ମୁମ୍ବାଇ ୦୩/୧୧: ନିଜର ଅଜବ-ଗଜବ ଫ୍ୟାଶନ ପାଇଁ ଜଣାଶୁଣା ଉର୍ଫି ଜାଭେଦଙ୍କ ଲାଟେଷ୍ଟ ଭିଡିଓ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁଥିରେ ତାଙ୍କୁ ଗିରଫ କରାଯାଉଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ଭିଡିଓରେ ପୋଲିସ ଅଭିନେତ୍ରୀଙ୍କ ପୋଷାକ ଉପରେ କମେଣ୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହା ସତ କି ପବ୍ଲିସିଟି ଷ୍ଟଣ୍ଟ୍ ତାହା ଜଣା ନାହିଁ । କିନ୍ତୁ ସୋସିଆଲ ମିଡିଆରେ ଏହାକୁ ଖୁବ୍ ଆଲୋଚନା କରାଯାଉଛି। ଭିଡିଓ ଉପରେ ଲୋକମାନେ ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି। କିଛି ଲୋକ ତାଙ୍କୁ ଟ୍ରୋଲ କରୁଥିବା ବେଳେ ଆଉ କିଛି ଲୋକ ତାଙ୍କ ସମର୍ଥନରେ ବାହାରିଛନ୍ତି।
Also Read:-
ପ୍ରଯୋଜକ ଟୁଟୁ ନାୟକ ନାଁରେ ଅଭିଯୋଗ ଆଣିଲେ ସାମ୍ବାଦିକା
ଭାଇରାଲ ଭାୟାନୀଙ୍କ ଏକ ନୂଆ ଭିଡିଓରେ ଉର୍ଫି ଜାଭେଦଙ୍କୁ ମୁମ୍ବାଇରେ ପୋଲିସ ହେପାଜତକୁ ନିଆଯାଇଥିବା ଦାବି କରାଯାଇଛି। ଏହି କ୍ଲିପ୍ରେ ଉର୍ଫିଙ୍କୁ ସକାଳେ ଏକ କଫି ସପ୍ରେ ଦେଖିବାକୁ ମିଳିଥିଲା । ତା’ପରେ ପୋଲିସ୍ କର୍ମଚାରୀମାନେ ତାଙ୍କୁ ହେପାଜତକୁ ନେଇଥିଲେ। ଭିଡିଓରେ ଦେଖାଯାଇଛି, ଜଣେ ମହିଳା ପୋଲିସ ଅଧିକାରୀ ଉର୍ଫିଙ୍କୁ ପୋଲିସ ଷ୍ଟେସନକୁ ଯିବାକୁ କୁହନ୍ତି, ଯେଉଁଥିରେ ଅଭିନେତ୍ରୀ ଏହାର କାରଣ ପଚାରନ୍ତି, ଯେଉଁଥିରେ ଅଧିକାରୀ ଉତ୍ତର ଦିଅନ୍ତି, “ଏତେ ଛୋଟ ପୋଷାକ ପିନ୍ଧି କିଏ ବୁଲୁଛି?”
କଙ୍ଗନା ଦେଲେ ଖୋଲା ସଂକେତ, ଲଢ଼ିବି ଲୋକସଭା ନିର୍ବାଚନ’
ଯେତେବେଳେ ଅଭିନେତ୍ରୀ ପୁନର୍ବାର ଅଧିକାରୀଙ୍କୁ ଏହାର କାରଣ ପଚାରିଲେ, ଅଧିକାରୀମାନେ ତାଙ୍କୁ ପୋଲିସ ଷ୍ଟେସନକୁ ଯାଇ କହିବାକୁ କହିଥିଲେ। ଏହାପରେ ତାଙ୍କୁ ଧରି ଗାଡିରେ ବସାଇଥିଲେ। ଲୁକ୍ ବିଷୟରେ କହିବାକୁ ଗଲେ, ଉର୍ଫି ଡେନିମ୍ ପ୍ୟାଣ୍ଟ ସହିତ ଏକ ବ୍ୟାକଲେସ୍ ଲାଲ୍ ଟପ୍ ପିନ୍ଧିଥିବାର ଦେଖାଯାଇଛି। ତେବେ ଭିଡିଓଟି ନକଲି କି ପ୍ରମୋସନ୍ ତାହା ଜଣା ପଡିନାହିଁ।