ପୁରୀ,୨୦/୧୧: ଶ୍ରୀମନ୍ଦିର କାର୍ଯ୍ୟାଳୟର ମୁଖ୍ୟ ପ୍ରଶାସକଙ୍କ ବ୍ୟବହାର ନିମନ୍ତେ କିଣାହେବ ନୂଆ ଗାଡ଼ି । ଏବେ ବ୍ୟବହୃତ ମହିନ୍ଦ୍ରା ଏକ୍ସୟୁଭି ୫୦୦ ଗାଡ଼ି ଯାତାୟାତ ରାସ୍ତାରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଚଳ ଅବସ୍ଥା ସୃଷ୍ଟି ହେଉଛି । ଏନେଇ ଚଳିତ ମାସ ୪ ତାରିଖରେ ବସିଥିବା ପରିଚାଳନା କମିଟିରେ ଆଲୋଚନା ପରେ ମୁଖ୍ୟ ପ୍ରଶାସକଙ୍କ ବ୍ୟବହାର ନିମନ୍ତେ ୨୭ ଲକ୍ଷ ୯୧ ହଜାର ଟଙ୍କା ଖର୍ଚ୍ଚରେ ଇନୋଭା କ୍ରିଷ୍ଟା କିଣାଯିବା ନିମନ୍ତେ ଅନୁମୋଦନ ହୋଇଛି ।
ସେହିପରି ମୁଖ୍ୟ ପ୍ରଶାସକଙ୍କ ନିମନ୍ତେ ସ୍ଥାୟୀ ସରକାରୀ ବାସଗୃହ ତାଳବଣିଆ ଠାରେ କରାଯିବାକୁ ବୈଠକରେ ସ୍ଥିର ହୋଇଛି । ପୁରୀରେ ରହିବା ପାଇଁ ତାଙ୍କ ନିମନ୍ତେ ଘର ନାହିଁ । ତେଣୁ ଘର ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ପୁରୀ ସହରରେ ତାଙ୍କ ରହିବା ପାଇଁ ଉପଯୁକ୍ତ ବାସଗୃହ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବାକୁ ପରିଚାଳନା କମିଟି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।