ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

‘ଏଫ୍ଆଇଆରରେ ବିଳମ୍ବ ହେଲେ କୋର୍ଟ ସତର୍କ ରହିବା ଦରକାର’, ଜାଣନ୍ତୁ ସୁପ୍ରିମକୋର୍ଟ କାହିଁକି ଏଭଳି କହିଲେ?

ନୂଆଦିଲ୍ଲୀ,୭।୯: ଯେତେବେଳେ ଏଫ୍‌ଆଇଆରରେ ବିଳମ୍ବ ହୁଏ ଓ ଉଚିତ ସ୍ପଷ୍ଟୀକରଣର ଅଭାବ ହୁଏ, ସେତେବେଳେ କୋର୍ଟଙ୍କୁ ସତର୍କ ରହିବା ଦରକାର। ଏହା ସହ ସାକ୍ଷୀଙ୍କୁ ସାବଧାନତାର ସହିତ ପରୀକ୍ଷଣ କରିବା ଦରକାର। ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି ଏଭଳି କହିଛନ୍ତି । ସୁପ୍ରିମକୋର୍ଟ ସେହି ଦୁଇ ଜଣ ଲୋକଙ୍କୁ ମୁକ୍ତ କରିଛନ୍ତି, ଯାହାଙ୍କ ବିରୋଧରେ ୧୯୮୯ ରେ ରୁଜୁ କରାଯାଇଥିବା ଏକ ମାମଲାରେ ହତ୍ୟା ଅପରାଧୀଙ୍କ ପାଇଁ ଦୋଷୀ ସାବ୍ୟସ୍ତ ଓ ଆଜୀବନ କାରାବାସ ସଜାକୁ ଛତିଶଗଡ ହାଇକୋର୍ଟ ବଜାୟ ରଖିଥିଲେ। 

ନ୍ୟାୟମୂର୍ତ୍ତି ଜେବି ପାରଦିଓ୍ବାଲା ଓ ନ୍ୟାୟମୂର୍ତ୍ତି ମନୋଜ ମିଶ୍ରାଙ୍କ ଖଣ୍ଡପୀଠ କହିଛନ୍ତି, ୨୫ ଅଗଷ୍ଟ ୧୯୮୯ ରେ  କଥିତ ଭାବରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ପାଇଁ ଚେଷ୍ଟା କରିଥିଲେ। ବିଳାସପୁର ଜିଲ୍ଲାରେ ଆଗାମୀ ଦିନ ଏହି ମାମଲାରେ ଏଫ୍‌ଆଇଆର ରୁଜୁ ହୋଇଛି। ୫ ସେପ୍ଟେମ୍ବରରେ ଦେଇଥିବା ନିଜ ରାୟରେ କୋର୍ଟ କହିଛନ୍ତି, ଯେତେବେଳେ ଏଫ୍‌ଆଇଆର ରୁଜୁ ହେବାରେ ବିଳମ୍ବ ହୋଇଛି ଓ ଏହାର ସଠିକ ତର୍କ ନଥାଏ କୋର୍ଟଙ୍କୁ ସତର୍କ ରହିବା ଦରକାର ଓ ଦିଆଯାଇଥିବା ପ୍ରମାଣକୁ ଠିକ୍ ଭାବରେ ପରୀକ୍ଷଣ କରିବା ଦରକାର, ବିଶେଷ ଭାବରେ ଏଭଳି ମାମଲାରେ ଯେଉଁଠି ସାକ୍ଷୀ ଥିବାର ସମ୍ବାବନା କମ୍ ରହିଛି।’

ଉଲ୍ଲେଖନୀୟ ଯେ, ହୀରାଲାଲ ଓ ପାରସରାମ୍‌ଙ୍କ ସହିତ ତିନି ଜଣଙ୍କୁ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ଟ୍ରାଏଲ କୋର୍ଟରେ ଆଜୀବନ ସଜା ଦିଆଯାଇଥିଲା। ଏହାପରେ ହାଇକୋର୍ଟରେ ଅପିଲ ହୋଇଥିଲା। ଫେବୃଆରୀ ୨୦୨୦ ରେ ଛତିଶଗଡ ହାଇକୋର୍ଟରେ ମଧ୍ୟ ଟ୍ରାଏଲ କୋର୍ଟର ରାୟକୁ ଠିକ୍ ବୋଲି ମାନି ନଥିଲେ ଓ ଆଜୀବନ କାରାଦଣ୍ଡ ସଜାକୁ ବଜାୟ ରଖିଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ଅଭିଯୁକ୍ତମାନେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ। ଏବେ ସୁପ୍ରିମକୋର୍ଟ ଦୁଇ ଅଭିଯୁକ୍ତକୁ ମୁକ୍ତ କରିବାର ନିର୍ଦେଶ ଦେଇଛନ୍ତି।। 

କୋର୍ଟ   କହିଛନ୍ତି, ହତ୍ୟାର କୌଣସି ଖାସ୍ କାରଣ ଜଣାପଡିନି। ଏହା ସହିତ କୋର୍ଟ କହିଛନ୍ତି, ମାମଲାର ତଦନ୍ତରେ ଗୁରୁତ୍ବପୂର୍ଣ୍ଣ ବିନ୍ଦୁର ଯାଞ୍ଚ କରାଯାଇ ନାହିଁ। ଏହା ସହିତ ମାମଲାର ସାକ୍ଷୀ  ନିଜର ବୟାନକୁ ବଦଳାଇ ଦେଇଛନ୍ତି, ଏଭଳି ସ୍ଥିତିରେ ତାଙ୍କର ସାକ୍ଷୀର ବିଶ୍ବାସନୀୟତା ପ୍ରଶ୍ନ ଘେରରେ ରହିଛି। କୋର୍ଟ କହିଛନ୍ତି, ଏହି ମାମଲାରେ ଏଫ୍‌ଆଇଆର ଦେବାରେ ବିଳମ୍ବ ହୋଇଛି।

 

Supreme Court
india

Copyright © 2022 - Summa Real Media Private Limited. All Rights Reserved.