ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାବଧାନ ! ଗୁଗଲ ମ୍ୟାପ୍‌କୁ ଭରସା କରି ପଡ଼ିଗଲେ ମୁସ୍କିଲରେ , ଗାଡ଼ି ଯାଇ ଫସି ରହିଲା ସିଡ଼ି ଉପରେ

ଚେନ୍ନାଇ : ଆଜିକାଲି ଏହା ଏକ ସାଧାରଣ ଘଟଣା ହୋଇ ଯାଇଛି କି ,ଯଦି କିଏ କୌଣସି ଅଜଣା ସ୍ଥାନକୁ ଯାଉଛି, ସେ ଆଉ କାହାର ସାହାଯ୍ୟ ନେବା ପୂର୍ବରୁ ପ୍ରଥମେ ଗୁଗଲର ସାହାଯ୍ୟ ନେଉଛନ୍ତି। ଆଉ ଅନେକ ସମୟରେ ଗୁଗଲକୁ ଦେଖି ଲୋକେ ଗନ୍ତବ୍ୟ ସ୍ଥଳ ବଦଳରେ ଭୁଲ ବାଟରେ ପଳାନ୍ତି । ଏମିତି ଏକ ଉଦାହରଣ ସାମନାକୁ ଆସିଛି। ଘଟଣାଟି ତାମିଲନାଡୁରେ ଘଟଛି।

ଗୁଗଲ ମ୍ୟାପ୍‌ ସାହାଯ୍ୟରେ ଫାଷ୍ଟେଷ୍ଟ ରୁଟ୍‌ ତଲାସରେ କିଛି ଲୋକେ ପଡ଼ି ଯାଇଛନ୍ତି ଅସୁବିଧାରେ। ଗୁଡଲୁରରେ ଏସୟୁଭି ଡ୍ରାଇଭର ଗୁଗଲ ମ୍ୟାପ ଦେଖି ଗାଡ଼ିକୁ ଆଗକୁ ନେଉଥିବା ବେଳେ କିଛି ସିଡ଼ି( stairs)ପାଖରେ ଯାଇ ପହଞ୍ଚି ଗଲେ। ଏହି ଘଟଣା ଏହି ସମୟରେ ହୋଇଛି ଯେତେବେଳେ ଏହି ଲୋକେ ଗୁଡଲୁରରୁ ଡ୍ରାଇଭିଂ କରି ଆଗକୁ ବଢୁଥିଲେ। 

ସୂଚନା ଅନୁସାରେ, କିଛି ଲୋକ ଏଠାକୁ ନିଜର ୱିକେଣ୍ଡ ପାଳିବାକୁ ଯାଇଥିଲେ। ଏଠାରୁ କର୍ଣ୍ଣାଟକ ଫେରିବା ପାଇଁ ଏହି ଲୋକେ ଗୁଗଲ ମ୍ୟାପ୍‌ରେ ଫାଷ୍ଟେଷ୍ଟ ରୁଟ୍‌ ସର୍ଚ୍ଚ କଲେ ଏବଂ ପରେ ଏହି ଟେକ୍ନୋଲଜି ସିଡି ଗୁଡ଼ିକୁ ରାସ୍ତା ଭାବେ ଦର୍ଶାଇ ଥିଲା।  

ଗୁଗଲ ମ୍ୟାପ୍‌ର ନିର୍ଦ୍ଦେଶକୁ  ଅନୁସରଣ କରି ଏହି ଲୋକେ ପୁଲିସ କ୍ୱାର୍ଟର ପାଖରେ ଯାଇ ପହଞ୍ଚିଲେ। ଫାଷ୍ଟେଷ୍ଟ ରୁଟ୍‌ର ଚକ୍କରରେ ନେଭିଗେସନ ମ୍ୟାପ୍‌ ଆପ୍ଲିକେସନ ସିଡି ଗୁଡ଼ିକୁ ହିଁ ରାସ୍ତା ଭାବେ ଦର୍ଶାଇଲା। ଏକ ରେସିଡେନ୍ସ ଅଞ୍ଚଳ ଆଡ଼କୁ ଯାଉଥିବା ଲମ୍ୱା ଲମ୍ୱା ସିଡି ମଧ୍ୟରେ ତାଙ୍କର ଗାଡ଼ି ଯାଇ ଫସିଗଲା। 

ଡ୍ରାଇଭର ଯେତେବେଳେ ଏହି କଥା ବିଷୟରେ ଜାଣିଲେ କି ଭୁଲ ସ୍ଥାନକୁ ଆସିଗଲେ , ସେତେବେଳକୁ ତାଙ୍କର ଗାଡ଼ି ଯାଇ ସିଡ଼ି ଗୁଡ଼ିକ ମଝିରେ ଯାଇ ରହିଥିଲା। ସେ ତୁରନ୍ତ ସେହି ଠାରେ ହିଁ ଏସୟୁଭିକୁ ରୋକି ଦେଲେ। ଏହାପରେ ସେ ଆଖପାଖର ଲୋକଙ୍କୁ ସାହାଯ୍ୟ ମାଗିଲେ। ଏହି ଘଟଣାର ସୂଚନା ପୁଲିସ ପାଖରେ ପହଞ୍ଚିଲା ଏବଂ ତାଙ୍କୁ ସେଠାରୁ ବଡ଼ ସାବଧାନତାର ସହ ସୁରକ୍ଷିତ ଭାବେ ବାହାର କରାଗଲା। 

ଉଲ୍ଲେଖନୀୟ ଯେ, ଗୁଡଲୁର ଏକ ଲୋକପ୍ରିୟ ହଲିଡେ ସ୍ପଟ୍‌ , ଯାହା ତାମିଲନାଡୁ, କେରଳ ଓ କର୍ଣ୍ଣାଟକ ମଧ୍ୟରେ ଏକପ୍ରକାରର ତ୍ରି-ଜଙ୍କସନ ପଏଣ୍ଟ । ସାଧାରଣ ଭାବେ ଲୋକେ ଉଟି ପାଇଁ ଯିବା ସମୟରେ ଏଠାରେ ବୁଲି ଆସିବାକୁ ପସନ୍ଦ କରିଥାନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.