ପ୍ରମୁଖ ଖବର
  • ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ
  • ||
  • ସ୍ଵାମୀ ସରୋଜଙ୍କ ସହ ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ବିଜେଡିରୁ ଦେଇଥିଲେ ଇସ୍ତଫା
  • ||
  • ମେ ୩୧ରେ ଆସିବ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’, ଦେଖିବାକୁ ମିଳିବ ରାଜକୁମାର-ଜାହ୍ନବୀଙ୍କ ଜବରଦସ୍ତ କେମେଷ୍ଟ୍ରି
  • ||
  • ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି
  • ||
  • ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ
  • ||
  • ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା
  • ||
  • ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ
  • ||
  • ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର
  • ||
  • IPL 2024: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ଟକ୍କର, ରୟାଲର କ୍ଲାସେନ ଭୟ
  • ||
  • ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ: ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ
  • ||

୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ

ପୁରୀ,୨୭/୨: ଚଳିତ ମାସ ୨୯ ତାରିଖରେ ବସିବ  ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ଦିବ୍ୟସିଂହ  ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ ।ଏହି ବୈଠକରେ  ଉପସ୍ଥାପିତ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାର କାନ୍ଥ ଓ ଚୂଳ ଉପର ଲେଜର ସ୍କାନିଂ ରିପୋର୍ଟ । ରିପୋର୍ଟ ନେଇ କମିଟିରେ ତର୍ଜମା ହେବା ପରେ ନିଷ୍ପତ୍ତି ମୁତାବକ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି ଓ ଲେଜର  ସ୍କାନିଂକୁ ନେଇ ଲାଗି ରହିଥିବା ସସ୍‌ପେନ୍ସ ଆସନ୍ତା ପରିଚାଳନା  କମିଟି ବୈଠକରେ ଦୂର ହେବ ବୋଲି ଆଶା ରହିଛି । 

ସେହିପରି ଏହି ବୈଠକରେ ଲଘୁନନ୍ଦନ ଲାଇବ୍ରେରୀ,  ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ନୂତନ କାର୍ଯ୍ୟାଳୟ, ଶ୍ରୀଜଗନ୍ନାଥ  ଅଭ୍ୟର୍ଥନା କେନ୍ଦ୍ର, ସାଂସ୍କୃତିକ କେନ୍ଦ୍ର ନିର୍ମାଣ ସହିତ ଶ୍ରୀମନ୍ଦିର  ନାଟମଣ୍ଡପ ସଂରକ୍ଷଣ, ଶ୍ରୀମନ୍ଦିର ଆଲୋକୀକରଣ, ପ୍ରମୋଦ  ଉଦ୍ୟାନ ଉନ୍ନତୀକରଣ, ଶ୍ରୀମନ୍ଦିରରେ ନୀତି ପରିଚାଳନା  ଶୃଙ୍ଖଳା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଏହାଛଡ଼ା ଚଳିତ ମାସ ୧୯ ତାରିଖ ଏବଂ ଏହାପୂର୍ବରୁ  ଅନୁଷ୍ଠିତ ସବ୍‌-କମିଟି ବୈଠକର ବିବରଣୀ ଅନୁମୋଦନ  ହେବ । 

ସେପଟେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ବାହାର କାନ୍ଥ ଓ ଛାତର  ଲେଜର ସ୍କାନିଂ ନେଇ ରିପୋର୍ଟ ଆସିଥିବାରୁ ଏହାକୁ ପରିଚାଳନା  କମିଟିରେ ଉପସ୍ଥାପିତ ହେବ ବୋଲି ଭାରତୀୟ ପ୍ରତ୍ନତତ୍ତ୍ୱ  ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଡିବି ଗଡ଼ନାୟକ ଗଣମାଧ୍ୟମକୁ  କହିଛନ୍ତି । ପରିଚାଳନା କମିଟି ନିଷ୍ପତ୍ତି ମୁତାବକ ପରବର୍ତ୍ତୀ  ପଦକ୍ଷେପ ନିଆଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.