୁ ତାଙ୍କ ଜେଜେ ଶଶୁର କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ଆଳି ଓ ରାଜନଗର ନିର୍ବାଚନମଣ୍ଡଳୀରୁ ୫ଥର ନିର୍ବାଚିତ ହୋଇଛନ୍ତି । ରାଜ୍ୟ କ୍ୟାବିନେ୍‌ଟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ବି ଥିଲେ ସେ । ତେଣୁ ଦୁର୍ଗାଦେବୀଙ୍କ ପାଇଁ ରାଜନୀତିକୁ ଆସିବା କିଛି ନୂଆ କଥା ନୁହେଁ । ଉଭୟ ବାପଘର ଓ ଶାଶୂଘର ରାଜନୀତି ସହ ଓତଃପ୍ରୋତ ଭାବେ ଜଡ଼ିତ । ଏଣେ କନିକା ରାଜପରିବାର କେନ୍ଦ୍ରାପଡ଼ାର ସବୁଠାରୁ ବଡ଼ ରାଜପରିବାର । ଯାହା ପ୍ରତି ଲୋକଙ୍କ ଶ୍ରଦ୍ଧା ଓ ସମ୍ମାନ ରହିଛି । ଯାହାକୁ ଆଧାର କରି ଦୁର୍ଗାଦେବୀ ଲୋକଙ୍କ ସହ ଯୋଡ଼ି ହେବାକୁ ଲକ୍ଷ୍ୟ ରଖିଛନ୍ତି । ଜନମତକୁ ନିଜ ସପକ୍ଷରେ ଆଣିବାକୁ ଚେଷ୍ଟା କରିବେ ବୋଲି ସେ ଆଶା ରଖିଛନ୍ତି । 

ଆଳି ନିର୍ବାଚନମଣ୍ଡଳୀରେ ଆଳି ଓ ରାଜକନିକା ବ୍ଲକ୍‌ ଥିଲେ ବି ଦୀର୍ଘଦିନ ହେବ କନିକାରୁ ପ୍ରତିନିଧିତ୍ୱ ଦେଖିବାକୁ ମିଳିନାହିଁ । ଦୁର୍ଗାଦେବୀଙ୍କ ବାଦ୍‌ ବିଜେପିରୁ ଅନ୍ୟ ଆଶାୟୀମାନେ ଅଛନ୍ତି ।  ୨୦୧୯ ନିର୍ବାଚନରେ ଏପରି ହୋଇଥିଲା ଯେ ପଦ୍ମ ଟିକେଟ୍‌ରୁ ବଞ୍ଚିତ ହେବା ପରେ ଏକାଧିକ ବ୍ୟକ୍ତି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିବାକୁ ପଛାଇ ନଥିଲେ । ଆଳି ନିର୍ବାଚନମଣ୍ଡଳୀରେ ବିଗତ ଦୁଇ ଦଶନ୍ଧିର ବିଧାନସଭା ନିର୍ବାଚନ ଫଳାଫଳକୁ ଲକ୍ଷ୍ୟ କଲେ ଏଠାରେ ବିଜେପି କେବେ ଦ୍ୱିତୀୟ ସ୍ଥାନକୁ ଆସିବାକୁ ସମର୍ଥ ହୋଇନାହିଁ । କଂଗ୍ରେସ ଦ୍ୱିତୀୟରେ ରହିଥିବା ବେଳେ ତୃତୀୟ ସ୍ଥାନରେ ଅଟକିଛି ବିଜେପି । ତେଣୁ ବିଜେଡିର ହେଭିୱେଟ୍‌ ଆଳି ରାଜା ଶ୍ରୀ ଦେବଙ୍କୁ କଡ଼ା ମୁକାବିଲା ଦେଉଥିବା ଭଳି ଜଣେ ଦକ୍ଷ ପ୍ରାର୍ଥୀଙ୍କ ସନ୍ଧାନରେ ବିଜେପି ରହିଛି । ଦୁର୍ଗାଦେବୀ ବିଜେପିରେ ଯୋଗ ଦେବା ପରେ କେତେଦୂର ଦଳର ଆସ୍ଥା ଜିତିପାରିବେ ଓ ଟକ୍କର୍‌ ଦେଇପାରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର ।

Copyright © 2022 - Summa Real Media Private Limited. All Rights Reserved.