ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେତେ ଧନୀ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ?

ରାୟପୁର: ଦେଶର ୫ଟି ରାଜ୍ୟରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ବିଶେଷ କରି ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଜେପିର ବିଶାଳ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସପେନ୍ସ ଲାଗି ରହିଥିଲା । ହେଲେ ଆଜି ଛତିଶଗଡ଼ରେ ବିଜେପି ନିଜର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି  । ଆଦିବାସୀ ନେତା ବିଷ୍ଣୁଦେବ ସାଏ ଛତିଶଗଡ଼ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । 

ସରପଞ୍ଚରୁ ରାଜନୀତି ଆରମ୍ଭ କରିଥିବା ବିଷ୍ଣୁଦେବ ସାଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ରାଜ୍ୟ ବିଜେପିର ଅଧ୍ୟକ୍ଷ ହେବା ପାଖରୁ ସାଂସଦ ଏବଂ ବିଧାୟକ ଭାବେ ତାଙ୍କର ରାଜନୈତିକ ଅଭିଜ୍ଞତା ବହୁତ ଅଧିକ । ଅଜିତ ଯୋଗୀଙ୍କ ପରେ ବିଷ୍ଣୁଦେବ ସାଏ ରାଜ୍ୟର ଦ୍ବିତୀୟ ଆଦିବାସୀ ମୁଖ୍ୟମନ୍ତ୍ରୀ । ତେବେ ନିର୍ବାଚନ ଲଢ଼ିବା ପୂର୍ବରୁ ନିର୍ବାଚନ ଆୟୋଗଙ୍କ ନିକଟରେ ସାଏ ଦେଇଥିବା ଆଫିଡେଭିଟ ବା ସତ୍ୟପାଠରେ ନିଜର ସମ୍ପତ୍ତି ସଂପର୍କରେ ଯେଉଁ ବିବରଣୀ ଦେଇଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

 ସାଏଙ୍କ ସତ୍ୟପାଠ ଅନୁସାରେ ତାଙ୍କ ପାଖରେ ୩ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ରହିଛି । Myneta.com ଅନୁସାରେ, ବିଷ୍ଣୁଦେବ ସାଏ ଏବଂ ତାଙ୍କ ପରିବାର ପାଖରେ ମୋଟ ୩,୮୦,୮୧,୫୫୦ ଟଙ୍କା ରହିଛି । ସେପଟେ ତାଙ୍କ ମୁଣ୍ଡ ଉପରେ ୬୫,୮୧,୯୨୧ ଟଙ୍କାର ଋଣ ରହିଛି । ତେବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୩.୫ ଲକ୍ଷ କ୍ୟାସ ଥିବା ବେଳେ ତାଙ୍କ ପତ୍ନୀଙ୍କ ପାଖରେ ୨ ଲକ୍ଷ ୨୫ ହଜାର ନଗଦ ଟଙ୍କା ରହିଛି। ପୁରା ପରିବାର ପାଖରେ ମୋଟ ୮ ଲକ୍ଷ ୫୦ ହଜାର ଟଙ୍କା ଥିବା ନେଇ ସତ୍ୟପାଠରେ ଦର୍ଶାଯାଇଛି ।

ଅନ୍ୟପଟେ ବ୍ୟାଙ୍କରେ ଜମା ଥିବା ଅର୍ଥରାଶି କଥା କହିଲେ, ବିଷ୍ଣୁଦେବ ସାଏଙ୍କ ବ୍ୟାଙ୍କ ଅଫ ବରୋଦା ଆକାଉଣ୍ଟରେ ୧ ଲକ୍ଷ ଟଙ୍କା, ସିଜି ଗ୍ରାମୀଣ ବ୍ୟାଙ୍କରେ ୮୨ ହଜାର ଟଙ୍କା, ଏସବିଆଇ ଆକାଉଣ୍ଟରେ ୧୫,୯୯,୪୧୮ ଟଙ୍କା ଏବଂ ଇଣ୍ଡିଆନ ବ୍ୟାଙ୍କରେ ମାତ୍ର ୨ ହଜାର ଟଙ୍କା ରହିଛି । ସେହିଭଳି ସାଏଙ୍କ ପତ୍ନୀଙ୍କ ଗ୍ରାମୀଣ ବ୍ୟାଙ୍କ ଆକାଉଣ୍ଟରେ ୧୦ ଲକ୍ଷ ୯୦ ହଜାର ଟଙ୍କା ରହିଛି ।

  • BJP
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.