ଅନନ୍ତନାଗ, ୧୩/୦୯: ଜମ୍ମୁ-କାଶ୍ମୀର ଅନନ୍ତନାଗରେ ଆତଙ୍କବାଦୀଙ୍କ ଏବଂ ସେନା ମଧ୍ୟରେ ଗୁଳିବିନିମୟ । ଏଥିରେ ଜଣେ କର୍ଣ୍ଣେଲ, ମେଜର ଏବଂ ଜଣେ ଡିଏସପି ସହିଦ ହୋଇଛନ୍ତି । ବୁଧବାର ଏନେଇ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶୀଷ, ଜମ୍ମୁ-କାଶ୍ମୀର ଡିଏସପି ହୁମାୟୁଁ ଭଟ୍ଟ ଗୁଳିକାଣ୍ଡରେ ଗୁରୁତର ଆହତ ହୋଇଥିଲେ । ପରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଗାଡୋଲେ ଅଞ୍ଚଳରେ ଲୁଚିଥିବା ଆତଙ୍କବାଦୀଙ୍କ ଲାଗି ସର୍ଚ୍ଚ ଅପରେସନ ମଙ୍ଗଳବାର ଦିନ ସନ୍ଧ୍ୟାରୁ ଆରମ୍ଭ ହୋଇଥିଲା । ଏହି ଅପରେସନ ବୁଧବାର ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା । ଏହି ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀ ଏବଂ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୩ ସେନା ଅଧିକାରୀ ସହିଦ ହୋଇଛନ୍ତି ।
ସେପଟେ ରଜୌରୀରେ ମଧ୍ୟ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ରଜୌରୀରେ ବୁଧବାର ଏନକାଉଣ୍ଟରରେ ସୁରକ୍ଷାକର୍ମୀ ଜଣେ ଆତଙ୍କାବାଦୀକୁ ନିପାତ କରିଛନ୍ତି । ଏହା ସହ ରଜୌରୀର ସୁଦୂର ନାରଲା ଗାଁରେ ତିନି ଦିନ ଧରି ଜାରି ରହିଥିବା ଅପରେସନରେ ୩ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି ।
You can also read: ସମୁଦ୍ରର ୬ ହଜାର ମିଟର ଗଭୀରକୁ ଯିବ ଭାରତର ସମୁଦ୍ରଯାନ