ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଉତ୍ତରକାଶୀ ଟନେଲରେ ୫୦ ମିଟର ପାଇପ୍ ଭରସାରେ ୪୦ ଶ୍ରମିକଙ୍କ ଜୀବନ, ଧାରଣାରେ ସାଥୀ ଶ୍ରମିକ

ଡେରାଡୁନ୍, ୧୫/୧୧: ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ପାଇଁ ବୁଧବାର ବି ପ୍ରୟାସ ଜାରି ରହିଛି । ଦୁର୍ଘଟଣାସ୍ଥଳରେ ଶ୍ରମିକ ଧାରଣା ଦେଇଥିବା ବେଳେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଚାଲିଛି । ଧାରଣାରତ ଶ୍ରମିକ ସାଥୀ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର ଦାବି କରି ‘ହମାରେ ଆଦମୀଙ୍କୁ ନିକାଲୋ’ ନାରା ଦେଇଛନ୍ତି ।

ବୁଧବାର ଚତୁର୍ଥ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଟନେଲ୍ ପାଖରେ ଅଗର୍ ଡ୍ରିଲିଂ ମେସିନ୍ ପହଞ୍ଚିଛି । ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ଡ୍ରିଲିଂ ମେସିନରେ ଷ୍ଟିଲ୍ ପାଇପ୍ ପଠାଇବା ପାଇଁ ପ୍ରୟାସ ହେଉଛି । ତେବେ ସବୁ ଉଦ୍ୟମ ମଧ୍ୟରେ ମଙ୍ଗଳବାର ରାତିରେ ହୋଇଥିବା ଭୂସ୍ଖଳନ ବାଧା ସୃଷ୍ଟି କରିଥିଲା । ଫଳରେ ଉଦ୍ଧାରକାରୀ ଦଳ ମେସିନକୁ ବାହାରକୁ ଆଣି ପୁଣି ଥରେ ପ୍ରୟାସ ଆରମ୍ଭ କରିଥିଲେ ।

କୋହଲି ଭାଙ୍ଗିଲେ ସଚିନଙ୍କ ରେକର୍ଡ, ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ‘ବିରାଟ’ ଶତକ

ଭୂସ୍ଖଳନ ଯୋଗୁଁ ଟନେଲରେ ଉଦ୍ଧାର କାର୍ଯ୍ୟରେ ନିୟୋଜି ୨ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କୁ ସାଇଟରେ ଥିବା ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସୋମବାର ଉତ୍ତରକାଶୀର ବରିଷ୍ଠ ପୋଲିସ ଅଧିକାରୀ କହିଥିଲେ, ୬୦ ମିଟର ଭଗ୍ନାଂଶ ମଧ୍ୟରୁ ୨୦ ମିଟରରୁ ଅଧିକ ହଟାଇ ଦିଆଯାଇଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ବଳକା ୪୦ ମିଟର ଅତଡ଼ା ହଟାଇ ଦିଆଯିବ ବୋଲି ଆଶା କରୁଛୁ ।

ଯୋଜନା ସଫଳ ହେଲେ ବୁଧବାର ସମସ୍ତ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିବ ବୋଲି ଉତ୍ତରକାଶୀ ଜିଲ୍ଲାପାଳ କହିଥିଲେ । ତେବେ ଏହାରି ଭତରେ ହୋଇଥିବା ଭୂସ୍ଖଳନ ସବୁ ପ୍ରୟାସରେ ବ୍ରେକ୍ ଲଗାଇଥିଲା । ଭୂସ୍ଖଳନ ଯୋଗୁଁ ଉପର ଭାଗରୁ ଅତଡ଼ା ଖସିଥିଲା । 

ଭାରତୀୟ ସୈନିକଙ୍କୁ ହଟାଇବା ଜିଦ୍‌ରେ ଥିଲା ମାଳଦ୍ବୀପ: ଏବେ ନରମିଲା, କହିଲା- ଆମେ ବହୁତ ଛୋଟ...

ଏବେ ନୂଆ ଡ୍ରିଲିଂ ମେସିନ୍ ଅଣାଯାଇଥିବା ବେଳେ ତା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି । ଟନେଲ୍ ଭିତରକୁ ପାଇପ୍ ପଠାଇ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି । ୯୦୦ ଏମ୍ଏମର ପାଇପ୍ ଶ୍ରମିକଙ୍କୁ ଉଦ୍ଧାର ଲାଗି ଯଥେଷ୍ଟ ହେବ ବୋଲି କହିଛନ୍ତି ଉଦ୍ଧାରକାରୀ ଦଳ । ମଙ୍ଗଳବାର ଟନେଲ୍ ନିକଟରେ ଡ୍ରିଲିଂ ମେସିନ୍ ସହ ପାଇପ୍ ପହଞ୍ଚି ଥିଲା ।

ଟନେଲ୍ ଭିତରକୁ ୮ଟି ୯୦୦ ମିଲିମିଟର ଡାଏମିଟର ପାଇପ୍ ସଂଯୋଗ ହେବ । ପ୍ରତ୍ୟେକଟି ପାଇପର ଲମ୍ବ ୬ ମିଟର । ଆଉ ୫ଟି ପାଇପ୍ ୮୦୦ ମିଲିମିଟର ରହିଥିବା ବେଳେ ଲମ୍ବ ସମାନ । ଏବେ ଫସିଥିବା ଶ୍ରମିକଙ୍କୁ ଅନ୍ୟ ପାଇପ୍ ଯୋଗେ ଅକ୍ସିଜେନ୍, ପାଣି, ଖାଦ୍ୟ ପ୍ୟାକେଟ୍ ଓ ଔଷଧ ଯୋଗାଣ ଜାରି ରହିଛି ।

୮୯୭ କୋଟିର ଦୁର୍ନୀତି ଅଭିଯୋଗ, ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ପଦରୁ ହଟାଇବାକୁ କେଜ୍ରିୱାଲଙ୍କ ସୁପାରିସ୍

ଶ୍ରମିକଙ୍କୁ ଉଦ୍ଧାର ପାଇଁ ଥାଇଲାଣ୍ଡ ଓ ନରୱେର ବିଶେଷଜ୍ଞଙ୍କ ପରାମର୍ଶ ନିଆ ଯାଉଛି । ୩ ବର୍ଷ ପୂର୍ବେ ଥାଇଲାଣ୍ଡର ଗୁମ୍ଫାରୁ ଛୁଆକୁ ଉଦ୍ଧାର କରିଥିବା ବିଶେଷଜ୍ଞଙ୍କ ସହ ଉଦ୍ଧାରକାରୀ ଦଳ ଯୋଗାଯୋଗରେ ରହିଛି । ଏଥିସହ ଦିଲ୍ଲୀ ମେଟ୍ରୋ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଛି । ରବିବାର ସକାଳେ ଉତ୍ତରକାଶୀର ବ୍ରହ୍ମଖାଲ-ୟମୁନୋତ୍ରୀ ଜାତୀୟ ରାଜପଥରେ ନିର୍ମାଣଧୀନ ଟନେଲର ୫୦ ମିଟର ଭୁଶୁଡ଼ିବା ଫଳରେ ୪୦ ଶ୍ରମିକ ଫସି ରହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.