ପ୍ରମୂଖ ଖବର
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଠାକୁରଗଡ଼ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ, ଗୋଟିଏ ଦିନରେ ଦୁଇ ଶବ ଉଦ୍ଧାର

ଆଠମଲ୍ଲିକ, ୦୧/୦୯ : ଗୋଟିଏ ଦିନରେ ଦୁଇ ଶବ ଉଦ୍ଧାର। ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରୁ ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଦୁଇ ଜଣଙ୍କ ଶବ ଉଦ୍ଧାର ହୋଇଛି। ତେନ୍ତୁଳିପଦର ପାହାଡ଼ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିବା ବେଳେ ହାତୀଗଞ୍ଜ ବ୍ରିଜ ତଳୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। 

ସୂଚନାନୁଯାୟୀ, ଠାକୁରଗଡ଼ ଥାନା ତେନ୍ତୁଳିପଦର ଗ୍ରାମର ବିରବର ଦେହୁରୀ ଗୁରୁବାର ରାତିରେ ତେନ୍ତୁଳିପଦର ଗ୍ରାମକୁ ଅପେରା ଯାତ୍ରା ଦେଖିବାକୁ ଆସିଥିଲେ। ମାତ୍ର ଅପେରା ଯାତ୍ରାକୁ ନ ଯାଇ ପାହାଡ଼ ନିକଟରେ ଜଣେ ମହିଳାଙ୍କ ସହିତ ପ୍ରଚୁର ମଦ୍ୟ ପାନ କରିଥିଲେ । ମାତ୍ରାଧିକ ମଦ୍ୟପାନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ମହିଳା ଜଣଙ୍କ ପ୍ରକାଶ କରିଛନ୍ତି ।

ସେହିପରି ହାତୀଗଞ୍ଜ ବ୍ରିଜ ତଳୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ବୃଦ୍ଧ ଜଣକ ଘର ଠାକୁରଗଡ଼ ଥାନା ଅସ୍ତରଙ୍ଗପୁର ଗ୍ରାମର ସଞ୍ଜୟ ସ୍ୱାଇଁ ବୋଲି ଜଣାପଡ଼ିଛି। ସଞ୍ଜୟ ଗତକାଲି ଘରୁ ଏକ ସାଇକେଲରେ ତାଙ୍କ ଶ୍ଵଶୁରଘର ହାତିଗଞ୍ଜକୁ ଯାଇଥିଲେ । ଫେରିବା ସମୟରେ ଅସାବଧାନବଶତଃ ବ୍ରିଜ୍ ତଳକୁ ଖସିପଡି ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.