ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ମ୍ୟାରେଜ୍‌ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି: ବର ବଦଳରେ ଆଉ ଜଣଙ୍କ ବେକରେ ପଡିଲା ବରମାଳ

ନୂଆଦିଲ୍ଲୀ ୨୭/୦୬: ବିବାହକୁ ନେଇ ଅନେକ ମଜାଦାର ଭିଡିଓ ଭାଇରାଲ ହେଉଛି । ଏ ଥର କିନ୍ତୁ ଅଜବ ମାମଲା ସାମ୍ନାକୁ ଆସିଛି । ଭିଡିଓରେ ବରମାଳା ସମୟରେ ବର-କନ୍ୟା ମଧ୍ୟରେ ୩ୟ ବ୍ୟକ୍ତିର ଏଣ୍ଟ୍ରି ହୋଇଛି । ସେତିକି ନୁହେଁ, କନ୍ୟା ଭୁଲବଶତଃ ବର ବଦଳରେ ୩ୟ ବ୍ୟକ୍ତିକୁ ବରମାଳା ପିନ୍ଧାଇଛି । ଘଟଣାକୁ ନେଇ କେବଳ ବର ନୁହେଁ, କନ୍ୟା ବି ଚକିତ  ହୋଇଛି । ଏହା ପରେ ମାହୋଲ ସମ୍ପୂର୍ଣ୍ଣ ବଦଳିଯାଇଛି ।

ଭିଡିଓରେ ଦେଖିବାକୁ ମିଳିଛି, ବିବାହ ସମୟରେ ବର-କନ୍ୟା ମଣ୍ଡପରେ ଠିଆ ହୋଇଛନ୍ତି । ପାଖରେ ସମ୍ପର୍କୀୟମାନେ ଅଛନ୍ତି । ମଞ୍ଚରେ ବରମାଳା ବିଧି ଚାଲିଛି । ବର-କନ୍ୟା ହାତରେ ବରମାଳା ଧରିଛନ୍ତି । ପ୍ରଥମେ ବର କନ୍ୟାକୁ ବରମାଳା ପକାଇଲା । ଏ ଥର କନ୍ୟାର ପାଳି । କିନ୍ତୁ କନ୍ୟା ବରକୁ ବରମାଳା ପକାଇବା  ଲାଗି ଆଗକୁ ବଢ଼ିବା ସମୟରେ ହଠାତ୍‌ ୩ୟ ବ୍ୟକ୍ତିଙ୍କ ଏଣ୍ଟ୍ରି ହେଲା । ଏହା ପରେ  କନ୍ୟା ଭୁଲରେ ବର ବଦଳରେ ୩ୟ ବ୍ୟକ୍ତି ଗଳାରେ ବରମାଳା ପକାଇଦେଲା । ଏହା ଦେଖି ଉଭୟ ବର-କନ୍ୟା କିଛି ବୁଝିପାରିଲେ ନାହିଁ । ଉପସ୍ଥିତ ଅତିଥିଙ୍କର ମଧ୍ୟ ହୋସ୍‌ ଉଡ଼ିଗଲା ।ଇନ୍‌ଷ୍ଟାଗ୍ରାମ୍‌ରେ ଅପଲୋଡ୍‌ ହୋଇଥିବା ଏହି ଭିଡିଓରେ କ୍ୟାପ୍‌ସନ ରହିଛି  ‘ବିବାହରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି, ବର ବଦଳିଗଲା ।’ ଭିଡିଓକୁ ଲକ୍ଷାଧିକ ଲୋକ ଦେଖିବା  ସହିତ ଖୁବ୍‌ ଶେୟାର ମଧ୍ୟ କରୁଛନ୍ତି । ଏ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.