ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଇକ୍ ଉପରେ ଚଢିଗଲା ହାଇଓ୍ବା, ଯୁବକ ମୃତ

ଫୁଲବାଣୀ, ୧୨/୨ : ବାଇକ୍ ଉପରେ ଚଢିଗଲା ହାଇଓ୍ବା। ଫୁଲବାଣୀ ହନୁମାନ ମନ୍ଦିର ନିକଟରେ ସୋମବାର ସକାଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ହାଇଓ୍ବା ସାମ୍ନାରେ ଯାଉଥିବା ଏକ ବାଇକକୁ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତର ଶେଷଦେବ ନାୟକ(୨୮ ବର୍ଷ) ବୋଲି ଜଣାପଡିଛି। ସେ ସ୍ଥାନୀୟ ସରକାରୀ ଆଇଟିଆଇ ନିକଟରେ ଘରଭଡା ନେଇ ରହୁଥିଲେ ଏବଂ ନିର୍ମାଣାଧୀନ ମେଡିକାଲ କଲେଜ କାମରେ ନିୟୋଜିତ ଥିଲେ। 

ସୂଚନାନୁଯାୟୀ, ଶେଷଦେବ ନାୟକ ଆଜି ସକାଳେ ନିଜ ଘରୁ ମେଡ଼ିକାଲ କଲେଜ ଆଡକୁ ଯାଉଥିବା ସମୟରେ ଏକ ହାଇଓ୍ବା ତାଙ୍କ ବାଇକକୁ ପଛରୁ ଧକ୍କା ଦେଇଥିଲା। ସେ ଗାଡିରୁ ଛିଟିକି ପଡିବା ପରେ ଗାଡି ଚକ ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଦୁର୍ଘଟଣା ଘଟାଇଥିବା ହାଇଓ୍ବା ମଧ୍ୟ ମେଡିକାଲ କଲେଜ କାମରେ ନିୟୋଜିତ ଥିବା ଜଣାପଡିଛି। ଗାଡି ସହ ଡ୍ରାଇଭର ଟାଉନ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ମୃତକଙ୍କ ଭାଇ ଅଭିମନ୍ୟୁଙ୍କ ଏତଲା ଆଧାରରେ ଟାଉନ ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.