ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାରମ୍ପରିକ ନୃତ୍ୟ କହୁଛି ବିମାନ ସୁରକ୍ଷା କାହାଣୀ, ୮ ନୃତ୍ୟଶୈଳୀରେ ଓଡ଼ିଶୀ ସାମିଲ

ନୂଆଦିଲ୍ଲୀ ୨୫/୦୨: ବିମାନ ଯାତ୍ରା ସମୟରେ ଲୋକେ କିଭଳି ଭାବେ ସୁରକ୍ଷା ନିୟମଗୁଡ଼ିକର ଅନୁପାଳନ କରିବେ, ସେ ନେଇ ଏକ ନୂଆ ଭିଡିଓ ଜାରି କରିଛି ଏୟାର ଇଣ୍ଡିଆ । ଭିଡିଓ ଜରିଆରେ ଭାରତର ସାଂସ୍କୃତିକ ଐତିହ୍ୟକୁ ଏହା ଅତି ସୁନ୍ଦର ଭାବେ ପ୍ରଦର୍ଶନ କରିଛି । ସମଗ୍ର ଦେଶର ଭିନ୍ନ ଭିନ୍ନ ପାରମ୍ପରିକ ନୃତ୍ୟ ଓ ଲୋକ କଳା ଜରିଆରେ ଏହା ଯାତ୍ରୀଙ୍କ ପାଖରେ ବିମାନ ସୁରକ୍ଷା ନିୟମାବଳୀଗୁଡ଼ିକୁ ପହଞ୍ଚାଇବାକୁ ପ୍ରୟାସ କରିଛି । ଏହି ଅଭିନବ ପ୍ରୟାସକୁ ଇଣ୍ଟର୍‌ନେଟ୍‌ ୟୁଜର୍‌ ଖୁବ୍‌ ପସନ୍ଦ କରୁଛନ୍ତି ।

ଭିଡିଓ ପୋଷ୍ଟ୍‌ କରି ଏୟାର ଇଣ୍ଡଆ ଉଲ୍ଲେଖ କରିଛି ‘ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ଲୋକ କଳା ଶୈଳୀ ଅନେକ ଶତାବ୍ଦୀ ଧରି କାହାଣୀ ବର୍ଣ୍ଣନାର ମାଧ୍ୟମ ହୋଇ ରହିଛି । ସେଗୁଡ଼ିକ ଜରିଆରେ ଆଜି ଆମେ ଆଉ ଏକ କାହାଣୀ ବର୍ଣ୍ଣନା କରୁଛୁ, ତାହା ହେଉଛି ଉଡ଼ାଣ ସୁରକ୍ଷା । ଭାରତର ସମୃଦ୍ଧ ଓ ବିବିଧ ନୃତ୍ୟ ପରମ୍ପରା ଦ୍ୱାରା ପ୍ରେରିତ ଏୟାର ଇଣ୍ଡିଆର ନୂଆ ସୁରକ୍ଷା ଚଳଚ୍ଚିତ୍ରକୁ ଉପସ୍ଥାପନ କରୁଛୁ ।’




ଏହି ଅଭିନବ ସୁରକ୍ଷା ଭିଡିଓରେ ଭାରତର ୮ ପାରମ୍ପରିକ ଓ ଲୋକ ନୃତ୍ୟ ଶୈଳୀ ପ୍ରଦର୍ଶିତ ହୋଇଛି । ନୃତ୍ୟର ପ୍ରତ୍ୟେକ ମୁଦ୍ରା ଓ ଭାବଭଙ୍ଗୀ ଜରିଆରେ ବିମାନର ବିଭିନ୍ନ ସୁରକ୍ଷା ନିୟମକୁ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ଏହି ନୃତ୍ୟ ଶୈଳୀ ମଧ୍ୟରେ ଭରତନାଟ୍ୟମ୍‌, ଓଡ଼ିଶୀ, କଥକ, ମୋହିନିୟାଟ୍ଟମ୍‌, ଘୂମର, ବିହୂ ଓ ଗିଦ୍ଦା ରହିଛି । ଭିଡିଓ ଶେୟାର ହେବା ପରଠୁ ଲକ୍ଷାଧିକ ୟୁଜର୍‌ ଦେଖିସାରିଲେଣି । ପାରମ୍ପରିକ ନୃତ୍ୟ ଜରିଆରେ ବିମାନ ସୁରକ୍ଷା ନିୟମାବଳୀ ବିଷୟରେ ବର୍ଣ୍ଣନା କରିବାର ଏହି ତରିକା ଅତ୍ୟନ୍ତ ମନୋରମ ବୋଲି ୟୁଜର୍‌ ପ୍ରତିକ୍ରିୟା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.