ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆରପାରିରେ ବରିଷ୍ଠ ଅଭିନେତା ଚକ୍ରଧର ଜେନା

ଭୁବନେଶ୍ବର,୧୨/୨ : ବରିଷ୍ଠ ଅଭିନେତା ଚକ୍ରଧର ଜେନାଙ୍କ ଦେହାନ୍ତ । ସୋମବାର ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଛି । ଏଏମଏସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ ପୂର୍ବତନ ଏନଏସଡିର ଛାତ୍ର ଥିଲେ । ଓଡ଼ିଆ ସିନେମା ଜଗତରେ ତାଙ୍କର ଏକ ନିଆରା ଛାପ ଥିଲା । ସେ ସବୁବେଳେ ତାଙ୍କର ପ୍ରିୟ ଦର୍ଶକଙ୍କୁ କିଛି ନୂଆ ଭେଟି ଦେବାକୁ ଚାହୁଁଥିଲେ । ସାଧାରଣ ଚାଷୀ ମୂଲିଆ ପରିବାରରୁ ଯାଇ ଅଭିନୟ କ୍ଷେତ୍ରରେ ପାଦ ଦେଇଥିଲେ । ହଲିଉଡ଼ ସିନେମା ‘ସିଟି ଅଫ୍ ଜୟ’ରେ ତାଙ୍କର ବଳିଷ୍ଠ ଅଭିନୟର ଛାପ ଛାଡ଼ିଛନ୍ତି । 

ଓଡ଼ିଆ ସିନେମା ପ୍ରତି ତାଙ୍କର ଯଥେଷ୍ଟ ଭଲପାଇବା ଥିଲା । ହିନ୍ଦୀରେ ପ୍ରଶାନ୍ତ ନନ୍ଦଙ୍କ ସିରିଏଲ ଅନ୍ତର୍ଦାହରେ ମଧ୍ୟ ସେ ଅଭିନୟ କରିଥିଲେ । ଥିଏଟର ଏବଂ କିମ୍ବା ବଲିଉଡ଼ ଓ ହଲିଉଡ଼ରେ ସେ ଅଭିନୟ କରିଥିଲେ । ତାଙ୍କର ବିୟୋଗ ଓଡ଼ିଆ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ । 

ସୂଚନା ଅନୁଯାୟୀ, ଗତ ଜାନୁଆରୀ ୧୫ରେ ଏଏମସରେ ମୋତିଆ ବିନ୍ଦୁ ଅପରେଶନ ପାଇଁ ଭର୍ତ୍ତି ହୋଇଥିଲେ । ପରେ ସମସ୍ୟା ଦେଖା ଦେଖାଦେବାରୁ ୧୮ଜାନୁଆରୀରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରେ ୨୫ଦିନ ଥିବାବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ବିଭିନ୍ନ ଶାରିରୀକ ଅସୁସ୍ଥତା ରହିଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.