ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିଶା କାରବାର ରୋକିବାକୁ କଠୋର ହେଲେ ଶ୍ରୀଲଙ୍କା ସରକାର, ପଚାଶ ଦିନରେ ୫୦ ହଜାର ଗିରଫ

Image Courtesy: travelandleisureasia

କଲୋମ୍ବୋ: ଦୀର୍ଘ ବର୍ଷ ଧରି ଶ୍ରୀଲଙ୍କାରେ ଜାରି ରହିଥିବା ନିଶା କାରବାର କମ୍‌ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । ନିଶା କାରବାର କରୁଥିବା ଲୋକମାନଙ୍କୁ କାବୁ କରିବାକୁ ଶ୍ରୀଲଙ୍କା ସରକାର ‘ୟୁକଥିଆ’ ନାମକ ଏକ ଅଭିଯାନ ଜାରି ରଖିଛନ୍ତି । ସିଂହଳୀ ଭାଷା ୟୁକଥିଆର ଅର୍ଥ ନ୍ୟାୟ । ୫୦ ଦିନ ମଧ୍ୟରେ ୫୦ ହଜାରରୁ ଅଧିକ ନିଶା ଦ୍ରବ୍ୟର ଡିଲର, ଅପରାଧୀଙ୍କୁ କାବୁ କରାଯାଇଛି । 

ଏହା ସହ ଲକ୍ଷାଧିକ ଟଙ୍କାର ନିଶା ଦ୍ରବ୍ୟ ଜବତ ହୋଇଛି । ତେବେ ଗତ ଡିସେମ୍ବର ୧୭ରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ୩୦ ଜୁନ ମଧ୍ୟରେ ଶେଷ କରିବାକୁ ସରକାର ଧାର୍ଯ୍ୟ କରିଛନ୍ତି । ନିଶା ଦ୍ରବ୍ୟ କାରବାରରେ ସଂପୃକ୍ତ ଥିବା କେତେ ଅଭିଯୁକ୍ତଙ୍କୁ ଗିରଫ କରାଯାଉଛି ସେନେଇ ଶ୍ରୀଲଙ୍କା ପୋଲିସ ପ୍ରତିଦିନ ସୂଚନା ଦେଉଛି । ଶ୍ରୀଲଙ୍କର ସରକାର ନିଶା କାରବାର ବନ୍ଦ କରିବା ନେଇ ପଦକ୍ଷେପ ନେଉଥିବା ବେଳେ ସମାଲୋଚକ କିନ୍ତୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି । 

ମାନବାଧୀକାର ଉଲ୍ଲଂଘନ ହେଉଛି ବୋଲି ବିଭିନ୍ନ ସଂଗଠନ ଅଭିଯୋଗ କରୁଛନ୍ତି । ଜାତିସଂଘ ମାନବାଧୀକାର କମିଶନ, ଆଞ୍ଚଳିକ ମାନବାଧୀକାର ଆୟୋଗ ଭଳି ବିଭିନ୍ନ ସଂଗଠନ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି । ସରକାର ସ୍ବାସ୍ଥ୍ୟଗତ ନୀତି ବଦଳାଇବା ପରିବର୍ତ୍ତେ କଠୋର କାର୍ଯ୍ୟାନୁଷ୍ଠାନ କାହିଁକି ନେଉଛନ୍ତି ବୋଲି ସଂଗଠନଗୁଡ଼ିକ ପ୍ରଶ୍ନ କରିଛନ୍ତି । ଡିସେମ୍ବର ୧୭ରୁ ଗିରଫ ହୋଇଥିବା ଲୋକମାନଙ୍କୁ ଦୁର୍ବ୍ୟବହାର କରାଯାଉଛି ବୋଲି ମଧ୍ୟ ଅଭିଯୋଗ ହୋଇଛି । 

 

  • Drugs
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.