ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏମିତି ବି ମୃତ୍ୟୁ ଆସେ ! ସ୍ତ୍ରୀକୁ ଚିକିତ୍ସା ପାଇଁ ନେଇଥିଲେ ଡାକ୍ତରଖାନା, ଚାଲିଗଲା ସ୍ୱାମୀର ଜୀବନ

ଫିରିଙ୍ଗିଆ, ୦୨/୦୨: ଘରକୁ ଖୁସି ଆସିଥିଲା । ସମସ୍ତେ ଖୁସି ଥିଲେ ପୁଅଟିଏ ହୋଇଛି ବୋଲି । ବାପା ସୁବାଷ ଦିଗାଲ ବି ଖୁସିରେ ଆତ୍ମହରା ହୋଇ ପଡ଼ିଥିଲେ । ହେଲେ ଦଇବ ବୋଧେ ସୁବାଷଙ୍କ ଖୁସିକୁ ଦେଖି ପାରି ନଥିଲା । ସ୍ତ୍ରୀ ମେଡିକାଲ୍ ବେଡରେ ପଡ଼ିଥିବା ବେଳେ ଛୁଆକୁ ପାଖରେ ଶୁଆଇ ଆଖି ବୁଜିଛନ୍ତି ସୁବାଷ । ଏଭଳି ଅଭାବନୀୟ ଘଟଣା ଘଟିଛି ଫୁଲବାଣୀ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ।

ମୃତକ ଫିରିଙ୍ଗିଆ ଥାନା ପାଙ୍ଗାଉପରସାହି ପଞ୍ଚାୟତ ଡାମି ଗାଁର ସୁବାଷ ଦିଗାଲ । ପ୍ରସବ ପାଇଁ ସ୍ତ୍ରୀଙ୍କୁ ପ୍ରଥମେ ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସୁବାଷ । ସ୍ତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଜାନୁଆରୀ ୩୦ରେ ବାଲିଗୁଡ଼ା ମେଡିକାଲରେ ଅସୁସ୍ଥ ହୋଇ ପଡ଼ିଥିଲେ ପତ୍ନୀ । ଫଳରେ ଡାକ୍ତର ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟଖୁ ସ୍ଥାନାନ୍ତରିତ କରିଥିଲେ ।

ସ୍ତ୍ରୀଙ୍କ ଦେହରେ ରକ୍ତ କମ୍ ଥିବା ଜଣା ପଡ଼ିବା ପରେ ରକ୍ତ ଦିଆ ଯାଇଥିଲା । ଗୁରୁବାର ରାତିରେ ସ୍ତ୍ରୀଙ୍କ ଚିକିତ୍ସା ଚାଲିଥିବା ବେଳେ ତଳେ ନବଜାତ ଶିଶୁକୁ ଧରି ଶୋଇଥିଲେ ସୁବାଷ । ତେବେ ଶୁକ୍ରବାର ସକାଳୁ ତାଙ୍କର ମୃତ୍ୟୁ ହୋଇଛି । ହୃଦଘାତରେ ସୁବାଷଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଅନୁମାନ କରୁଛନ୍ତି ।

ଫୁଲବାଣୀ ଟାଉନଥାନା ପୋଲିସ ମୃତଦେହ ଜବତ କରିବା ସହ ୦୫/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ମୃତଦେହ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ବୋଲି କହିଛନ୍ତି ପୋଲିସ ଅଧିକାରୀ ବାଳକୃଷ୍ଣ ସ୍ୱାଇଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.