ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିରଳ ଅସ୍ତ୍ରୋପଚାର, ପେଟରୁ ବାହାରିଲା ୧୨ ଇଞ୍ଚର ଜିଅନ୍ତା ଇଲ୍‌ ମାଛ

ନୂଆଦିଲ୍ଲୀ ୨୪/୦୩: ଭିଏତନାମର ଉତ୍ତର କ୍ୱାଙ୍ଗ୍‌ ନିନହ ପ୍ରଦେଶରେ ଜଣେ ୩୪ ବର୍ଷୀୟ ବ୍ୟକ୍ତି ମାର୍ଚ୍ଚ ୨୦ ତାରିଖରେ ପେଟରେ ଅଚାନକ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ତାଙ୍କୁ ହାଇ ହା ଜିଲ୍ଲା ମେଡିକାଲ୍‌କୁ ନିଆଯାଇଥିଲା । ସେଠାରେ ତାଙ୍କର ଅଭିଯୋଗ ଶୁଣିବା ପରେ ଡାକ୍ତରମାନେ ପେଟର ଏକ୍ସ-ରେ ଓ ଅଲଟ୍ରାସାଉଣ୍ଡ କରାଇଥିଲେ । ସେଥିରୁ ତାଙ୍କ ପେଟରେ କିଛି ବାହ୍ୟ ଜିନିଷ ରହିଯାଇ ‘ପେରିଟୋନିଟିସ୍‌’ ନାମକ ଏକ ପ୍ରାଣଘାତୀ ସ୍ଥିତି ସୃଷ୍ଟି ହୋଇଥିଲା ଜଣାପଡ଼ିଲା । ତାଙ୍କ ପେଟ ବି ବହୁତ ଫୁଲି ଯାଇଥିଲା । ଏପରିସ୍ଥଳେ ରୋଗୀଙ୍କ ଜୀବନରକ୍ଷା କରିବା ଲାଗି ଜରୁରିକାଳୀନ ଅସ୍ତ୍ରୋପଚାର କରାଯାଇଥିଲା ।

ତେବେ ଅସ୍ତ୍ରୋପଚାର ସମୟରେ ପ୍ରାୟ ୧୨ ଇଞ୍ଚ ଲମ୍ବା ଏକ ଜିଅନ୍ତା ଇଲ୍‌ ମାଛ ତାଙ୍କ ପେଟରେ ଛଟପଟ ହେଉଥିବା ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଅତ୍ୟନ୍ତ ସାବଧାନତା ସହିତ ବ୍ୟକ୍ତିଙ୍କ ଅନ୍ତରୁ ଇଲ୍‌ ମାଛ ଓ କ୍ଷତିଗ୍ରସ୍ତ ଟିସ୍ୟୁକୁ କାଢ଼ିଥିଲେ ସେମାନେ । ଏହି ଜଟିଳ ଅସ୍ତ୍ରୋପଚାର ପରେ ରୋଗୀଜଣକ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ତେବେ ରୋଗୀଙ୍କ ପେଟ ଭିତର ଯାଏ ଇଲ୍‌ ମାଛ କିପରି ଗଲା ଓ ସେଠାରେ କିପରି ଜିଅନ୍ତା ରହିଲା ତାହା ଡାକ୍ତରମାନଙ୍କୁ ଆଶ୍ଚର୍ଯ୍ୟ କରୁଛି । ଇଲ୍‌ ମାଛ ପଶିବା ସଂପର୍କରେ ଯୁବକଜଣକ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି । ତେଣୁ ବ୍ୟକ୍ତିଙ୍କ ମଳାଶୟ ଦେଇ ମାଛଟି ପେଟ ମଧ୍ୟକୁ ପଶିଯାଇଥିବା ଆଶଙ୍କା କରାଯାଉଛି । ଏ ନେଇ ଡାକ୍ତର ଫାମ ମାନହ ହୁଙ୍ଗ କହିଛନ୍ତି, ଏହା ଏକ ବିରଳ ଘଟଣା । ଅସ୍ତ୍ରୋପଚାର ବି ଖୁବ୍‌ ଜଟିଳ ଥିଲା । ରୋଗୀଙ୍କ ଜୀବନରକ୍ଷା ହୋଇଥିବାରୁ ଈଶ୍ୱରଙ୍କୁ ଧନ୍ୟବାଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.