ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

ଲେବାନନ୍‌ରେ ପେଜର୍‌ ପରେ ଫାଟିଲା ଓ୍ବାକି ଟକି: ୯ ମୃତ, ୩୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ପେଜର ବିସ୍ଫୋରଣ ପରେ ଓ୍ବାକି ଟକି ଧମାକା । ପୁଣି ଥରେ ଦୋହଲିଗଲା ଲେବାନନର ରାଜଧାନୀ ବେରୁଟ । ପେଜର ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭୦୦ରୁ ଅଧିକ ଆହତ ହୋଇଥିଲେ । ଆଜି ପୁଣି ଥରେ ଓ୍ବାକି ଟକି ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ହିଜବୁଲ୍ଲା ଦାବି କରିଛି । ଏହା ସହ ୩୦୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ହିଜବୁଲ୍ଲାଙ୍କ ଦ୍ଵାରା ବ୍ୟବହାର ଓ୍ଵାକି ଟକି ବେରୁଟର ଦକ୍ଷିଣ ଭାଗରେ ବିସ୍ଫୋରଣ ଘଟିଥିଲା।

ପେଜର ବ୍ଲାଷ୍ଟରେ ପ୍ରାଣ ହରାଇଥିବା ଲୋକଙ୍କ ଅନ୍ତିମ ସଂସ୍କାର ସମୟରେ ଫାଟିଥିଲା ଓ୍ବାକି ଟକି। ଅନ୍ତିମ ସଂସ୍କାରରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା। ବିଶେଷ କରି ଦକ୍ଷିଣ ଲେବାନନ ଓ ରାଜଧାନୀ ବେରୁଟର ଦକ୍ଷିଣ ଉପନଗରରେ ହିଜବୁଲ୍ଲା ଆତଙ୍କବାଦୀଙ୍କ ଦ୍ବାରା ବ୍ୟବହୃତ ଏକ ହଜାରରୁ ଅଧିକ ଓ୍ବାକି ଟିକି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି  । ରୟଟର୍ସର ରିପୋର୍ଟ ମୁତାବକ, ହିଜବୁଲ୍ଲା ପକ୍ଷରୁ ପାଞ୍ଚ ମାସ ପୂର୍ବେ ଏହି ଓ୍ବାକି ଟକି କିଣାଯାଇଥିଲା । ଆଉ ସେହି ସମାନ ସମୟରେ ପେଜର ମଧ୍ୟ କିଣା ଯାଇଥିଲା। 

ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ଲେବାନନର ଅନେକ ସ୍ଥାନରେ ହିଜବୁଲ୍ଲା ଆତଙ୍କୀ ସଂଗଠନର ସଦସ୍ୟଙ୍କ ଦ୍ଵାରା ବ୍ୟବହୃତ ପାଖାପାଖି ୧୦୦୦ ପେଜର ଅଚାନକ ବିସ୍ଫୋରଣ ଘଟିଥିଲା। ଏଥିରେ ଅତିକମରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଆକ୍ରମଣ ପଛରେ ଇସ୍ରାଏଲ  ହାତ ରହିଥିବା ଆଶଙ୍କା କରାଯାଉଛି। ତେବେ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନି କିମ୍ବା ଇସ୍ରାଏଲୀ ସେନା ପକ୍ଷରୁ କୌଣସି ଟିପ୍ପଣୀ ଦିଆଯାଇନାହିଁ । 

ଅନ୍ୟପଟେ ହିଜବୁଲ୍ଲା ବୁଧବାର ଲେବାନନର ଦକ୍ଷିଣ ଭାଗରୁ ଇସ୍ରାଏଲର ତୋପଖାନା ଆଡ୍ଡା ଉପରେ ଘନ ଘନ ରକେଟ୍ ଆକ୍ରମଣ କରିଛି। ପେଜର ଆକ୍ରମଣ ପରେ ଲେବାନନର ଇସ୍ରାଏଲ ଉପରେ ଏହା ସିଧା ଆକ୍ରମଣ ଥିଲା। ପେଜର ବିସ୍ଫୋରଣ ପରେ ଲେବାନନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.