ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଲକାନଗିରି ବିମାନବନ୍ଦର କାର୍ଯ୍ୟର ତଦାରଖ କଲେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର

ମାଲକାନଗିରି,୨୪/୨(ଆପ୍ର) :  ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ଏୟାରପୋର୍ଟ ପରିଦର୍ଶନ ସହିତ ଉନ୍ନୟନକାର୍ଯ୍ୟର ତଦାରଖ କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ରଞ୍ଜନ କୁମାର ଦାସ । 

 ମାଲକାନଗିରି ଜିଲ୍ଲାକୁ ଗସ୍ତରେ ଶ୍ରୀ ଦାସ ଆସି ଜିଲ୍ଲା ସଦର ମହକୁମା ନିକଟରେ ଥିବା ଏୟାରପୋର୍ଟ କାର୍ଯ୍ୟର ତଦାରଖ କରିଛନ୍ତି । ଏହି ଏୟାରପୋର୍ଟର ରନୱେ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପୂର୍ବରୁ ଶେଷ ହୋଇଥିବା ବେଳେ ଏହାର ଉଦଘାଟନ ମଧ୍ୟ ହୋଇଯାଇଛି । ତେବେ ଅନ୍ୟ ଯେଉଁ କାର୍ଯ୍ୟ ରହିଥିଲା ତାହା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହାକୁ ନେଇ ସେ ସମୀକ୍ଷା କରିବା ସହ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ସହ ଆଲୋଚନା କରିଥିଲେ । 

 ଏହି ଅବସରରେ ଜିଲ୍ଲାର ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଗସ୍ତ ସମୟରେ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟକୁ ନେଇ ମଧ୍ୟ ଜିଲ୍ଲା ସଦରରେ ଥିବା ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀ ଦାସ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।

ଆହୁରି ପଢନ୍ତୁ : ଦେଓଘାଟିରେ ଦୁର୍ଘଟଣା : କାର-ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.