ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୋଟର ନାମ ପଞ୍ଜୀକରଣ ଚାଲିଛି, ଅନ୍‌ଲାଇନ୍‌ରେ ଆବେଦନ କରନ୍ତୁ: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର,୦୬/୦୨: ସାଧାରଣ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ଜାନୁଆରୀ ୫  ତାରିଖରେ ପ୍ରକାଶିତ ହୋଇଛି ।  ଏହାର ନକଲ ବୁଥସ୍ତରୀୟ ଅଧିକାରୀ  (ବିଏଲ୍‌ଓ) ଓ ସମସ୍ତ ଉପଜିଲ୍ଲାପାଳଙ୍କ  କାର୍ଯ୍ୟଳୟରେ ଉପଲବ୍ଧ । ମୁଖ୍ୟ  ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ୱେବ୍‌ସାଇଟ୍‌ ceoodisha.nic.inରେ ଏହି ଚୂଡ଼ାନ୍ତ ଭୋଟର  ତାଲିକା ଦେଖିପାରିବେ । ଭୋଟର  ତାଲିକାରେ ନାମ ପଞ୍ଜୀକରଣ କାର୍ଯ୍ୟ ଏକ ନିରନ୍ତର ପ୍ରକ୍ରିୟା । ଚୂଡ଼ାନ୍ତ  ଭୋଟର ତାଲିକା ପ୍ରକାଶ ପରେ ବି ନାମ  ପଞ୍ଜୀକରଣ ଚାଲିଛି । 

ସିଇଓ ନିକୁଞ୍ଜ  କୁମାର ଧଳ ରାଜ୍ୟର ସବୁ ଭୋଟରଙ୍କୁ  ଅନୁରୋଧ କରିଛନ୍ତି ଯେ, ପ୍ରଥମେ ଚୂଡ଼ାନ୍ତ ଭୋଟର ତାଲିକାରେ ନିଜ  ନିଜର ନାମ ପରୀକ୍ଷା କରି ନିଅନ୍ତୁ । ଯଦି ଭୋଟର ତାଲିକାର କୌଣସି ବ୍ୟକ୍ତିର ନାମ ନାହିଁ,  ତୁରନ୍ତ ନୂଆ ଭୋଟର ଭାବେ ନାମ ପଞ୍ଜୀକରଣ ପାଇଁ ଫର୍ମ ନଂ-୬ ଓ ସ୍ଥାନାନ୍ତର ପାଇଁ ଫର୍ମ  ନଂ-୮ରେ ଆବେଦନ କରନ୍ତୁ । ଭୋଟରମାନେ ଅନ୍‌ଲାଇନ୍‌ ମାଧ୍ୟମରେ ଲଗ୍‌ ଇନ୍‌ କରି କିମ୍ବା  ଆପ୍‌ ଡାଉନ୍‌ଲୋଡ୍‌ କରି ଘରେ ବସି ଆବେଦନ  କରିପାରିବେ । ଏହାବାଦ୍‌ ସମ୍ପୃକ୍ତ ବୁଥ୍‌ସ୍ତରୀୟ  ଅଧିକାରୀ (ବିଏଲ୍‌ଓ)ଙ୍କ ସହ ଯୋଗାଯୋଗ କରି ନିର୍ଦ୍ଧାରିତ ଫର୍ମରେ ପଞ୍ଜୀକରଣ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.