ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପେଟକୁ ମିଳୁନି ଭାତ, ମୁଣ୍ଡକୁ ନାହିଁ ଛାତ; ଭଙ୍ଗା କୁଡ଼ିଆରେ ୭ ଜୀବନ

ସୁକିନ୍ଦା, ୬।୧୨: ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ କଅଁସ ପଞ୍ଚାୟତ ଟିକରପଡ଼ା ଗ୍ରାମରେ ରହୁଛନ୍ତି ଟୁରି ଜୁଆଙ୍ଗ । ବୟସ ୩୫ବର୍ଷ । ଟୁରିଙ୍କ ପରିବାର କହିଲେ ସ୍ୱାମୀ ସୂରୁଜ ଜୁଆଙ୍ଗ, ତିନି ପୁଅ ଓ ଦୁଇ ଝିଅ । ବଡ଼ପୁଅ ତୃତୀୟ ଶ୍ରେଣୀରେ ଓ ଦ୍ୱିତୀୟ ପୁଅ ପ୍ରଥମ ଶ୍ରେଣୀରେ ପଢ଼ୁଛନ୍ତି । ବଡ଼ ଝିଅ ଅଙ୍ଗନବାଡ଼ି ଯାଉଥିବା ବେଳେ ସାନଝିଅ ଦେଢ଼ ବର୍ଷର ଓ ପୁଅ ୪ମାସର । ଏକ ଝୁମ୍ପୁଡ଼ି ଘରେ ୭ ପ୍ରାଣୀ ପରିବାର ଦିନ କାଟୁଛନ୍ତି । ପୂର୍ବରୁ ଥିବା ଘର ବର୍ଷା, ପବନରେ ଭାଙ୍ଗିଯିବା ପରେ ସେମାନେ ଏକ ଝୁମ୍ପୁଡ଼ି ନିର୍ମାଣ କରିଛନ୍ତି । ନିଜ ପେଟକୁ କାଟି ରଖିଥିବା କିଛି ଅର୍ଥରେ ପାଲ ଖଣ୍ଡେ କିଣି ମୁଣ୍ଡ ଉପରେ ପକାଇଛନ୍ତି । ବର୍ଷା, ଶୀତ, ଖରାରେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଥିବା ଏହି ପରିବାରକୁ ଦୁଇ ଓଳି ଦୁଇ ମୁଠା ଦାନା ମଧ୍ୟ ମିଳୁନାହିଁ । ରାସନ କାର୍ଡରେ କେବଳ ସୂରୁଜ ଓ ଟୁରିଙ୍କ ନାଁ ରହିଛି । ଯେଉଁଥି ପାଇଁ ମାସକୁ ୧୦ କେଜି ହିସାବରେ ତିନି ମାସରେ ଥରେ ୩୦ କେଜି ଚାଉଳ ରିଟେଲର ସେମାନଙ୍କୁ ଦେଉଛି । 

ଏହାବାଦ୍‌ ଏମାନଙ୍କ ନିକଟରେ ଆଉ କୌଣସି ସରକାରୀ ଯୋଜନା ପହଞ୍ଚି ପାରିନାହିଁ । ଟୁରି ଜଣେ ଦିବ୍ୟାଙ୍ଗ ମହିଳା । ୫୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ହୋଇଥିଲେ ବି ଏଯାବତ୍‌ ପ୍ରମାଣପତ୍ର ମିଳିନାହିଁ । ଦିବ୍ୟାଙ୍ଗ ପ୍ରମାଣପତ୍ର ଓ ଭତ୍ତା ସଂପର୍କରେ ପଚାରିବାରୁ ସେ ବିଷୟରେ ସେ ଜାଣିନଥିବା ପ୍ରକାଶ କରିଥିଲେ । ପରିବାରର ଏକମାତ୍ର ରୋଜଗାରକ୍ଷମ ସୂରୁଜଙ୍କୁ ବର୍ଷକୁ ୬୦ରୁ ୭୦ଦିନ କାମ ମିଳେ । କେବଳ ଜଙ୍ଗଲ ବିଭାଗ କାମ ସୂରୁଜଙ୍କୁ ମିଳୁଥିବା ବେଳେ ଏନ୍‌ଆର୍‌ଜିଏସ୍‌ କିମ୍ବା ନିକଟରେ କାର୍ଯ୍ୟକ୍ଷମ ଥିବା ଖଣିରେ ଜୁଆଙ୍ଗଙ୍କୁ ସୁଯୋଗ ମିଳେନାହିଁ ବୋଲି ଟୁରି କହିଛନ୍ତି । ସେତିକି ଅର୍ଥରେ ସେମାନେ ବର୍ଷ ସାରା ଚଳିବାକୁ ବାଧ୍ୟ । ପିଲାମାନେ ଅଙ୍ଗନବାଡ଼ି, ବିଦ୍ୟାଳୟ ଗଲେ ମଧ୍ୟାହ୍ନଭୋଜନ ଖାଆନ୍ତି । ନଚେତ୍‌ ଘରେ ଯେତିକି ଥାଏ, ସେତିକିରେ ପେଟ ପୂରାଇବାକୁ ବାଧ୍ୟ ହୁଅନ୍ତି । ଓଳିଏ ଖାଇ ଆର ଓଳି ଉପବାସ ରହୁଥିବା ଏହି ଶିଶୁମାନେ ଅତ୍ୟନ୍ତ ଦୁର୍ବଳ । ଦିନେ ଅପପୁଷ୍ଟି ପାଇଁ ସାରା ଓଡ଼ିଶାରେ ଚହଳ ପକାଇଥିବା ନଗଡ଼ା ପାଇଁ ସରକାର ବ୍ୟତିବ୍ୟସ୍ତ ହୋଇପଡ଼ିବା ସହ ସେମାନଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାରେ ଲାଗିଛନ୍ତି । ନଗଡ଼ା ଠାରୁ ମାତ୍ର କିଛି ଦୂରରେ ରହୁଥିବା ଏହି ଜୁଆଙ୍ଗଙ୍କ କଥା କିନ୍ତୁ ଚିନ୍ତା କରିବାକୁ କାହା ନିକଟରେ ସମୟ ନାହିଁ । 

ଏ ସଂପର୍କରେ ବ୍ଲକ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାରୁ ତଦନ୍ତ କରାଯାଇ ଅନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ । ସରପଞ୍ଚଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ ଫୋନ୍‌ ଉଠାଇ ନଥିଲେ । ରାଜ୍ୟରେ ୬୨ ପ୍ରକାର ନିର୍ଦ୍ଦିଷ୍ଟ ଦୁର୍ବଳ ଶ୍ରେଣୀର ଆଦିବାସୀ ଲୋକେ ବସବାସ କରୁଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଜୁଆଙ୍ଗ ସଂପ୍ରଦାୟ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ା, ଗୁହିଆଶାଳ, ତୁମୁଣୀ, ନଗଡ଼ା ପାହାଡ଼ର ପାଦଦେଶରେ ଥିବା ଅଶୋକଝର, କଅଁସ ପଞ୍ଚାୟତର ଟିକରପଡ଼ା, ଟୁଙ୍ଗେଇଶୁଣି ଆଦି ସ୍ଥାନରେ ଏହି ଜୁଆଙ୍ଗମାନେ ବସବାସ କରୁଛନ୍ତି । ଏମାନଙ୍କ ସଂଖ୍ୟା କିନ୍ତୁ ବହୁତ କମ୍‌ । ପ୍ରାୟ ୭-୮ଟି ଗ୍ରାମରେ ୫ ଶହରୁ ୭ ଶହ ମଧ୍ୟରେ ଜୁଆଙ୍ଗ ବସବାସ କରୁଛନ୍ତି । ଏହି ପ୍ରଜାତିର ଜନ୍ମହାର ଯେମିତି ଅଧିକ, ମୃତ୍ୟୁହାର ମଧ୍ୟ ସେହି ତୁଳନାରେ ଯଥେଷ୍ଟ ବେଶି । ବିଲୁପ୍ତ ହେବାକୁ ବସୁଥିବା ଏହି ସଂପ୍ରଦାୟ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ସେମାନଙ୍କ ରହିବା, ଖାଇବାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଶିକ୍ଷା ଆଦି ଯୋଗାଇ ଦିଆଯିବାକୁ ମଧ୍ୟ ବ୍ୟବସ୍ଥା ରହିଛି । ହେଲେ ତାର ସୁଫଳ ମିଳୁନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.