ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନୀ ସମାରୋହ ମାମଲା, ପିଟିସନ୍‌ ପ୍ରତ୍ୟାହାର କଲେ ଆବେଦନକାରୀ

କଟକ,୦୩/୦୨: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର  ଉଦ୍‌ଘାଟନୀ ଉତ୍ସବକୁ ବିରୋଧ କରି ହୋଇଥିବା ମାମଲାକୁ ଶୁକ୍ରବାର ଆବେଦନକାରୀ ପ୍ରତ୍ୟାହାର କରି ନେଇଛନ୍ତି । ପୂର୍ବ ଶୁଣାଣିରେ ହାଇକୋର୍ଟ ଏହି ମାମଲାରେ  ଆବେଦନକାରୀଙ୍କ ବିଶ୍ୱାସନୀୟତାକୁ  ନେଇ ପ୍ରଶ୍ନ ଉଠାଇଥିଲେ । ତାଙ୍କର  ଆୟର ଉତ୍ସ କ’ଣ ବୋଲି ମଧ୍ୟ  ପ୍ରଶ୍ନ କରିଥିଲେ । 

ଏ ସଂକ୍ରାନ୍ତରେ  ଜବାବ ରଖିବା ଲାଗି ହାଇକୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ  ଦେଇଥିଲେ । କିନ୍ତୁ ଆବେଦନକାରୀ  ଏହି ଜବାବ ଦାଖଲ କରିବା  ପରିବର୍ତ୍ତେ ମାମଲା ପ୍ରତ୍ୟାହାର  ପାଇଁ ଅନୁମତି ଲୋଡ଼ିଥିଲେ । ହାଇକୋର୍ଟ ଏଥିପାଇଁ ଅନୁମତି  ପ୍ରଦାନ କରିବା ସହ ମାମଲାର ଅନ୍ତ ଘଟାଇଛନ୍ତି । 

ଭାରତୀୟ  ବିକାଶ ପରିଷଦର ସଭାପତି  ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ  ଆଗତ ମାମଲାର ଶୁଣାଣି କରି  ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ  ବିଚାରପତି ଜଷ୍ଟିସ୍‌ ବିଦ୍ୟୁତ୍‌ ରଞ୍ଜନ  ଷଡ଼ଙ୍ଗୀ ଏବଂ ଜଷ୍ଟିସ୍‌ ଏମ୍‌.ଏସ୍‌.  ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ  ଏହି ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.