ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଉଧାର ଟଙ୍କା ମାଗିବାରୁ ଯୁବକଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କଳାହାଣ୍ଡି, ୧୬/୧୧ : ଉଧାର ଟଙ୍କା ମାଗିବାରୁ ଯୁବକଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ଭବାନୀପାଟଣା କଷାକେନ୍ଦୁ ଛକ ଠାରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଯୁବକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ରଞ୍ଜନ ପାଢ଼ୀ (୨୮ ବର୍ଷ)।

ସୂଚନାନୁଯାୟୀ, ରଞ୍ଜନ ପାଢ଼ୀ ଜଣେ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ଉଧାରୀ ଦେଇଥିବା ବେଳେ ବହୁତ ଦିନରୁ ନିଜ ପଇସା ମାଗି ଆସୁଥିଲେ। ଗତକାଲି ସେ ପୁଣିଥରେ ନିଜ ପଇସା ମାଗିବାକୁ ଯିବାରୁ ଉଭୟଙ୍କ ମଧ୍ୟରେ ବଚସା ହେଇଥିଲା । ଏଥିରେ ଉତକ୍ଷିପ୍ତ ହେଇ ଦୁର୍ବୃତ୍ତ ଜଣକ ରଞ୍ଜନଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇ ଘଟଣା ସ୍ଥଳରୁ ଫେରାର ହେଇଯାଇଥିଲେ । ସ୍ଥାନୀୟ ଲୋକେ ରଞ୍ଜନଙ୍କୁ ଉଦ୍ଧାର କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ସୂଚନା ମିଳିଛି।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.