ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜାଗମରା-ସିଟି ୱିମେନ୍ସ କଲେଜ ରାସ୍ତାରେ ଗୋଷ୍ଠୀ ସଂଘର୍ଷ; ଉଭୟ ଗୋଷ୍ଠୀର ୬ ଆହତ, ଜଣେ ଗୁରୁତର

ଭୁବନେଶ୍ୱର, ୩୧।୧: ନୂଆ ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ଦାୟିତ୍ୱ ଗ୍ରହଣକୁ ଗୋଟିଏ ଦିନ ପୂରିନି । ରାଜଧାନୀରେ ଅପରାଧୀମାନେ ଖୋଲା ଚ୍ୟାଲେଞ୍ଜ୍‌ ଦେଇଛନ୍ତି । ଖଣ୍ଡଗିରି ଥାନା ଅଧୀନ ଜାଗମରା ନୂଆ ବିମାନବନ୍ଦର ରାସ୍ତାରେ ୨ ଗୋଷ୍ଠୀ ଭିତରେ ସଂଘର୍ଷ ଘଟିଛି । ରାସ୍ତା ମଝିରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । କାର୍‌, ବାଇକ୍‌ ଭଙ୍ଗାରୁଜା ହୋଇଛି । ବାଉଁଶ ଫାଳିଆ ଉଡ଼ିଛି । ରାତି ୯ଟା ସମୟ । ଏସ୍‌ଏସ୍‌ ସ୍ମାର୍ଟ ସପିଂ ମଲ୍‌ କଡ଼ରେ ଥିବା ଟପ୍ରି ଟାଇମ୍‌ରେ ଏକ ଗୋଷ୍ଠୀର ୧୨- ୧୫ ଯୁବକ ଖଟି କରୁଥିଲେ । ଖଣ୍ଡଗିରି ଆଡ଼ୁ ବରବାରି ଦେଇ ଆଉ ଏକ ଗୋଷ୍ଠୀର ୮ଜଣ ଯୁବକ ସେଠାକୁ ମାଡ଼ି ଆସିଲେ । ସେମାନଙ୍କ ଘର ରାଜଧାନୀ ଉପକଣ୍ଠ ପାଣ୍ଡରା ଛକରେ । 

ପୂର୍ବରୁ ଖଟି କରୁଥିବା ଯୁବକଙ୍କ ସହ ସେମାନଙ୍କର ଯୁକ୍ତିତର୍କ ହେଲା । ପାଟିତୁଣ୍ଡ ଶୁଣି ଗୋଲଡେନ୍‌ ଚିଲି ପାଖ ପାନ ଦୋକାନରେ ଖଟି କରୁଥିବା ଅନ୍ୟ ଏକ ଗୋଷ୍ଠୀର ପିଲାମାନେ ମାଡ଼ି ଆସିଲେ । ଏହାପରେ ରାସ୍ତା ମଝିରେ ଚାଲିଲା ରକ୍ତାକ୍ତ ସଂଘର୍ଷ । କାର୍‌, ବାଇକ୍‌କୁ ଭାଙ୍ଗିଲେ । ବାଉଁଶ ଫାଳିଆରେ ଅପରଗୋଷ୍ଠୀ ଯୁବକଙ୍କୁ ପିଟି ଚାଲିଲେ । ରାସ୍ତାରେ ଯାଉଥିବା ଗାଡ଼ି ଅଟକିଗଲା । ଲୋକମାନେ ଭୟରେ ଦୌଡ଼ିବାକୁ ଲାଗିଲେ । ଫୁଡ୍‌ ହବ୍‌ରେ ଖାଉଥିବା ଯୁବକ ଯୁବତୀମାନେ ଆତଙ୍କିତ ହୋଇ ପଡ଼ିଥିଲେ । ସଂଘର୍ଷରେ ୨ ଗୋଷ୍ଠୀର ୬ଜଣ ଆହତ ହୋଇଛନ୍ତି । ସେଥିରୁ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି । ସେ ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ୨ ଗୋଷ୍ଠୀର ଯୁବକମାନେ ଚମ୍ପଟ ମାରିଥିଲେ । ଆହତମାନେ ବି ଘଟଣାସ୍ଥଳରୁ କଲବଲ ହୋଇ ଧାଇଁ ପଳାଇଥିଲେ । ପୁଲିସ ଘଟଣାସ୍ଥଳରୁ ୨ଟି ବାଇକ୍‌ ଜବତ କରିଛି । ଗୋଟିଏ ବାଇକ୍‌ରେ ପ୍ରଚୁର ରକ୍ତ ଲାଗିଛି । ପୁଲିସ ଘଟଣାସ୍ଥଳରୁ ୩ଜଣଙ୍କୁ ଉଠାଇ ନେଇଛି । 

ଶୋଭାଯାତ୍ରାରେ ମୁହାଁମୁହିଁ ହୋଇଥିଲେ :

ପୁଲିସକୁ ତଥ୍ୟ ମିଳିଛି, ଗୋଟିଏ ରାଜନୈତିକ ଦଳର ୨ ଗୋଷ୍ଠୀ ଭିତରେ ଦୀର୍ଘ ଦିନ ଧରି ଛକାପଞ୍ଝା ଲାଗି ରହିଛି । କିଛି ଦିନ ତଳେ ଏକ ଶୋଭାଯାତ୍ରାରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ସେବେଠୁ ପରସ୍ପର ପ୍ରତିଶୋଧ ନେବାକୁ ସୁଯୋଗ ଉଣ୍ଡୁଥିଲେ । 

ରାସ୍ତାରେ ଜମୁଛି ଆଡ୍ଡା  :

ଗୋଲଡେନ୍‌ ଚିଲି କଡ଼ରେ ଥିବା କ୍ୟାବିନ୍‌ ପଛରେ କେବିଏନ୍‌ ଗୋଷ୍ଠୀର ପିଲାମାନେ ଖଟି କରୁଛନ୍ତି । ସଞ୍ଜରୁ ଆରମ୍ଭ ହେଉଥିବା ଖଟି ରାତି ଅଧ ଯାଏ ଚାଲୁଛି । ସେଠାରେ ଅଧିକାଂଶ ସମୟରେ ଝଗଡ଼ା ଲାଗୁଛି । ମାର୍‌ପିଟ୍‌ ହେଉଛନ୍ତି । ଅଧ ରାତିରେ ପାଟ୍ରୋଲିଂ କରୁଥିବା ପିସିଆର କର୍ମଚାରୀ ସେମାନଙ୍କଠାରୁ ବଟି ନେଉଥିବା ଅଭିଯୋଗ ହେଉଛି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.