ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ଟିମ୍‌ ଇଣ୍ଡିଆ ଘୋଷଣା: ଟେଷ୍ଟରେ ରୋହିତ ଅଧିନାୟକ, ସୂର୍ଯ୍ୟକୁମାର ଓ ରାହୁଲଙ୍କୁ ବଡ଼ ଦାୟିତ୍ବ

Image Courtesy: aajtak

ନୂଆଦିଲ୍ଲୀ:  ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟିମ୍‌ ଘୋଷଣା କରିଛି ବିସିସିଆଇ । ୩ଟି ଯାକ ଫର୍ମାଟ୍- ଟେଷ୍ଟ, ଟି-୨୦ ଓ ଦିନିକିଆ ପାଇଁ ଟିମ୍ ଘୋଷଣା ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ରୋହିତ ଶର୍ମା ଅଧିନାୟକ ରହିବେ । ସେହିପରି ଟି-୨୦ ପାଇଁ ସୂର୍ଯ୍ୟକୁମାର ଯାଦବ ଓ ଦିନିକିଆରେ କେଏଲ ରାହୁଲ ଅଧିନାୟକ ରହିବେ ବୋଲି ଜଣାପଡ଼ିଛି । 

 ରୋହିତ ଶର୍ମା ଏବଂ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ଗସ୍ତରେ ଟି-୨୦ ଏବଂ ଦିନିକିଆ ଖେଳିବେ ନାହିଁ ବୋଲି ବୋର୍ଡକୁ ଅନୁରୋଧ କରିଥିଲେ । ସେପଟେ ମହମ୍ମଦ ଶାମି ଚିକିତ୍ସିତ ହେଉଥିବା ବେଳେ ସେ ଖେଳିବେ କି ନାହିଁ ତାଙ୍କର ସୁସ୍ଥତା ଉପରେ ନିର୍ଭର କରିବ । ଦିନିକିଆ ଟିମରେ ସଞ୍ଜୁ ସାମସନ ଏବଂ ୟୁଜବେନ୍ଦ୍ର ଚହଲଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ଏହା ସହ ଶୁଭମନ ଗିଲ ଏବଂ ସୂର୍ଯ୍ୟକୁମାର ଯାଦବ ଦିନିକିଆ ଖେଳିବେ ନାହିଁ ।

ନିକଟରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଟିମ୍ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଥିଲା। ସେ ଏବେ ଭାରତୀୟ ଟେଷ୍ଟ ଟିମର ନେତୃତ୍ୱ ନେବେ। ଏହାସହ ଟି-୨୦ ଓ ଦିନିକିଆରେ ରୋହିତ ଶର୍ମା ଓ ବିରାଟ କୋହଲି ଖେଳିବେ ନାହିଁ। । ଏହା ପୂର୍ବରୁ ବିଶ୍ରାମ ନେବା ପାଇଁ ବିରାଟ କୋହଲି  ବିସିସିଆଇକୁ ଅନୁରୋଧ କରିଥିଲେ। ବିଶ୍ରାମ ନେବା ନେଇ ଟ୍ୱିଟ୍ କରି କହିଛି ବିସିସିଆଇ। ତେବେ ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଦଳରୁ ବାଦ୍ ପଡ଼ିଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୩ଟି ଟି-୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ । ଟେଷ୍ଟ ଟିମକୁ ଶ୍ରେୟସ ଆୟାର, ବୁମରା ଏବଂ କେଏଲ ରାହୁଲ ଫେରିଛନ୍ତି । ହେଲେ ଅଜିଙ୍କ୍ୟା ରାହାଣେ ଓ ଚେତେଶ୍ୱର ପୂଜାରା ସ୍ଥାନ ପାଇନାହାନ୍ତି।

ଭାରତୀୟ ଟେଷ୍ଟ ସ୍କ୍ବାଡ୍‌

ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ଶ୍ରେୟସ ଆୟାର, ଋତୁରାଜ ଗାଏକ୍ବାଡ, ଇଶାନ କିଶନ (ଓ୍ବିକେଟ କିପର), କେଏଲ ରାହୁଲ (କେଏଲ ରାହୁଲ), ଆର ଅଶ୍ବିନୀ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ମୁକେଶ କୁମାର, ମହମ୍ମଦ ସାମି, ଜସପ୍ରିତ ବୁମରା (ଉପ ଅଧିନାୟକ), ପ୍ରସିଦ୍ଧ କୃଷ୍ଣା ।

  • Team India
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.