ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମହେନ୍ଦ୍ରଗିରି ପାହାଡ଼ରେ ୩୦ଫୁଟ ତଳକୁ ଖସିଲା କାର୍, ୫ ଗୁରୁତର

ରାୟଗଡ଼(ଗଜପତି),୨୬/୧ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତକୁ ବୁଲି ଯାଇଥିବା ୫ଜଣ ପର୍ଯ୍ୟଟକଙ୍କ କାର୍ ଦୁର୍ଘଟଣାଗ୍ରସ୍ଥ ହୋଇ ଗୁରୁତର ହୋଇଥିବା ଜଣାପଡ଼ିଛି l

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସାଧାରଣତନ୍ତ୍ର ଦିବସ ଅବସରରେ ବ୍ରହ୍ମପୁର ସହରର ୪ ଜଣ ମହିଳାଙ୍କ ସମେତ ଡ୍ରାଇଭର ଏକ କାର ଯୋଗେ ଐତିହାସିକ ସ୍ଥଳ ମହେନ୍ଦ୍ରଗିରି ବୁଲିବାକୁ ଯାଇ ଫେରୁଥିଲେ। ଅପରାହ୍ନ ୪ଟା ସମୟରେ ହଠାତ୍ କାରଟି ଭାରସାମ୍ୟ ହରାଇ ତିରିଶି ଫୁଟ ପାହାଡ଼ ତଳକୁ ଚାଲିଯାଇଥିଲା l 

ଫଳରେ ସମସ୍ତେ ଗୁରୁତର ଆହତ ହୋଇଥିଲାବେଳେ ସ୍ଥାନୀୟ ଲୋକେ ଆହତମାନଙ୍କୁ ପ୍ରଥମେ କଇଁପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ତେବେ ଅଧିକ ଚିକିତ୍ସା ପାଇଁ ଆହତଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି l ଘଟଣାସ୍ଥଳରେ ଗାରାବନ୍ଧ ପୁଲିସ ପହଂଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.