ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ସିବିଏଫସି ନାଁରେ ଲାଞ୍ଚ ଅଭିଯୋଗ ଆଣିଲେ ବିଶାଲ, କହିଲେ-‘ବାସ୍ତବ ଜୀବନରେ ଭ୍ରଷ୍ଟାଚାର ଦୃଶ୍ୟ ଦେଖିବା ଠିକ୍‌ ନୁହେଁ’

ଚେନ୍ନାଇ ୨୯/୦୯ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ମାର୍କ ଆଣ୍ଟୋନୀକୁ ନେଇ ଚର୍ଚ୍ଚାରେ ରହିଥିବା ତାମିଲ ଅଭିନେତା ତଥା ଫିଲ୍ମ ପ୍ରଯୋଜକ ବିଶାଲ। ସିବିଏସ୍ (ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ) ମୁମ୍ବାଇ କାର୍ଯ୍ୟାଳୟ ବିରୋଧରେ ସେ ଲାଞ୍ଚ ଅଭିଯୋଗ ଆଣିଛନ୍ତି  


ଏକ ଭିଡିଓ ସେୟାର କରି ସେ କହିଛନ୍ତି ପରଦାରେ ଦୁର୍ନୀତି ଦୃଶ୍ୟ ଠିକ୍‌  କିନ୍ତୁ ବାସ୍ତବ ଜୀବନରେ ଭ୍ରଷ୍ଟାଚାର ଦୃଶ୍ୟ ଦେଖିବା ଠିକ୍‌ ନୁହେଁ ଏହା ହଜମ ହେବ ନାହିଁ  ବିଶେଷକରି ଭାରତ ସରକାରଙ୍କ କାର୍ଯ୍ୟାଳୟ ଖାସ୍କରି ମୁମ୍ବାଇସ୍ଥିତ ସିବିଏଫସି ଅଫିସର ଅବସ୍ଥା ନକହିବା ଭଲ ତାଙ୍କୁ ନିଜ ଫିଲ୍ମ ମାର୍କ ଆଣ୍ଟୋନୀର ହିନ୍ଦୀ ଭର୍ସନ ରିଲିଜ କରିବା ଲାଗି . ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ପଡିଛି ଦୁଇଟି ଟ୍ରାଞ୍ଜାକସନରେ ସେ ସ୍କ୍ରିନିଂ ପାଇଁ  ଲକ୍ଷ ଏବଂ ସାର୍ଟିଫିକେଟ ପାଇଁ . ଲକ୍ଷ ଟଙ୍କା ଦେଇଛନ୍ତି ନିଜ ଫିଲ୍ମ କ୍ୟାରିୟର ଭିତରେ ସେ ଏଭଳି ସ୍ଥିତି କେବେ ବି ଦେଖିନଥିଲେ  ଲାଞ୍ଚ  ଦେଇ ତାଙ୍କ ପାଖରେ ଅନ୍ୟ କୌଣସି ଉପାୟ ନଥିଲା କାରଣ ବହୁତ କିଛି ଅର୍ଥ ଫିଲ୍ମରେ ବାଜିରେ ଲାଗିଛି  



ବିଶାଲଙ୍କ ଫିଲ୍ମ ଆଜି ରିଲିଜ ହୋଇଛି ଏହି ବିଷୟ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୁ ଆଣିବାକୁ ଚାହାନ୍ତି ସେ ଏକଥା କେବଳ ନିଜ ଫିଲ୍ମ ପାଇଁ ନୁହେଁବରଂ ଭବିଷ୍ୟତରେ ଅନ୍ୟ ନିର୍ଦ୍ଦେଶକଙ୍କ ପାଇଁ ମଧ୍ୟ କହୁଛନ୍ତି ତାଙ୍କର ଝାଳବୁହା ଅର୍ଥ ଦୁର୍ନୀତିରେ ଯିବ ଏକଥା ଆଦୌ ସେ ବରଦାସ୍ତ କରିପାରୁ ନାହାନ୍ତି  ସେ ଏହାର ପ୍ରମାଣ ମଧ୍ୟ ଦେଉଛନ୍ତି ଆଶା କରୁଛନ୍ତି ସବୁବେଳେ ସତ୍ୟର ହିଁ ବିଜୟ ହେବ ବିଶାଳ ଲାଞ୍ଚ ଟଙ୍କା ଦେଇଥିବା ଦୁଇ ଅଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ସେୟାର କରିଛନ୍ତି 

Copyright © 2022 - Summa Real Media Private Limited. All Rights Reserved.