ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମା’ ହେବାକୁ ଯାଉଛନ୍ତି ୟାମି, ଫିଲ୍ମର ଟ୍ରେଲର୍ ଲଞ୍ଚ୍ ଇଭେଣ୍ଟରେ ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର

ମୁମ୍ବାଇ ୦୯/୦୨: ଅପ୍‌କମିଙ୍ଗ ଫିଲ୍ମ ‘ଆର୍ଟିକଲ୍‌ ୩୭୦’ର ଟ୍ରେଲର୍‌ ଲଞ୍ଚ୍‌ ଅବସରରେ ଫ୍ୟାନ୍‌ଙ୍କୁ ଖୁସି ଖବର ଦେଇଛନ୍ତି ୟାମି ଗୌତମ । ବିବାହର ୩ ବର୍ଷ ପରେ ସେ ମା’ ହେବାକୁ ଯାଉଛନ୍ତି । ତାଙ୍କ ସ୍ୱାମୀ ତଥା ଫିଲ୍ମ ମେକର୍‌ ଆଦିତ୍ୟ ଧର୍‌ ଉକ୍ତ କାର୍ଯ୍ୟକ୍ରମରେ କହିଥିଲେ, ଏହି ଫିଲ୍ମ ଏକ ପାରିବାରିକ ମାମଲା । ଆମ ପାଇଁ ଏହା ବହୁତ ଖାସ୍‌ । ଫିଲ୍ମ ନିର୍ମାଣ ସମୟରେ ଏହି ଖୁସି ଖବର ଆମକୁ ମିଳିଲା । କାର୍ଯ୍ୟକ୍ରମରେ ୟାମିଙ୍କ ବେବି ବମ୍ପ୍‌ ଦେଖିବାକୁ ମିଳିଥିଲା । ସେ ଏବେ ୫ ମାସର ଗର୍ଭବତୀ ଅଛନ୍ତି । 

୨୦୨୧ ମସିହା, ଜୁନ୍‌ ୪ ତାରିଖରେ ୟାମି-ଆଦିତ୍ୟଙ୍କର ବିବାହ ହୋଇଥିଲା । ଫିଲ୍ମ ‘ଉରି- ଦ ସର୍ଜିକାଲ ଷ୍ଟ୍ରାଇକ୍‌’ର ସେଟ୍‌ରେ ଉଭୟଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଦୁଇ ବର୍ଷ ଡେଟିଂ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କନ୍ନଡ଼ ଫିଲ୍ମ ‘ଉଲ୍ଲାସ-ଉତ୍ସାହ’ ଜରିଆରେ ୨୦୧୦ ମସିହାରେ ଫିଲ୍ମ ଦୁନିଆରେ ପ୍ରବେଶ କରିଥିଲେ ୟାମି । ଏହା ପରେ ୨୦୧୨ ମସିହାରେ ‘ଭିକି ଡୋନର୍‌’ ମାଧ୍ୟମରେ ସେ ବଲିଉଡ୍‌ରେ ଏଣ୍ଟ୍ରି କଲେ । ‘ଚୋର୍‌ ନିକଲ୍‌ କେ ଭାଗା’, ‘ଉରି’, ‘ଏ ଥର୍ସଡେ’, ‘ବାଲା’ ଓ ‘ଓଏମ୍‌ଜି-୨’ ଭଳି ଫିଲ୍ମରେ ସେ କାମ କରିଛନ୍ତି । ଖୁବ୍‌ଶୀଘ୍ର ପଲିଟିକାଲ୍‌ ଡ୍ରାମା ଫିଲ୍ମ ‘ଆର୍ଟିକଲ୍‌ ୩୭୦’ରେ ସେ ନଜର ଆସିବେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.