ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୫୦ ଟଙ୍କାରେ ହେୟାରକଟ୍‌ ; କୌଣସି ବିଳାସପୂର୍ଣ୍ଣ ସେଲୁନ ଠାରୁ ଦିଲ୍ଲୀର ପଶ୍‌ ମାର୍କେଟ୍‌ର ରାସ୍ତା କଡ଼ରେ ଥିବା ଛୋଟ ଛୋଟ ସେଲୁନ ଖୁବ ଭଲ ...

ନୂଆଦିଲ୍ଲୀ : ଏକ୍ସ (ଟ୍ୱିଟର)ରେ ଦିଲ୍ଲୀ ସ୍ଥିତ ସେଲୁନର ଏକ ଫଟୋ ସାମନାକୁ ଆସିଛି, ଯାହାକୁ ୟୁଜର ରୋହତାସ ସିଂହ ସେୟାର କରିଛନ୍ତି , ଏଥିରେ ସଂପୃକ୍ତ ଅଞ୍ଚଳର ହାଇ-ଏଣ୍ଡ ସେଲୁନ ସହ ରାସ୍ତା କଡ଼ରେ ଚୁଟି କାଟୁଥିବା ଭଣ୍ଡାରି ସହ ତୁଳନା କରାଯାଇଛି। ରାସ୍ତା କଡ଼ରେ ଥିବା ଭଣ୍ଡାରି ଚୁଟି କାଟିଲେ ୫୦ ଟଙ୍କା ନେଉଥିବା ବେଳେ , ସେହି ଅଞ୍ଚଳରେ କିଛି ମହଙ୍ଗା ସେଲୁନ ୧୦୦ଟଙ୍କା ଚାର୍ଜ କରୁଛନ୍ତି। ଏବେ ଏହି ଟ୍ୱିଟରେ କୁହାଯାଇଛି ଷ୍ଟ୍ରୀଟ୍‌ ଭଣ୍ଡାରିକୁ ପସନ୍ଦ କଲେ ଆପଣ ଆର୍ଥିକ ଲାଭ ପାଇପାରିବେ । 

ଆମ ଦେଶର ରାସ୍ତା କଡ଼ ଗୁଡ଼ିକରେ  ଅନେକ ଛୋଟ ଛୋଟ ସେଲୁନ ଦୋକାନ ସବୁ ଥିବା ଏକ ସାଧାରଣ କଥା , କିନ୍ତୁ ହାଇ –ଏଣ୍ଡ ସେଲୁନ ସହ ପ୍ରତିଯୋଗୀତା କରିବା ତାଙ୍କ ପାଇଁ କୌଣସି ସହଜ କଥା ନୁହେଁ। କିନ୍ତୁ ସେମାନଙ୍କର ଚୁଟି କାଟିବାର କ୍ୱାଲିଟି  କୌଣସି ଗୁଣରେ କମ୍‌ ନୁହେଁ । ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାସରେ , ଜଣେ ଭଣ୍ଡାରି ନିଜ ଦୋକାନରେ ଏକ ଦର୍ପଣ ଓ ଏକ ଚୌକି ରଖି ଏକ ସାଧାରଣ ସେଲୁନ ଦୋକାନ କରିଛନ୍ତି। ଏହି ଷ୍ଟ୍ରୀଟ୍‌ ସେଲୁନର ଫଟୋ ୟୁଜର ଶୁଭୋ ସେନଗୁପ୍ତା (@shubhos)ସେୟାର କରିଛନ୍ତି। 


ସେନଗୁପ୍ତା ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି କି, ଭଣ୍ଡାରି କେଶ କାଟିବା ପାଇଁ କେବଳ ୫୦ଟଙ୍କା ନେଇଥାଏ ଏବଂ ଏହି ସେଲୁନ ଜିକେ-୨ ଏମ୍‌ ବ୍ଲକ୍‌ ମାର୍କେଟ୍‌ରେ ରହିଛି। ସେନଗୁପ୍ତାଙ୍କୁ ଅନୁସାରେ , ଟୋନି ଆଣ୍ଡ ଗାଇ ଓ ଟ୍ରୁଫିଟ୍‌ ଆଣ୍ଡ ହିଲ୍‌ ଭଳି ପ୍ରତିଷ୍ଠାନ , ଯେଉଁମାନେ ୭୦୦ରୁ ୨୦୦୦ଟଙ୍କା ଚାର୍ଜ କରିଥାନ୍ତି , ସେମାନଙ୍କ ତୁଳନାରେ ଏହି ରାସ୍ତା କଡ଼ର ସାଧାରଣ ଦୋକାନୀ ଖୁବ୍‌ ଗୁଣବତ୍ତା ପ୍ରଦାନ କରିଥାନ୍ତି।

ଏକ ମାର୍ମିକ ଟିପ୍ପଣୀରେ, ସେନଗୁପ୍ତା ଏଭଳି ଛୋଟ ଛୋଟ ଉଦ୍ୟୋଗ ପାଇଁ ସମର୍ଥନ ଦେବାକୁ ଅନୁରୋଧ କରିଛନ୍ତି , ଏବଂ ଏହି କଥା ଉପରେ ଜୋର ଦେଇଛନ୍ତି ଯେ , ସେ ଲିଙ୍କଡଇନ୍‌ରେ ସିଇଓ ହୋଇ ପାରିବେ ନାହିଁ , କିନ୍ତୁ ଅର୍ଥବ୍ୟବସ୍ଥାର ଉତ୍ଥାନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି। ସେ ଆଖପାଖର ଅଞ୍ଚଳରେ ଘରୋଇ ସେବା ପ୍ରଦାନ କରିବାକୁ ନିଜର କଣ୍ଟାକ୍ଟ ନମ୍ୱର ମଧ୍ୟ ପ୍ରଦାନ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.