ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମହିଳା ସିଙ୍ଗରଙ୍କ ପ୍ରଭାବ; ରାଜନୀତି ବିଶେଷଜ୍ଞଙ୍କ ମତ, ସୁପରଷ୍ଟାର୍ସଙ୍କ ସମର୍ଥନରେ ବିଜୟ ପକ୍କା

Image source:

ନୂଆଦିଲ୍ଲୀ,୩୧/୦୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଅନ୍ୟ ଦେଶର ନିର୍ବାଚନ ଠାରୁ ଭିନ୍ନ ଅଟେ। ଏଠାରେ ଜନସାଧାରଣ ପ୍ରତି ୪ ବର୍ଷରେ ଥରେ ନେତା ଚୟନ କରନ୍ତି। ଏବେ ଆମେରିକାରେ ନିର୍ବାଚନ ପାଇଁ ପୁଣିଥରେ ଡୋନାଲ୍ଡ ଟ୍ରମ୍ପ ପ୍ରସ୍ତୁତ ହେଉଛନ୍ତି।  ରାଉଣ୍ଡ ରାଲି ଏବଂ ଭାଷଣ ଜାରି ରହିଛି କିନ୍ତୁ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହେବା ତାଙ୍କ ପାଇଁ ସହଜ ହେବ କି ନା ତାହା ପରବର୍ତ୍ତି ସମୟରେ ଜଣାପଡ଼ିବ। ତେବେ କୁହାଯାଉଛି ଯେ, ଟ୍ରମ୍ପ ରାଷ୍ଟ୍ରପତି ହୋଇପାରିବେ କିନ୍ତୁ ଏଥିପାଇଁ ଆମେରିକାର ଗାୟକ-ଗୀତିକାର ଟେଲର ସ୍ବିଫ୍ଟ ତାଙ୍କୁ ସମର୍ଥନ କରିବା ଆବଶ୍ୟକ। ଏକଥା ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏମିତି ଏ ଚର୍ଚ୍ଚା ଏବେ ଆମେରିକାରେ। 

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ୨୦୧୪ ଉପରେ କଡ଼ା ନଜର ରଖିଥିବା ବିଶ୍ଳେଷକମାନେ ବିଶ୍ବାସ କରନ୍ତି ଯେ ସୁପରଷ୍ଟାରଙ୍କ ଦ୍ବାରା ଯେକୌଣସି ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବିଡେନଙ୍କ ପାଇଁ ରାଜନୈତିକ ସମର୍ଥନ ନଭେମ୍ବର ନିର୍ବାଚନରେ ପ୍ରଭାବ ପକାଇପାରେ। ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ଯଦି କୌଣସି ପ୍ରାର୍ଥୀଙ୍କୁ ୩୪ ବର୍ଷିୟ ଟେଲର ସ୍ବିଫ୍ଟଙ୍କ ସମର୍ଥନ ମିଳେ, ତେବେ ସେ ୧୮ ପ୍ରତିଶତ ଭୋଟ ପାଇପାରିବେ।

କହିରଖୁଛୁ ଯେ, ଆମେରିକାର ସମସ୍ତ ୩୫ ବର୍ଷରୁ କମ୍ ଲୋକଙ୍କ ମଧ୍ୟରେ ଟେଲର ସ୍ବିଫ୍ଟ ବହୁତ ଲୋକପ୍ରିୟ। ଏଭଳି ପରିସ୍ଥିତିରେ, ସେ ରିପବ୍ଲିକାନ୍ ପାର୍ଟିର ଟ୍ରମ୍ପ ହେଉ କିମ୍ବା ଡେମୋକ୍ରାଟିକ୍ ପକ୍ଷରୁ ଜୋ ବାଇଡେନଙ୍କୁ ହେଉ ଯଦି ସମର୍ଥନ କରନ୍ତି ତେବେ, ତାଙ୍କର ରାଜନୈତିକ ସଫଳତାକୁ କେହି ଅଟକାଇ ପାରିବେ ନାହିଁ।

                                                                                                                                 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.