ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବରଫ ବର୍ଷା ପାଇଁ ହିମାଚଳରେ ୪୭୫ ରାସ୍ତା ବନ୍ଦ, କାଶ୍ମୀରରେ ଯାତାୟତ ଠପ୍

ନୂଆଦିଲ୍ଲୀ, ୦୫/୦୨: ଦୀର୍ଘ ପ୍ରତୀକ୍ଷା ପରେ ଉତ୍ତର ଭାରତର ପାହାଡ଼ିଆ ଅଞ୍ଚଳରେ ବରଫ ବର୍ଷା ଆରମ୍ଭ ହୋଇଛି । ପର୍ଯ୍ୟଟକଙ୍କ ଲାଗି ବରଫ ବର୍ଷା ଖୁସି ଆଣିଥିବା ବେଳେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ରବିବାର ବରଫ ବର୍ଷା ହୋଇଛି । ଫଳରେ ଅନେକ ବିମାନକୁ ବାତିଲ୍ କରି ଦିଆଯାଇଛି ।

ରାସ୍ତାରେ ବରଫ ଜମିଥିବାରୁ ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ଲାଗି ସଡ଼କ ବନ୍ଦ କରି ଦିଆ ଯାଇଛି । ବରଫ ବର୍ଷା ଲାଗି ଶ୍ରୀନଗର ବିମାନବନ୍ଦରରେ ସମସ୍ତ ଉଡ଼ାଣ ବାତିଲ୍ କରି ଦିଆ ଯାଇଛି । ଅନ୍ୟପଟେ ଜମ୍ମୁର ରାମବନ ଜିଲ୍ଲାରେ ସକାଳ ୧୧ଟାରୁ ୧୫ ମିନିଟରେ ଭୂସ୍ଖଳନ ହେବାରୁ ୨୭୦ କିଲୋମିଟର ଲମ୍ବ ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

ସେପଟେ ହିମାଚଳ ପ୍ରଦେଶରେ ମଧ୍ୟ ବରଫ ବର୍ଷା ସହ ବର୍ଷା ହୋଇଛି । ଫଳରେ ୫ଟି ଜାତୀୟ ରାଜପଥ ସହ ୪୭୫ଟି ସଡ଼କକୁ ବନ୍ଦ କରି ଦିଆ ଯାଇଛି । ଅନେକ ଅଞ୍ଚଳରେ ଆକାଶରେ ବାଦଲ ଛାଇ ଯାଇଥିବା ବେଳେ ଘନ କୁହୁଡ଼ି ଲାଗି ରହିଛି ।

ଅଧିକାରୀଙ୍କ ଅନୁସାରେ, ଶିମଳାରେ ୧୬୧ଟି ରାସ୍ତା ବନ୍ଦ ରହିଥିବା ବେଳେ ଲାହୌଲ-ସ୍ପିତିରେ ୧୫୭, କୁଲ୍ଲୁରେ ୭୧, ଚମ୍ବାରେ ୬୯ ଓ ମଣ୍ଡି ଜିଲ୍ଲାରେ ୪୬ଟି ସଡ଼କ ବନ୍ଦ ରହିଛି । ଉତ୍ତରାଖଣ୍ଡରେ ରବିବାର ବରଫ ବର୍ଷା ହେବାରୁ ଥଣ୍ଡା ବଢ଼ିଛି । ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ, ଯମୁନୋତ୍ରୀ, ହେମକୁଣ୍ଡ, ଡେରାଡୁନ୍ ଶହ ଉତ୍ତରାକାଶୀରେ ହୋଇଛି ବରଫ ବର୍ଷା ।

ବରଫ ବର୍ଷା ଲାଗି ରହିଥିବା ବେଳେ କାଶ୍ମୀର ପାର୍ବତ୍ୟାଞ୍ଚଳରେ ହିମସ୍ଖଳନ ନେଇ ଅଧିକାରୀ ଚେତାବନୀ ଜାରି କରିଛନ୍ତି । ପାଣିପାଗ ବିଭାଗ ପକ୍ଷରୁ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀରରେ ବରଫ ବର୍ଷା ଓ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.