ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରାଜ୍ୟ ବିଜେପି ସଭାପତିଙ୍କ ମାଲକାନଗିରି ଗସ୍ତ : ସହିଦ ପୀଠରୁ ମାଟି ସଂଗ୍ରହ କଲେ, କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

 ମାଲକାନଗିରି,୧୬।୯: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ  ଶନିବାର ମାଲକାନଗିରି ଜିଲ୍ଲା ଗସ୍ତ  କରିଛନ୍ତି। ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଗୋବିନ୍ଦପାଲି ଓ ବାଲିମେଳା ସହିଦ ଯବାନଙ୍କ ପୀଠରୁ ମାଟି ସଂଗ୍ରହ କରିଥିଲେ। ଏହା ପରେ  ବିଭିନ୍ନ ସ୍ଥାନରେ  କର୍ମୀ ସମ୍ମିଳନୀ ରେ ଯୋଗ ଦେଇ ଆଗାମୀ ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।ଜିଲ୍ଲାସଦର ମହକୁମା ଠାରେ କାର୍ଯ୍ୟକାରୀ ବୈଠକ ରେ ଯୋଗ ଦେଇ ସାଙ୍ଗଠନିକ କାର୍ଯ୍ୟନେଇ ଆଲୋଚନା କରିଛନ୍ତି।

  ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ଆଜି ମୋ ମାଟି ମୋ ଦେଶ ଅଭିଯାନରେ ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇଛନ୍ତି । 

ଦେଶର ଅଖଣ୍ଡତା ପାଇଁ ଯେଉଁ ଯବାନମାନେ ଲଢ଼ୁଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ମୋଦିଜୀ ଆହ୍ୱାନ କ୍ରମେ  ଯବାନମାନଙ୍କ ସ୍ମୃତି ପାଇଁ “ମାଟି ସଂଗ୍ରହ” କରିଛନ୍ତି । ଏହି ମାଟି ଦିଲ୍ଳୀ ଯିବ, ସେଠାରେ ସହିଦଙ୍କ ପାଇଁ ଏହା ଏକ ବଡ ସ୍ମାରକୀ ହେବ । ଏହି ସ୍ମାରକୀ ଦେଶମାତୃକା ପାଇଁ ସର୍ବୋଚ୍ଚ ବଳିଦାନ କରିଥିବା ବୀର ଯବାନମାନଙ୍କ ପାଇଁ ଶେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଶ୍ରୀ ସାମଲ ମାଲକାନଗିରି ଜିଲ୍ଲା ଗସ୍ତ ସମୟରେ କହିଛନ୍ତି ।

 ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର  ଗୋବିନ୍ଦପାଲି ଓ ବାଲିମେଳା ର ସହିଦ ସୁନୀଲ କୁମାର ରାଉଳ ଏବଂ ସହିଦ ଶିବବ୍ରତ ଦାସଙ୍କ ଘରକୁ ଯାଇ ତାଙ୍କ ପରିବାରଙ୍କୁ ସମ୍ବର୍ଦ୍ଧନା କରିବା ସହ ମାଟି ସଂଗ୍ରହ କରିଥିଲେ ।    ଏହି ଅବସରରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ, ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାଏକ, ରାଜ୍ୟ ସଂପାଦକ ସରୋଜ କର, ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦକ କାଳିରାମ ମାଝୀ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ଜିଲ୍ଲା ସଭାପତି ନିମାଇ ଚନ୍ଦ୍ର ପାଲ, ପୂର୍ବତନ ଜିଲ୍ଲା ସଭାପତି ଗୁରୁଚରଣ ମହାନ୍ତି ଓ ଅଶୋକ ପରିଡା,ସଞ୍ଜୟ ସରକାର,ଦିନେଶ ପଟ୍ଟନାୟକ ପ୍ରମୁଖ  ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ। 

ଆହୁରି ପଢନ୍ତୁ : ସାଂସଦ ଅପରାଜିତାଙ୍କ ମାଲକାନଗିରି ଗସ୍ତ, ଦଳୀୟ କର୍ମୀଙ୍କୁ ସାଙ୍ଗଠନିକ କାର୍ଯ୍ୟର ଗୁରୁମନ୍ତ୍ର ଦେଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.