ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟମ ଥର ପାଇଁ ବିଶ୍ବକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ

କୋଲକାତା: ୨୦୨୩ ବିଶ୍ବକପ୍‌ ଫାଇନାଲ ମୁକାବିଲା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବ । ଦକ୍ଷିଣ ଆଫ୍ରିକା ପାଖରୁ ବିଜୟ ହାସଲ କରି ଅଷ୍ଟ୍ରେଲିଆ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି । ବିଶ୍ବକପ୍‌ ଇତିହାସରେ ଅଷ୍ଟମ ଥର ଲାଗି ଫାଇନାଲରେ ଏଣ୍ଟ୍ରି ମାରିଛି ଅଷ୍ଟ୍ରେଲିଆ । ଆଜିର ମ୍ୟାଚ୍‌ରେ ୨୧୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଟିମ୍‌ ୪୭.୨ ଓଭରରେ ୭ ଓ୍ବିକେଟ ହରାଇ ମ୍ୟାଚ୍‌ ଜିତିନେଇଛି । ଏବେ ଟାଇଟଲ୍  ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ଥରର ଚାମ୍ପିଅନ ଭାରତ ଓ ୫ ଥରର ଚାମ୍ପିଅନ ଅଷ୍ଟ୍ରେଲିଆ। ଫାଇନାଲ୍ ମୁକାବିଲା ନଭେମ୍ବର ୧୯ ତାରିଖ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଅନ୍ୟପଟେ ପୁଣି ଚୋକର୍ସ ସାବ୍ୟସ୍ତ ହୋଇଛି ଦକ୍ଷିଣ ଆଫ୍ରିକା । ବିଶ୍ଵକପ୍ ଜିତିବାର ସ୍ଵପ୍ନ ପୁଣି ଥରେ ଧୂଲିସାତ ହୋଇଛି।

୨୧୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆର ଦୁଇ ଓପନର ଡେଭିଡ୍ ଓ୍ଵାର୍ଣ୍ଣର ଓ ଟ୍ରେଭିସ୍ ହେଡ୍ ବିସ୍ଫୋରକ ବ୍ୟାଟିଂ କରି ଦମଦାର ଆରମ୍ଭ ଦେଇଥିଲେ । ଦୁଇ ବ୍ୟାଟର ମାତ୍ର ୬.୧ ଓଭରରେ ୬୦ ରନ ଯୋଡ଼ି ଦଳ ବିଜୟରେ ମୂଳଦୁଆ ପକାଇଥିଲେ । ତେବେ ଓପନିଂ ଯୋଡ଼ିକୁ ଭାଙ୍ଗି ଦକ୍ଷିଣ ଆଫ୍ରିକା ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା । ଓ୍ଵାର୍ଣ୍ଣର ୧୮ ବଲରୁ ୪ ଚୌକା ଓ ୧ ଛକା ସହ ୨୯ ରନ କରି ଆଉଟ୍ ହୋଇଥିଲେ । ମିଚେଲ୍ ମାର୍ଶ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ । ଟ୍ରେଭିସ୍  ହେଡ ଓ ଷ୍ଟିଭେନ ସ୍ମିଥ୍ ତୃତୀୟ ଓ୍ଵିକେଟ୍ ପାଇଁ ୪୫ ରନ ଯୋଡ଼ି ଦଳର ସ୍କୋରକୁ ୧୦୦ ପହଞ୍ଚାଇଥିଲେ।

 ଟ୍ରେଭିସ୍ ଦ୍ରୁତ ବ୍ୟାଟିଂ କରି ୬୨ ରନ କରି ଆଉଟ୍ ହୋଇଥିଲେ। ମାର୍ନସ ଲାବୁସେନ(୧୮) ଓ ଗ୍ଲେନ ମ୍ୟାକ୍ସଓ୍ଵେଲ୍(୧) ଆଉଟ୍ ହେବାରୁ ମ୍ୟାଚ୍ ରୋମାଞ୍ଚକର ମୋଡ଼ ନେଇଥିଲା । ୧୩୭ ରନରେ ଅଷ୍ଟ୍ରେଲିଆ ଦଳ ୫ ଓ୍ଵିକେଟ୍ ହରାଇ କିଛି ସମୟ ଅଡ଼ୁଆରେ ପଡ଼ିଥିଲା । କ୍ରିଜରେ ଜମି ଥିବା ସ୍ମିଥ୍ ୩୦ ରନ କରି ଆଉଟ୍ ହୋଇଥିଲେ ବି ଜୋସ୍ ଇଙ୍ଗ୍ଲିସ ଦାୟିତ୍ଵପୂର୍ଣ୍ଣ ବ୍ୟାଟିଂ କରିଥିଲେ ।  ହେଲେ ସେ ୨୮ ରନ୍‌ରେ ଆଉଟ ହୋଇଥିଲେ । ଏହା ପରେ ପ୍ରତିଟି ରନ ପାଇଁ ଅଷ୍ଟ୍ରେଲିଆକୁ ସଂଘର୍ଷ କରିବାକୁ ପଡ଼ିଥିଲା। ମିଚେଲ୍ ଷ୍ଟାର୍କ(୧୬) ଓ  ଅଧିନାୟକ ପାଟ୍ କମିନ୍ସ(୧୪) ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ୪୭.୨ ଓଭରରେ ଜିତାଇଛନ୍ତି।

୨୦୨୩ ବିଶ୍ବକପର ଦ୍ବିତୀୟ ସେମି ଫାଇନାଲ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ୪୯.୪ ଓଭରରେ ଅଲଆଉଟ ହୋଇ ୨୧୨ ରନ୍‌ କରିବାରେ ସଫଳ ହୋଇଥିଲା ଦକ୍ଷିଣ ଆଫ୍ରିକା   । ଆଜିର ମ୍ୟାଚ୍‌ରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦଳ । ହେଲେ ଆରମ୍ଭରୁ ଝୁଣ୍ଟିବା ସହ ମାତ୍ର ଏକ ରନ୍‌ରେ ଗୋଟିଏ ଓ୍ବିକେଟ ହରାଇଥିଲା ଦକ୍ଷିଣ ଆଫ୍ରକିା । ଅଧିନାୟକ ତେମ୍ବା ବାଭୁମା ଖାତା ନଖୋଲି ମିଚେଲ ଷ୍ଟାର୍କଙ୍କ ବଲରେ କ୍ୟାଚ୍‌ ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ ।  ତାପରେ ୮ ରନ୍‌ରେ ଦଳକୁ ଲାଗିଥିଲା ବଡ଼ ଝଟକା । କ୍ବିଣ୍ଟନ ଡିକକ୍‌ କେବଳ ୩ ରନ୍‌ କରି ଆଉଟ ହୋଇଥିଲେ । ଆଜିର ମ୍ୟାଚ୍‌ରେ ଡେଭିଡ ମିଲର ୧୦୧ ରନ୍ କରି ଦଳକୁ ଏକ ସମ୍ମାନଜନକ ସ୍କୋର ପର୍ଯ୍ୟନ୍ତ ନେବାରେ ସାହାୟକ ହୋଇଥିଲା । ତାଙ୍କ ପରେ ହେନରିକ୍‌ କ୍ଲାସେନ୍‌ ୪୭ ରନ୍‌ କରିଥିଲେ । ସେପଟେ   ଅଷ୍ଟ୍ରେଲିଆ ଟିମ୍‌ର ମିଚେଲ ଷ୍ଟାର୍କ ଏବଂ ପାଟ କୁମିନ୍ସ ଦକ୍ଷିଣ ଆଫ୍ରିକାକୁ ନିଜର ଘାତକ ବୋଲିଂ ଶିକାର କରିଥିଲେ । ଉଭୟ ୩ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ଜୋସ ହାଜେଲଉଡ ଏବଂ ଟ୍ରେଭିସ ହେଡ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ  । 

ତେବେ ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ପହଞ୍ଚିଯାଇଛି ଅଷ୍ଟ୍ରେଲିଆ  । ଆଉ ଏହା ସହ ବିଶ୍ବକପର ମହାମୁକାବିଲା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଖେଳାଯିବ । ଏହି  ହାଇଭୋଲଟେଜ୍‌ ମ୍ୟାଚ୍‌ ନଭେମ୍ବର ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବ । ତେବେ ଅଷ୍ଟ୍ରେଲିଆ ଅଷ୍ଟମ ଥର ପାଇଁ ବିଶ୍ବକପ୍‌ ଫାଇନାଲରେ ପ୍ରବେଶ କରିଥିବା ବେଳେ ଏହି ଦଳ ପୂର୍ବରୁ ୫ଟି କପ୍‌ ହାସଲ କରିସାରିଛି । ସେପଟେ ନିରନ୍ତର ବିଜୟ ସହ ଫାଇନାଲକୁ ଯାଇଥିବା ଟିମ୍‌ ଇଣ୍ଡିଆ ଲାଗି ଅଷ୍ଟ୍ରେଲିଆ ଟିମ୍‌ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । 

  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.