ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଅପରାଧିକ ମାମଲାରେ ମିଡିଆ ଟ୍ରାଏଲ୍, ଗାଇଡଲାଇନ୍ ଆଣିବାକୁ କେନ୍ଦ୍ରକୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୩/୦୯: ଅପରାଧିକ ମାମଲାରେ ମିଡିଆ ଟ୍ରାଏଲକୁ ନେଇ ସୁପ୍ରିମକୋର୍ଟ ଦଖଲ ଦେଇଛନ୍ତି । ଗଣମାଧ୍ୟମକୁ ପୋଲିସର ବ୍ରିଫିଂକୁ ନେଇ କେନ୍ଦ୍ର ସରକାର ଗାଇଡଲାଇନ୍ ଆଣିବାକୁ କହିଛନ୍ତି ସୁପ୍ରିମକୋର୍ଟ । ୩ ମାସ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏନେଇ ଗାଇଡଲାଇନ୍ ଆଣିବ । ସବୁ ରାଜ୍ୟର ଡିଜିପି ଏକ ମାସ ଭିତରେ ଗୃହ ମନ୍ତ୍ରଣାଳୟକୁ ପରାମର୍ଶ ଦେବେ ।

୨୦୨୪ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ । ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ମିଡିଆ ଟ୍ରାଏଲ୍ ପାଇଁ ନ୍ୟାୟ ପାଳିକା ପ୍ରଭାବିତ ହେଉଛି । ପୋଲିସ ସମ୍ବେଦନଶୀଳ ହେବା ଆବଶ୍ୟକ । 

ବ୍ରିଟେନକୁ ଖୋଲାଖୋଲି ଧମକ ଦେଲେ ଭ୍ଲାଦିମର ପୁଟିନ, କହିଲେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ...

ତଦନ୍ତର ତଥ୍ୟ କେଉଁ ସମୟରେ ବାହାରୁ ଆସିବ । କାରଣ ଏହା ସହ ଅଭିଯୁକ୍ତ ଓ ପୀଡ଼ିତଙ୍କ ହିତ ସାମିଲ୍ ରହିଛି । ବିଶେଷକରି ଅପରାଧିକ ମାମଲାରେ ଜନତାଙ୍କ ଆଗ୍ରହ ରହିଥାଏ । ତେଣୁ ଏଥିରେ ମିଡିଆ ଟ୍ରାଏଲକୁ ଅନୁମତି ଦେବା ଉଚିତ୍ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ପ୍ରଧାନବିଚାରପତି କହିଛନ୍ତି, ମିଡିଆ ବ୍ରିଫିଂ ନେଇ ୩ ମାସ ମଧ୍ୟରେ ପୋଲିସକୁ ପ୍ରଶିକ୍ଷଣ ନେଇ ଗାଇଡଲାଇନ୍ ଅଣାଯାଉ । ମାମଲାକୁ ଗମ୍ଭୀର ଭାବେ ଗ୍ରହଣ କରି ସିଜିଆଇ ଉଦବେଗ ପ୍ରକାଶ କରିଛନ୍ତି । ଗୋଟିଏ ପଟେ ତଥ୍ୟ ହାସଲ କରାଯାଉଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଘଟ ଯୋଗୁଁ ତଦନ୍ତ ପ୍ରଭାବିତ ହେଉଛି । ଏଭଳି ସ୍ତରରେ ମିଡିଆ ଟ୍ରାଏଲ୍ ପୀଡ଼ିତ ଓ ଅଭିଯୁକ୍ତଙ୍କୁ ହିତକୁ ପ୍ରଭାବିତ କରୁଛି । କୌଣସି ଅଭିଯୁକ୍ତଙ୍କୁ ଫସାଇବା ଲାଗି ମିଡିଆ ଟ୍ରାଏଲ୍ ଠିକ୍ ନୁହେଁ ।

ଭୁଶୁଡିଲା ସ୍କୁଲ୍ , ଅଳ୍ପକେ ବର୍ତ୍ତିଲେ ୫୦ ଛାତ୍ରଛାତ୍ରୀ

ଏକ ପାଖିଆ ରିପୋର୍ଟିଂ ଫଳରେ ବ୍ୟକ୍ତି ଜଣଙ୍କ କୌଣସି ଅପରାଧ କରି ନଥିବା ଲାଗେ । ଏଭଳିକି ମିଡିଆ ରିପୋର୍ଟ ପୀଡ଼ିତାଙ୍କ ଗୋପନୀୟତାର ଉଲ୍ଲଂଘନ କରିପାରେ ।

  • Supreme Court
  • Copyright © 2022 - Summa Real Media Private Limited. All Rights Reserved.