ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ବେକରୀ ଉପରେ ୟୁକ୍ରେନର ରକେଟ୍ ଆକ୍ରମଣ, ୨୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୦୪/୦୧: ଆମେରିକା ଦେଇଥିବା ରକେଟ୍ ସିଷ୍ଟମର ବ୍ୟବହାର କରିଛି ୟୁକ୍ରେନ୍ । ଋଷ ନିୟନ୍ତ୍ରଣାଧୀନ ଲିସିଞ୍ଚାସ୍କ ସହରର ଏକ ବେକରୀ ଉପରେ ୟୁକ୍ରେନ ଆକ୍ରମଣ କରିଛି । ଯେଉଁଥିରେ ପ୍ରାୟ ୨୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ଟେଲିଗ୍ରାମରେ କହିଛନ୍ତି ସ୍ଥାନୀୟ ନେତା ଲିୟୋନିଡ ପେସ୍କନିକ ।

ସେ କହିଛନ୍ତି, ଜରୁରୀକାଳୀନ ସେବାର କର୍ମଚାରୀ ଉଦ୍ଧାର କାର୍ଯ୍ୟ କରିଛନ୍ତି । ଭଗ୍ନାବଶେଷ ତଳୁ ୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଲିସିଞ୍ଚାସ୍କର ବେକେରୀ ଉପରେ ଆକ୍ରମଣ ନେଇ ୟୁକ୍ରେନର ଅଧିକାରୀ କୌଣସି ମନ୍ତବ୍ୟ ଦେଇ ନାହାନ୍ତି ।

ଋଷ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜଖାରୋଭା ରବିବାର କହିଛନ୍ତି, ଆମେରିକା ଦେଇଥିବା ହାଇ ମୋବିଲିଟି ଆର୍ଟିଲରି ରକେଟ୍ ସିଷ୍ଟମ ବ୍ୟବହାର କରି ଆକ୍ରମଣ କରିଛି ୟୁକ୍ରେନ । ରକେଟ୍ ଆକ୍ରମଣ ବେଳେ ଉକ୍ତ କୋଠାରେ ପାଖାପାଖି ୩୦ ଜଣ ଲୋକ ଥିଲେ ।

ରିପୋର୍ଟ ଅନୁସାରେ, ଏକ ମହଲା ବିଶିଷ୍ଟ କୋଠାରେ ଆଣ୍ଡ୍ରିଆଟିକ୍ ନାମକ ଏକ ବେକରୀ ରହିଥିଲା । ସପ୍ତାହନ୍ତ ଛୁଟିରେ ଲୋକମାନେ ସେଠାରେ ଖାଦ୍ୟ-ପେୟର ମଜା ନେଉଥିଲେ । ବେକରୀଟି ସ୍ଥାନୀୟ ଅଞ୍ଚଳରେ ଲୋକପ୍ରିୟ ଥିବା କାରଣରୁ ଭିଡ଼ ଲାଗି ରହିଥିଲା ।

ପ୍ରାୟ ୨ ବର୍ଷ ଧରି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ୟୁକ୍ରେନ୍ ମୁଣ୍ଡ ନ ନୂଆଁଇବା ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ହେବ ନାହିଁ ବୋଲି କହିଛନ୍ତି ପୁଟିନ୍ । ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ଅଟଳ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.