ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦନ୍ତା ଆକ୍ରମଣରେ ଯୁବକ ମୃତ, ଶୋଇଥିବା ଅବସ୍ଥାରେ ଦଳି ଦେଲା ଦନ୍ତା

ବାରିପଦା, ୧୬।୨: ଦନ୍ତା ହାବୁଡ଼ରେ ପଡ଼ି ଜଣେ ଯୁବକ ମୃତ । ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଅଧିନ ଜୁଆଳିଭଙ୍ଗା ଗ୍ରାମ ପଞ୍ଚାୟତ କାଳିଆନାଳ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଦନ୍ତା ହାତୀର ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି । ଗୁରୁବାର ୩ଟି ଦନ୍ତା ହାତୀ ଗାଁ ଭିତରକୁ ପଶି ଆସିଥିଲେ । ଦନ୍ତା ହାତୀର ଆକ୍ରମଣର ଶିକାର ହୋଇଥିବା ମୃତ ବ୍ୟକ୍ତି ଜଣକ ହେଲେ ମୋରଡ଼ା ଥାନା ଅନ୍ତର୍ଗତ କାଳିଆନାଳ ଗ୍ରାମର ପୁଇନା ଦେହୁରୀ ।

ସୂଚନାଯୋଗ୍ୟ, ପୁଇନା ଦେହୁରୀ ତାଙ୍କର ଦୁଇ ଝିଅ ସହ ଘରେ ଶୋଇଥିବା ବେଳେ ହଠାତ୍ ତିନୋଟି ହାତୀ ଆସି ଉତ୍ପାତ କରିଥିଲେ । ହାତୀ ଆସିବାର ଜାଣିପାରି ଦୁଇ ଝିଅ ଏଣେତେଣେ ଦୌଡ଼ି ପଳାଇଥିବା ବେଳେ ପୁଇନାକୁ ଗୋଟେ ଦନ୍ତା ହାତୀ ଟାଣିନେଇ ଦଳି ଦେଇଥିଲା । ଘଟଣାସ୍ଥଳରେ ପୁଇନାଙ୍କର ମୃତ୍ୟୁ ହୋଇଛି । ତେବେ ଗାଁ ଲୋକଙ୍କ କହିବା ଅନୁସାରେ, ହାତୀ ସମ୍ପର୍କରେ ବନବିଭାଗ ଲୋକମାନଙ୍କୁ ସୂଚନା ଦେଇନଥିବାରୁ ଏଭଳି ଘଟଣା ଘଟିଛି । ଖବର ପାଇ, ବେତନଟୀ ରେଞ୍ଜ ଅଧିକାରୀ ଏବଂ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ୍ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ନେଇଥିବା ଜଣାପଡ଼ିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.