ନିଆଳି, ୧୭/୧୧ : ଧାନ ବିଲରୁ ଅଜଣା ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର। ଫୁଲନଖରା ନିଆଳି ୬୦ନଂ ରାଜ୍ୟ ରାଜପଥ ଓଲଟପୁର ଥାନା ଇଛାପୁର ପୋଲ ପାର୍ଶ୍ଵ ଧାନ ବିଲରୁ ମୃତଦେହ ଉଦ୍ଧାର ହୋଇଛି। କେହି ଦୁବୃର୍ତ୍ତ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି।
ସୂଚନାନୁଯାୟୀ, ମୃତଦେହଟି ୪ ରୁ ୫ ଦିନ ତଳର ବୋଲି ଅନୁମାନ କରାଯାଉଛି। ଯୁବକଙ୍କ ଶରୀରର ମୁଣ୍ଡ ଠାରୁ ଛାତି ପର୍ଯ୍ୟନ୍ତ ପୋଡ଼ି ଯାଇଥିବାରୁ ପରିଚୟ ମିଳିବା କଷ୍ଟକର ହୋଇପଡିଛି। ମୃତଦେହକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଭିଡ଼ ଲାଗିଥିବା ବେଳେ ଓଲଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।